‘ଭାରତ ଅସୁବିଧାରେ ପଡ଼ିଲେ ସାରା ଦୁନିଆ ଅଡୁଆରେ ପଡ଼ିବ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

‘ଭାରତ ଅସୁବିଧାରେ ପଡ଼ିଲେ ସାରା ଦୁନିଆ ଅଡୁଆରେ ପଡ଼ିବ’

ନୂଆଦିଲ୍ଲୀ: କରୋନା ସଙ୍କଟ ବେଳେ ଭାରତକୁ ଅନେକ ଦେଶ ସହଯୋଗର ହାତ ବଢ଼ାଇଛନ୍ତି। ଦ୍ୱିତୀୟ ସର୍ବାଧିକ ଜନସଂଖ୍ୟା ବିଶିଷ୍ଟ ଏହି ଦେଶକୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିଭିନ୍ନ ଦେଶ ଆଗେଇ ଆସିଛନ୍ତି। ଏହାରି ଭିତରେ ଆମେରିକାର ଜଣେ ଶୀର୍ଷ କୂଟନୀତିଜ୍ଞ କହିଛନ୍ତି ଭାରତକୁ ସମସ୍ତ ଦେଶ ମିଶି ସହଯୋଗ କରିବା ଦରକାର। ବିପଦ ବେଳେ ଭାରତ ଅନେକ ଦେଶକୁ ସହଯୋଗ କରି ମାନବିକତା ଦେଖାଇଛି। ଏବେ ଆମ ସମସ୍ତଙ୍କ ପାଳି।

ୟୁଏସ-ଇଣ୍ଡିଆ ବିଜନେସ କାଉନସିଲର ସଭାପତି ନିଶା ଦେଶାଇ ବିଶ୍ୱାଳ କହିଛନ୍ତି, ପ୍ରତ୍ୟେକ ଦେଶ ଭାରତକୁ ସାହାଯ୍ୟ କରିବା ଦରକାର। କାରଣ ଯଦି ଭାରତର ଅବସ୍ଥା ବିଗିଡିଯାଏ ତେବେ ବିଶ୍ୱ ମଧ୍ୟ ଅସୁବିଧାରେ ପଡ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଥର ଭାରତ ମାନବିକତା ଦେଖାଏ। ଏବେ ଆମର ପାଳି କିଭଳି ଭାରତକୁ ଆମେ ସମସ୍ତେ ମିଶି ସାହାଯ୍ୟ କରିବା।

ନିଶା ଦେଶାଇ ବିଶ୍ୱାଳ ହେଉଛନ୍ତି ଭାରତର ମୂଳ ବାସିନ୍ଦା। ୨୦୧୭ ପର୍ଯ୍ୟନ୍ତ ସେ ଦକ୍ଷିଣ ଏସିଆର ସ୍ୱତନ୍ତ୍ର ସଚିବ ଥିଲେ। ଏହା ବ୍ୟତୀତ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ମଧ୍ୟ ରହିଛନ୍ତି। ଏବେ ସେ ଆମେରିକା-ଭାରତ ବ୍ୟବସାୟ ପରିଷଦ (UASIBC) ର ଚେୟାରମ୍ୟାନ୍।

ଖବର ସରବରାହ ସଂସ୍ଥା ପିଟିଆଇକୁ ସାକ୍ଷାତକାର ଦେଇ ନିଶା କହିଛନ୍ତି ଯେ ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପୁଛି। ଏହି ସଂକ୍ରମଣ ଯୋଗୁଁ ସମଗ୍ର ବିଶ୍ୱରେ ଏବେ ଅସ୍ଥିରତା ଦେଖାଦେଇଛି। ଆମେରିକୀୟ କମ୍ପାନୀମାନେ ଭାରତର ସ୍ଥିତିକୁ ନେଇ ଚିନ୍ତାପ୍ରକଟ କରିବା ସହିତ ସମସ୍ତ ପ୍ରକାର ସହଯୋଗ ପାଇଁ ଅଣ୍ଟାଭିଡିଛନ୍ତି। ଭାରତରେ ଏହି କମ୍ପାନୀଗୁଡିକର କର୍ମଚାରୀମାନେ ପ୍ରଥମେ କରୋନା ସଂକ୍ରମଣ ବାବଦରେ କମ୍ପାନୀର ଟପ ଲିଡରଙ୍କୁ ଖବର ଦେଇଥିଲେ। ଏହା ପରେ ଆମେ ଭାରତକୁ ସାହାଯ୍ୟ କରିବାକୁ ସ୍ଥିର କରିଛୁ।

ବିଶ୍ୱାଳ କହିଛନ୍ତି ଯେ କରୋନା ମହାମାରୀର ମୁକାବିଲା ପାଇଁ ଏକ ବିଶ୍ୱସ୍ତରୀୟ ଟାସ୍କଫୋର୍ସ ଗଠନ କରାଯାଇଛି। ଯେଉଁଥିରେ ବିଶ୍ୱର ଟପ୍ ୪୦ କମ୍ପାନୀର ସିଇଓ ରହିଛନ୍ତି। ଏହି ଗ୍ରୁପ ଏଯାବତ ଭାରତକୁ ହଜାରେ ଭେଣ୍ଟିଲେଟର ଏବଂ ୨୫ ହଜାର ଅକ୍ସିଜେନ କନସେଣ୍ଟରେଟର ପଠାଇଛି।

ସବୁଠୁ ବଡ଼କଥା ହେଲା ଏହି ଟାସ୍କଫୋର୍ସର ଏକ ସ୍ୱତନ୍ତ୍ର କମିଟି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଅଫି ହ୍ୱାଇଟ ହାଉସ୍, ଆମେରିକାର ବୈଦେଶିକ ତଥା ଅନ୍ୟାନ୍ୟ ବିଭାଗ ଭାରତ ସରକାରଙ୍କ ସହ ସିଧାସଳଖ ସମ୍ପର୍କରେ ଅଛି।

ସେ କହିଛନ୍ତି ଯେ ନିକଟରେ କମିଟି ଆମେରିକାର ବୈଦେଶିକ ସଚିବଙ୍କ ସହ ଏକ ବୈଠକ ବସିଥିଲା। ଏଥିରେ ଭାରତକୁ ସାହାଯ୍ୟ କରିବାର ଉପାୟ ବାବଦରେ ଆଲୋଚନା ହୋଇଥିଲା। ଏହା ପରେ ନୀତି ଆୟୋଗ ସହିତ ଆଲୋଚନା ହୋଇଥିଲା।

ଆମେରିକାର ଏହି କୂଟନୀତିଜ୍ଞ ଭାରତର ସହାୟତା ଉପରେ କହିଛନ୍ତି ଯେ ଯେତେବେଳେ ପାଶ୍ଚାତ୍ୟ ଦେଶମାନଙ୍କରେ ଅବସ୍ଥା ଖରାପ ହେଉଛି ସେତେବେଳେ ଭାରତ ନିରନ୍ତର ସହାୟତା ଯୋଗାଇ ଦେଇଛି। ତେଣୁ ଆଜି ଯେତେବେଳେ ଭାରତ କଠିନ ସମୟ ଦେଇ ଗତି କରୁଛି, ସେତେବେଳେ ଆମକୁ ଭାରତ ସହ ଛିଡା ହେବାକୁ ପଡିବ। ଆଉ ସମସ୍ତଙ୍କ ବୁଝିବାକୁ ହେବ ଯେ ଏହି କରୋନା ମହାମାରୀ କେବଳ ଗୋଟିଏ ଦେଶ ପାଇଁ ବିପଦ ନୁହେଁ ବରଂ ସମଗ୍ର ବିଶ୍ୱ ପାଇଁ ବିପଦ ଜନକ।

The post ‘ଭାରତ ଅସୁବିଧାରେ ପଡ଼ିଲେ ସାରା ଦୁନିଆ ଅଡୁଆରେ ପଡ଼ିବ’ appeared first on Odisha Reporter.



from Odisha Reporter https://ift.tt/2QRuatX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages