ସ୍ୱାସ୍ଥ୍ୟକର୍ମୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସେଫ୍ ସଞ୍ଜୀବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ସ୍ୱାସ୍ଥ୍ୟକର୍ମୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସେଫ୍ ସଞ୍ଜୀବ

ମୁମ୍ବାଇ: ଦେଶକୁ ଦୋହଲାଇ ଦେଇଛି କରୋନା ମହାମାରୀର ଦ୍ୱିତୀୟ ଲହର । ଚାରିଆଡେ ଏହାକୁ ନେଇ ସୃଷ୍ଟି ହେଇଛି ହାହାକାର । କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଦିନ ରାତି ଲାଗିଛି ସ୍ୱାସ୍ଥ୍ୟକର୍ମୀ । ନିଜ ଜୀବନ ବାଜି ଲାଗାଇ ବଞ୍ଚାଉଛନ୍ତି ଜୀବନ । ଏଭଳି ସ୍ଥିତିରେ ଦେଶର ଅନେକ ସେଲେବ୍ରିଟି ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏହି ତାଲିକାରେ ଏବେ ପ୍ରସିଦ୍ଧ ସେଫ୍ ତଥା ରୋଷେୟା ସଞ୍ଜୀବ କପୁରଙ୍କ ନାଁ ସାମିଲ ହୋଇଛି । ସେ ସାରା ଦେଶରେ ସ୍ୱାସ୍ଥ୍ୟକର୍ମୀ ଓ କୋଡିଜ ଯୋଦ୍ଧାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ।

ସେଫ୍ ସଞ୍ଜୀବ କପୁର ଗତ କିଛି ଦିନ ହେବ ମୁମ୍ବାଇର ପ୍ରସିଦ୍ଧ ହୋଟେଲ ତାଜ ଏବଂ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନର ପ୍ରତିଷ୍ଠାତା ଓଜେ ଆଣ୍ଡ୍ରେସଙ୍କ ସହ ହାତ ମିଳାଇଛନ୍ତି । ଏମାନଙ୍କ ସହାୟତାରେ ସେ ପ୍ରତିଦିନ ୨୦,୦୦୦ ଡାକ୍ତର, ନର୍ସ, ୱାର୍ଡ ବଏ ଏବଂ ଅନ୍ୟାନ୍ୟ ଡାକ୍ତରୀ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ସଞ୍ଜୀବ କପୁର ମୁମ୍ବାଇ, ଗୁରୁଗ୍ରାମ, ବେଙ୍ଗାଲୁରୁ, ଦିଲ୍ଲୀ, କୋଲକାତା, ଆହ୍ଲାବାଦ, ବାରାଣାସୀ, ଗୋଆ ଭଳି ସହରର ସରକାରୀ ଡାକ୍ତରଖାନାକୁ ଖାଦ୍ୟ ଯୋଗାଉଛନ୍ତି।

ପ୍ରତିଦିନ ୨୦,୦୦୦ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ତିଆରି କରୁଛନ୍ତି ଖାଦ୍ୟ

ସଞ୍ଜୀବ କପୁର କହିଛନ୍ତି, ଗତ ବର୍ଷ ମଧ୍ୟ କରୋନା ସମୟରେ ଆମେ ଲୋକଙ୍କୁ ସାହାଯ୍ୟ କରିଥିଲୁ। ଏଥର ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଉଦ୍ୟମ ଚାଲିଛି। ଆମ ତରଫରୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଉତ୍ସାହିତ କରିବାପାଇଁ ଏହା ଏକ ପ୍ରୟାସ । ସୁସ୍ୱାଦୁ ଖାଦ୍ୟ ମାଧ୍ୟମରେ ଆମେ ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ଚାହୁଁଛୁ।

ସଞ୍ଜୀବ ଆହୁରି କହିଛନ୍ତି ଯେ ଆମେ ପ୍ରଥମେ ୧୦୦୦ ପରେ ୨୦୦୦ ଏବଂ ପରେ ୫୦୦୦ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଦ୍ୟ ଯୋଗାଇବା ଆରମ୍ଭ କରିଥିଲୁ। ବର୍ତ୍ତମାନ ଏହା ୨୦,୦୦୦ କୁ ବୃଦ୍ଧି ପାଇଛି । ଆମର ଲକ୍ଷ୍ୟ ହେଉଛି ଆଗାମୀ ଦିନରେ ୧ ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ ଖାଦ୍ୟ ଯୋଗାଇବା।

ଅନ୍ୟପଟେ ୱାର୍ଲ୍ଡ ସେଣ୍ଟ୍ରାଲ କିଚେନ୍‌ର ପ୍ରତିଷ୍ଠାତା ଓଜେ ଆଣ୍ଡ୍ରେସ କହିଛନ୍ତି, ଏଭଳି ଏକ ଅସୁବିଧା ସମୟରେ ଭାରତର ଲୋକଙ୍କୁ ଆମର ଆବଶ୍ୟକତା ରହିଛିି । ଆମେ ଯେପରି ସବୁ ପ୍ରକାରର ସାହାଯ୍ୟ କରିପାରିବୁ ସେ ନେଇ ମଧ୍ୟ ଚେଷ୍ଟା ଚାଲିଛି ।

The post ସ୍ୱାସ୍ଥ୍ୟକର୍ମୀଙ୍କୁ ଖାଦ୍ୟ ଯୋଗାଉଛନ୍ତି ସେଫ୍ ସଞ୍ଜୀବ appeared first on Odisha Reporter.



from Odisha Reporter https://ift.tt/2TtxJHB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages