ମହାମାରୀ କରୁଛି ପର; ଶେଷକୃତ କରୁଛନ୍ତି ସ୍ୱେଚ୍ଛାସେବୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 6, 2021

ମହାମାରୀ କରୁଛି ପର; ଶେଷକୃତ କରୁଛନ୍ତି ସ୍ୱେଚ୍ଛାସେବୀ

ଆସିକା/ଭଞ୍ଜନଗର(ଓଡ଼ିଶା ରିପୋର୍ଟର):  ନିଜ ଲୋକଙ୍କୁ ପାଖରୁ ଦୂରେଇ ଦେଉଛି ମହାମାରୀ। ଫଳରେ ମହାମାରୀ ଶିକାର ହୋଇ ଆଖି ବୁଜିଲେ କାନ୍ଧ ଦେବାକୁ ପରିବାର ଲୋକ କି ସାହି ପଡ଼ିଶା ଆଗେଇ ଆସୁ ନାହାନ୍ତି। ଫଳରେ ଏପରି ସ୍ଥିତିରେ ସାହାରା ପାଲଟୁଛନ୍ତି ସ୍ୱେଚ୍ଛାସେବୀ।  ନିଜ ପୁଅ ପୁତୁରା ମୁଖାଗ୍ନି ଦେବାକୁ ଡରୁଥିବା ବେଳେ ଶେଷକୃତ କରୁଛନ୍ତି ସ୍ୱେଚ୍ଛାସେବୀ। କରୋନା ମହାମାରୀ ସମୟରେ ଏପରି କରୁଣ ଚିତ୍ର ବି ଦେଖିବାକୁ ମିଳୁଛି।

କରିଛନ୍ତି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଆସିକା ବାବନପୁର ଅଞ୍ଚଳରେ।  କରୋନାରେ ମୃତ୍ୟୁ ପରେ ପାଖ ପଡ଼ୋଶୀ କାନ୍ଧ ନ ଦେବାରୁ ପିପିଇ କିଟ୍ ପିନ୍ଧି ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ମୃତକ ହେଲେ ତଅଁର ଗାଁର ରାମକୃଷ୍ଣ ପାଢ଼ୀ। ସେ କରୋନାରେ ଆକ୍ରାନ୍ତ  ହେବା ପରେ ଗତ ୧ ତାରିଖରେ ନିକଟସ୍ଥ କୋଭିଡ୍ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଆସିକା ତହସିଲଦାର ଓ ଏନ୍ଏସି କର୍ମଚାରୀ ଏ ନେଇ ପରିବାର ଲୋକଙ୍କୁ ଜଣାଇଥିଲେ । ମାତ୍ର ପରିବାର ପକ୍ଷରୁ କେବଳ ମୃତକଙ୍କ ପୁଅ ହିଁ ଆସିଥିଲେ । ପରେ ପ୍ରଶାସନର ଅନୁରୋଧ କ୍ରମେ ସ୍ୱେଚ୍ଛାସେବୀମାନେ ଶବ ସତ୍କାର କରିଥିଲେ । ପିପିଇ କିଟ୍ ପିନ୍ଧି ମୃତକଙ୍କ ପୁଅ ମୁଖାଗ୍ନି ଦେଇଥିଲେ।

ସେହିପରି ଗଂଜାମ ଭଂଜନଗରରେ ମଧ୍ୟ ଦେଖିବାକୁ ମିଳିଛି ସମାନ ଦୃଶ୍ୟ। କରୋନା ସନ୍ଦେହରେ ମୃତଦେହ ଛୁଇଁଲେନି ପରିବାର ଲୋକେ॥ ଶେଷରେ ଶବ ସତ୍କାର କଲେ ସ୍ୱେଚ୍ଛାସେବୀ। ମୃତକ ହେଲେ ସୋରଡ଼ା ସହରର ସୁଶାନ୍ତ ମିଶ୍ର।

ଭଞ୍ଜନଗରରେ ସ୍ୱେଚ୍ଛାସେବୀମାନେ ମୃତ କରୋନା ଆକ୍ରାନ୍ତଙ୍କ ଶେଷକୃତ ସମ୍ପନ୍ନ କରୁଛନ୍ତି।

ସୂଚନା ଅନୁଯାୟୀ, ସୁଶାନ୍ତ ଜ୍ୱରରେ ପୀଡ଼ିତ ଥିଲେ । ପ୍ରଥମେ ତାଙ୍କୁ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଞ୍ଜନଗର ସ୍ଥାନାନ୍ତର କରାଯାଇଥିଲା । କୋଭିଡ ଲକ୍ଷଣ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଭଞ୍ଜନଗର କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା । ମାତ୍ର କରୋନା ଟେଷ୍ଟ ହେବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କରୋନା ସନ୍ଦେହରେ ପରିବାର ଲୋକେ ମୃତଦେହ ନ ଛୁଇଁବାରୁ ସ୍ୱେଚ୍ଛାସେବୀ  ଅନୁଷ୍ଠାନ ହେଲ୍ପିଙ୍ଗ ହ୍ୟାଣ୍ଡର ସଦସ୍ୟମାନେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ  ।

The post ମହାମାରୀ କରୁଛି ପର; ଶେଷକୃତ କରୁଛନ୍ତି ସ୍ୱେଚ୍ଛାସେବୀ appeared first on Odisha Reporter.



from Odisha Reporter https://ift.tt/33mCeFB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages