ଟିକା ନେବା ପରେ ଅଧିକ ସୁରକ୍ଷିତ କିନ୍ତୁ ସଂକ୍ରମିତ ହୋଇପାରିବେ, ଜାଣନ୍ତୁ ଏହା ପଛର କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

ଟିକା ନେବା ପରେ ଅଧିକ ସୁରକ୍ଷିତ କିନ୍ତୁ ସଂକ୍ରମିତ ହୋଇପାରିବେ, ଜାଣନ୍ତୁ ଏହା ପଛର କ’ଣ ?

ନୂଆଦିଲ୍ଲୀ: କରୋନର ଦ୍ୱିତୀୟ ଡୋଜ ନେବା ପରେ ମଧ୍ୟ ଅଧିକାଂଶ ଲୋକ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏଭଳି କାହିଁକି ହେଉଛି? ଦୁଇ ବିଶେଷଜ୍ଞ ତଥା ଦେଶର ଜଣାଶୁଣା ଡାକ୍ତର ଏ ବାବଦରେ ମତ ରଖିଛନ୍ତି। ଇଣ୍ଡିଆ ଟୁଡେ ଚ୍ୟାନେଲକୁ କରୋନା ବାବଦରେ ଲୋକଙ୍କୁ ସଚେତନତା କରାଇବାକୁ ଯାଇ ବିଶେଷଜ୍ଞମାନେ କହିଛନ୍ତି, ଦ୍ୱିତୀୟ ଡୋଜ ନେବା ପରେ ଅଧିକାଂଶ ଲୋକ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ପାଳନ କରୁ ନାହାନ୍ତି।  କରୋନା ନାକ, ପାଟି ଜରିଆରେ ସଂକ୍ରମିତ ହେଉଛି। ତେଣୁ ଯେଉଁମାନେ ମାସ୍କ ଓ ସାମଜିକ ଦୂରତା ପାଳନ କରୁ ନାହାନ୍ତି ସେମାନେ ଏହି ଭାଇରସର ଶିକାର ହେଉଛନ୍ତି।

ଦ୍ୱିତୀୟ ଟିକା ନେବାର ୨୦ ଦିନ ପରେ ଶରୀରରେ ସମ୍ପୂର୍ଣ୍ଣ ଆଣ୍ଚିବୋଡି ତିଆରି ହୁଏ। ଆଉ ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଯାହାକି କରୋନା ସହିତ ଲଢ଼େଇ କରିବାକୁ ସହଯୋଗ କରେ। ଆଉ ସଂକ୍ରମିତ ହେଲେ କରୋନା ଭାଇରସ ଏତେଟା ପ୍ରଭାବ ଦେଖାଇ ପାରିବନି। ତେଣୁ ମାସ୍ପ ପିନ୍ଧିବା ଅନିର୍ବାର୍ଯ୍ୟ ବୋଲି ବିଶେଷଜ୍ଞ କହିଛନ୍ତି।

‘ପ୍ରଥମ ଟିକା ନେବା ପରେ କରୋନା ସଂକ୍ରମିତ ହେଉଛି’

କୋଲକାତାର ସି.କେ ବିର୍ଲା ହସ୍ପିଟାଲର ପ୍ଲୁଲୋନଲଜି ବିଭାଗର ମୁଖ୍ୟ ଡାକ୍ତର ରାଜ ଧର କହିଛନ୍ତି ଯେ ଧରାଯାଉ ଜଣେ ଲକ୍ଷଣ ବିହୀନ ବ୍ୟକ୍ତି ଟିିକା ନେଇଛନ୍ତି। ଆଉ ଟିକା ନେବା ପରେ ରୋଗ ପ୍ରତିରୋଧକ ଶକ୍ତି ପ୍ରଥମେ କମିଯିବ। ଏମିତି ହେଲେ ଟିକା ସେହି ବ୍ୟକ୍ତିଙ୍କୁ ପରୋକ୍ଷରେ କରୋନାକୁ ଅଧିକ ଶକ୍ତିଶାଳୀ କରିଦେଲା। ଯାହାକି ଏହି ଲକ୍ଷଣ ବିହୀନ ଶରୀରରେ ଥିବା ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣକୁ ଆଗକୁ ବଢ଼ିବାକୁ ସୁଯୋଗ ଦିଏ।

‘ଟିକା ରକ୍ତକୁ ସୁରକ୍ଷିତ ରଖୁଛି, ହେଲେ ନାକ ଓ ପାଟି ମୁକୁଳା ରହୁଛି’

ସେହିପରି ଡାକ୍ତର ଆଭିରାଲ ରୟ କହିଛନ୍ତି, ଯେତେବେଳେ ଭାଇରସ୍ ଆପଣଙ୍କ ଶରୀରରେ ପ୍ରବେଶ କରେ, ଏହା ନାକ ଦେଇ ପ୍ରବେଶ କରେ | ଏହାର ସାମ୍ପ୍ରତିକ ରୂପରେ ଥିବା ଟିକା ସଂକ୍ରମଣକୁ ପ୍ରତିରୋଧ କରେ ନାହିଁ। କାରଣ ଏହା ନାକରେ ଆଣ୍ଟିବଡି ସୃଷ୍ଟି କରେନାହିଁ। କିନ୍ତୁ ଜଣେ ସଂକ୍ରମିତ ହେଲେ ମଧ୍ୟ ଟିକା ନେବା ପରେ ରକ୍ତରେ ଭାଇରସ ଅଧିକ ପ୍ରଭାବଶାଳୀ ହୋଇପାରେ ନାହିଁ। କାରଣ ରକ୍ତରେ ଆଣ୍ଚି ବୋଡି ତିଆରି ହୋଇଯାଇଛି। ତେଣୁ ସଂକ୍ରମିତ ହେଉଥିବା ଜାଗାକୁ ମାସ୍କ ଓ ସାମାଜିକ ଦୂରତା ଜରିଆରେ ସୁରକ୍ଷିତ ରଖିବା ଆବଶ୍ୟକ।

ଏହି ଟିକା ନେବା ପରେ ଜଣେ ଅସୁସ୍ଥ ହୋଇପାରିବ କିନ୍ତୁ ଗୁରୁତର ହେବାରୁ ରକ୍ଷା କରିପାରିବ ବୋଲି ଡାକ୍ତର ଆଭିରାଲ ରୟ କହିଛନ୍ତି।

The post ଟିକା ନେବା ପରେ ଅଧିକ ସୁରକ୍ଷିତ କିନ୍ତୁ ସଂକ୍ରମିତ ହୋଇପାରିବେ, ଜାଣନ୍ତୁ ଏହା ପଛର କ’ଣ ? appeared first on Odisha Reporter.



from Odisha Reporter https://ift.tt/3xYEvoq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages