କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ନିଜ ଆଡୁ ପଦକ୍ଷେପ ନେବାକୁ ବାଧ୍ୟ କରାଅନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ନିଜ ଆଡୁ ପଦକ୍ଷେପ ନେବାକୁ ବାଧ୍ୟ କରାଅନି

ନୂଆଦିଲ୍ଲୀ: ଦିଲ୍ଲୀକୁ ଅକ୍ସିଜେନ ଯୋଗାଇବା ପ୍ରସଙ୍ଗରେ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ନିକଟରେ ଅକ୍ସିଜେନ ଯୋଗାଣ ପ୍ରସଙ୍ଗରେ ଦିଲ୍ଲୀକୁ ୭୦୦ ମାଟ୍ରିକ ଅକ୍ସିଜେନ ଯୋଗାଇବାକୁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ ପୂରଣ କରିବାରେ କେନ୍ଦ୍ର ସରକାର ବିଫଳ ହୋଇଛି ବୋଲି ଦିଲ୍ଲୀ ସରକାର କୋର୍ଟରେ କହିଥିଲେ। ତେଣୁ କୋର୍ଟ ଆଜି କେନ୍ଦ୍ର ଉପରେ ବର୍ଷିଛନ୍ତି। ଯଦି କେନ୍ଦ୍ର ନପାରିବ ତାହେଲେ କୋର୍ଟ ବାଧ୍ୟ ହୋଇ ନିଜ ଆଡୁ ପଦକ୍ଷେପ ନେବ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି।

ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୁଡ ପୂର୍ବରୁ ଶୁଣାଣି ବେଳେ କେନ୍ଦ୍ରକୁ କହିଥିଲେ ଯେପର୍ଯ୍ୟନ୍ତ ତାଙ୍କ ଆଦେଶର ସମୀକ୍ଷା ସେ କରି ନାହାନ୍ତି ସେପର୍ଯ୍ୟନ୍ତ ଦିଲ୍ଲୀକୁ ୭୦୦ ମାଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ ହେବ।

ସୂଚନାଯୋଗ୍ୟ, ଦିଲ୍ଲୀରେ ଦୈନିକ ୭୦୦ ମାଟ୍ରିକ ଟନ୍ ଅକ୍ସିଜେନର ଆବଶ୍ୟକକତା ରହିଛି। ହେଲେ ଗତକାଲି କେନ୍ଦ୍ର ସରକାର ପ୍ରଥମଥର ପାଇଁ ଦିଲ୍ଲୀକୁ ୭୩୦ ମାଟ୍ରିକ ଟନ୍‌ ଅକ୍ସିଜେନ ଦେଇଥିଲେ। ଏଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଗାମୀ ଦିନରେ ଏହିପରି ଭାବରେ ନିରନ୍ତର ୭୦୦ ମାଟ୍ରିକ ଟନ୍ ଅକ୍ସିଜେନ ଯୋଗାଇବାକୁ କେଜ୍ରିଓ୍ୱାଲ ଅନୁରୋଧ କରିଛନ୍ତି। ଏଭଳି ହେଲେ ଦିଲ୍ଲୀରେ କୋଭିଡ୍ ପାଇଁ ସୃଷ୍ଟି ହୋଇଥିବା ଅକ୍ସିଜେନ ସମସ୍ୟା ଦୂର ହେବ ଏବଂ ଲୋକେ ଆଉ ଅକ୍ସିଜେନ ଅଭାବରୁ ଆଖି ବୁଜିବେ ନାହିଁ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

ସେହିପରି କର୍ଣ୍ଣାଟକକୁ ଦୈନିକ ୧୨୦୦ ମାଟ୍ରିକ ଟନ୍ ଅକ୍ସିଜେନ ଦେବା ଦରକାର। କେନ୍ଦ୍ରକୁ କର୍ଣ୍ଣାଟକ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେ ନାହିଁ ବୋଲି ଆଜି କହିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ନିର୍ଦ୍ଦେଶ ଦେବା ପୂର୍ବରୁ ଅକ୍ସିଜେନର ଆବଶ୍ୟକତା ଉପରେ ଯାଞ୍ଚ କରିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ମୋଦିଙ୍କୁ ଚିଠି ଲେଖି ଧନ୍ୟବାଦ ଦେଲେ କେଜ୍ରିୱାଲ, ଜାଣନ୍ତୁ କାରଣ

The post କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ନିଜ ଆଡୁ ପଦକ୍ଷେପ ନେବାକୁ ବାଧ୍ୟ କରାଅନି appeared first on Odisha Reporter.



from Odisha Reporter https://ift.tt/3tskPpm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages