ନୂଆଦିଲ୍ଲୀ: ଇଣ୍ଡିଆ ମେଡିକାଲ ଆସୋସିଏସନର ପୂର୍ବତନ ମୁଖ୍ୟ ତଥା ପଦ୍ମଶ୍ରୀ ଡାକ୍ତର କେକେ ଅଗ୍ରୱାଲଙ୍କ ଆଜି ପରଲୋକ ଘଟିଛି। ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା।
ଚିକିତ୍ସା ଜଗତ ପ୍ରତି ତାଙ୍କର ଅବଦନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତି କରିଥିଲେ। କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ହେଲା ସେ ଭେଣ୍ଟିଲେଟର୍ରେ ରହିଥିଲେ ବୋଲି ପରିବାର ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ, ୬୨ ବର୍ଷୀୟ ଡା କେକେ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ତାଙ୍କ ଟ୍ୱିଟରରେ ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆମେ ଅତ୍ୟନ୍ତ ମର୍ମାହତ ହୋଇ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଆମର ପ୍ରିୟ ଡା କେକେ ଅଗ୍ରୱାଲ ଆମ ସମସ୍ତଙ୍କୁ ସୋମବାର ରାତି ୧୧.୩୦ରେ ଛାଡ଼ି ଚାଲି ଯାଇଛନ୍ତି।
ସେ ଦୀର୍ଘ ଦିନ ହେଲା କରୋନା ସହ ଲଢ଼େଇ କରୁଥିଲେ। ଡାକ୍ତର ହେବା ଦିନଠାରୁ ପଦ୍ମଶ୍ରୀ ଡା କେକେ ଅଗ୍ରୱାଲ ତାଙ୍କର ସାରା ଜୀବନ ଲୋକଙ୍କ କଲ୍ୟାଣ ଓ ସ୍ୱାସ୍ଥ୍ୟ ସଚେତନା ପାଇଁ ଉର୍ତ୍ସଗ କରିଥିଲେ। ମହାମାରୀ ସମୟରେ ମଧ୍ୟ ସେ ୧୦୦ ମିଲିୟନରୁ ଅଧିକ ଲୋକଙ୍କ ପାଖରେ ଭିଡିଓ କନଫରେନ୍ସିଂ ଓ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ପହଞ୍ଚି ସମସ୍ତଙ୍କୁ ସଚେତନ କରିଥିଲେ।
ସେ ଦେଶରେ ଲୋକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇଛନ୍ତି। ସମସ୍ତେ ତାଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ମନେ ପକାଇବା। ଏଥିସହ ତାଙ୍କ ଆତ୍ମାର ସଦଗତି କାମନା କରିବା।”
— Dr K K Aggarwal (@DrKKAggarwal) May 17, 2021
୧୯୫୮ ମସିହା ସେପ୍ଟେମ୍ବର ୫ରେ ଜନ୍ମ ଗ୍ରହଣ କରିଥିବା ଡା ଅଗ୍ରୱାଲ ଜଣେ କାର୍ଡିଓଲଜିଷ୍ଟ। ସେ ହାର୍ଟ କେୟାର ଫାଉଣ୍ଡେସନ ଅଫ ଇଣ୍ଡିଆର ମୁଖ୍ୟ। ୨୦୧୦ରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ।
The post କରୋନାରେ ଚାଲିଗଲା ପଦ୍ମଶ୍ରୀ ଡାକ୍ତର କେକେଙ୍କ ଜୀବନ, ନେଇଥିଲେ ଟିକାର ଡବଲ ଡୋଜ୍ appeared first on Odisha Reporter.
from Odisha Reporter https://ift.tt/2SYKKIZ
No comments:
Post a Comment