ବିନା କାରଣରେ ନିଲମ୍ବନ କଲେ, ୩ ବର୍ଷ କଲବଲ ହେବା ପରେ ଅନଶନରେ ବସିଲେ ପିଅନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 18, 2021

ବିନା କାରଣରେ ନିଲମ୍ବନ କଲେ, ୩ ବର୍ଷ କଲବଲ ହେବା ପରେ ଅନଶନରେ ବସିଲେ ପିଅନ

ଭଦ୍ରକ(ପାର୍ଥ ସାରଥୀ ନାୟକ): ସେବା ସମବାୟ ସମିତିରେ ପିଅନ ଭାବେ ନିଯୁକ୍ତି ମିଳିବାର ୧୮  ବର୍ଷ ପରେ କାର୍ଯ୍ୟରୁ ନିଲମ୍ବିତ ହୋଇଥିଲେ ରମେଶ ଚନ୍ଦ୍ର ବାରିକ। ସେମିତି କୌଣସି କାରଣ ଦର୍ଶାଯାଇ ନଥିଲେ ମଧ୍ୟ ୩ ବର୍ଷ ହେଲାଣି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହେଉ ନାହିଁ। ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ବାର ଦୁଆର ହେଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ୩  ବର୍ଷ ହେବ ହିନସ୍ତା ହେବା ପରେ ଶେଷରେ ପୂରା ପରିବାର ସହ ଧାରଣାରେ ବସିଛନ୍ତି ଭଦ୍ରକ ଜିଲ୍ଲା ଘଣ୍ଟେଶ୍ୱରସ୍ଥିତ ଶୁଭଦିଆ ଗାଁର ରମେଶ।

ରମେଶ ମୟୂରଭଞ୍ଜ ଜିଲ୍ଲା ଯଶୀପୁର ସେବା ସମବାୟ ସମିତିରେ ୨୦୦୦ ମସିହାରୁ ପିଅନ ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ୨୦୧୮ ଜୁଲାଇ ୯ ତାରିଖରେ ତତ୍‌କାଳୀନ ସେବା ସମବାୟ ସମିତି ସଭାପତି ତାଙ୍କୁ ବିନା କୌଣସି କାରଣରେ ନିଲମ୍ବନ କରିଥିଲେ।

ରମେଶଙ୍କୁ ନିଲମ୍ବନର କାରଣ କୁହାଯାଇ ନଥିବା ବେଳେ ଦୀର୍ଘ ୩  ବର୍ଷ ହେବ ଏହାକୁ ପ୍ରତ୍ୟାହାର ମଧ୍ୟ କରାଯାଉନି।  ନିଲମ୍ବନ ଆଦେଶ ପ୍ରତ୍ୟାହାର ସହ ବକେୟା ଦରମା ପ୍ରଦାନ ପାଇଁ ରମେଶ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କୁ ଜଣାଇଥିଲେ ବି କିଛି ସୁଫଳ ପାଇନାହାନ୍ତି।

ଶେଷରେ ନ୍ୟାୟ ପାଇଁ ରମେଶ ନିଜ ପରିବାର ସହ ଭଦ୍ରକ ସର୍କଲ ଅଫିସସ୍ଥିତ ନିବନ୍ଧଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି l ଦାବି ପୂରଣ ନ ହେବା ଯାଏ ଅନଶନରେ ବସିବେ ବୋଲି ସେ ଚେତାବନୀ ଦେଇଛନ୍ତି l

ଏନେଇ ଉପରିସ୍ଥ ଅଧିକାରୀଙ୍କ ମତାମତ ମିଳିପାରି ନଥିବା ବେଳେ ରମେଶଙ୍କ ଉପରୁ ନିଲମ୍ବନ ହଟାଇବା ସହ ବକେୟା ପାଉଣା ନ ଦେଲେ ସଂଘ ତରଫରୁ ଆନ୍ଦୋଳନ କରାଯିବ ବୋଲି ନିଖିଳ ଓଡିଶା ସମବାୟ କର୍ମଚାରୀ ମହାସଂଘ ସଭାପତି ନିରଞ୍ଜନ ସାହୁ ଚେତାବନୀ ଦେଇଛନ୍ତି l 

The post ବିନା କାରଣରେ ନିଲମ୍ବନ କଲେ, ୩ ବର୍ଷ କଲବଲ ହେବା ପରେ ଅନଶନରେ ବସିଲେ ପିଅନ appeared first on Odisha Reporter.



from Odisha Reporter https://ift.tt/3whQM5B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages