ଫ୍ଲରିଡା: କେନ୍ଦ୍ରୀୟ ଫ୍ଲରିଡାର ଗୋଟିଏ ଏୟାରପୋର୍ଟ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଅଗ୍ନିଶମ ବାହୀନିର ଗୋଟିଏ ଟ୍ରେନିଂ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏଥିରେ ୪ ଜଣ ଲୋକ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସ୍ଥାନୀୟ ସମୟ ମଙ୍ଗଳବାର ଅପରାହ୍ନ ୪ଟାରେ ହେଲିକପ୍ଟରଟି ୪ ଜଣ ଲୋକଙ୍କୁ ନେଇ ଟ୍ରେନିଂ ଅଭିଯାନ ଆରମ୍ଭ କରିଥିଲା। ଉଡ଼ାଣ ଭରିବାର କିଛି ସମୟ ପାଇଁ ସବୁ କିଛି ଠିକାଠାକ ଥିଲା। କିନ୍ତୁ ହଠାତ୍ ଲେସବର୍ଗ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଏହା ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା।
ଶେଷରେ ଏହା ସିଧା ଆକାଶରୁ ତଳକୁ ଖସି ପଡ଼ିଥିଲା। ତଳେ ପଡ଼ିବା ଯୋଗୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ଏହା ମଧ୍ୟରେ ଥିବା ୪ ଜଣ ଯାକ ବ୍ୟକ୍ତି ପ୍ରାଣ ହରାଇଥିଲେ। ଉଦ୍ଧାରକାରୀ ଦଳ ସଂପୂର୍ଣ୍ଣ ଧ୍ୱଂସ ପାଲଟି ଯାଇଥିବା ହେଲିକପ୍ଟର ମଧ୍ୟରୁ ବିଳମ୍ବିତ ରାତିରେ ସମସ୍ତଙ୍କ ମୃତଦେହ ବାହାର କରିଛନ୍ତି।
The post ଅଗ୍ନିଶମ ବାହିନୀର ହେଲିକପ୍ଟର କ୍ରାଶ, ସମସ୍ତ ସଦସ୍ୟ ମୃତ appeared first on Odisha Reporter.
from Odisha Reporter https://ift.tt/2ThRS3k
No comments:
Post a Comment