ରାଉରକେଲା (ପବନ ତିୱାରୀ): ଏ ଦୁନିଆରେ ମଣିଷ ସମ୍ପର୍କଟିକକୁ ନେଇ ବଞ୍ଚିଥାଏ । ହେଲେ ମହାମାରୀ କରୋନା ସେତକକୁ ବି ସାରିଦେଲା। ଏବେ ରକ୍ତ ବି ପର। ଯେଉଁଥିପାଇଁ କେତେବେଳେ ବାପାଠୁ ପୁଅ ଦୂରେଇ ଯାଉଛି ତ ଆଉ କେତେବେଳେ କରୋନା ଆକ୍ରାନ୍ତ ସ୍ୱାମୀକୁ ଛୁଉଁବାକୁ ଡରୁଛି ସ୍ତ୍ରୀ। ହେଲେ ଏପରି ସମୟରେ ମାନବିକତା ଦେଖାଇଛନ୍ତି ପିନ୍ସେସ୍ କିନ୍ନର। ଗତବର୍ଷ କୋଭିଡ୍ ହସ୍ପିଟାଲ୍ରେ କରୋନା ଆକ୍ରାଙ୍କୁ ସେବା କରୁଥିଲେ ଏବେ ଟିକା କେନ୍ଦ୍ର ପଞ୍ଜିକରଣ କରି ମନ ଜିଣୁଛନ୍ତି ପ୍ରିନ୍ସେସ୍ କିନ୍ନର।
ନାଁ ପ୍ରିନସେସ୍ କିନ୍ନର। ଘର ରାଉରକେଲା ମହତାବ ରୋଡ୍ ଅଞ୍ଚଳରେ। ସେ ଏବେ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ। ମହାମାରୀ କରୋନା ବେଳେ ଗତବର୍ଷରୁ ସେ କରୋନା ସହିତ ରହି କାମ କରୁଛନ୍ତି। ୨୦୨୦ ମସିହାରୁ ପ୍ରିନସେସ୍ ବିପିୟୁଟି କୋଭିଡ୍ କେୟାର ସେଣ୍ଟରରେ କାମ କରୁଛନ୍ତି। ଏବେ ସେ ପୁଣିଥରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପାନପୋଷ ଉପଖଣ୍ଡ ଚିକିତ୍ସାଳୟରେ କାମ କରୁଛନ୍ତି। ସେ ଏଠାରେ କରୋନା ଟିକା ଦେବାରେ ଲୋକଙ୍କୁ ସାହାର୍ଯ୍ୟ କରୁଛନ୍ତି। ପ୍ରିନସେସ୍ ପ୍ରତିଦିନ ସକାଳ ୮ଟାରୁ ଡ୍ୟୁଟିରେ ଲାଗିଯାଆନ୍ତି। ଯେଉଁମାନେ କରୋନା ଟିକା ନେବା ପାଇଁ ଆସନ୍ତି, ସେମାନଙ୍କର ନାମକୁ ରେଜିଷ୍ଟ୍ରେସନ୍ କରାଇବା ହେଉଛି ତାଙ୍କର ଡ୍ୟୁଟି। ଦିନ ତମାମ ଚାଲେ ତାଙ୍କର ଏହି କାମ। ପ୍ରତିଦିନ ଏହି ସେଣ୍ଟରରୁ ପ୍ରାୟ ହଜାରେ ଲୋକଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଛି।
ଗତକାଲି ରାଉରକେଲା ଏଡିଏମ୍ ଅବୋଲି ସୁନିଲ ନରୱଣେ ପାନପୋଷ ଟିକାକରଣ କେନ୍ଦ୍ରକୁ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ତା’ ସହିତ ପ୍ରିନସେସ୍ ସହ କାମ ସମ୍ପର୍କରେ ଆଲୋଚନା କରିଛନ୍ତି। ଏଡିଏମ୍ ଅବୋଲି ସୁନିଲ ନରୱଣେ କହିଛନ୍ତି, ଆଗାମୀ ଦିନରେ ଆଉ କିଛି କିନ୍ନରଙ୍କୁ ମଧ୍ୟ ଏପରି କାମରେ ନିୟୋଜିତ କରାଯିବ। କିନ୍ନରମାନେ ବହୁତ ଭଲ କାମ କରୁଥିବା ଏଡିଏମ୍ ଅବୋଲି ସୁନିଲ ନରୱଣେ କହିଛନ୍ତି। ସେ ବହୁ ସମୟ ଧରି ସେଣ୍ଟରରେ ରହି ଟିକାକରଣ ପାଇଁ ସମୀକ୍ଷା କରିଛନ୍ତି। ଆଗାମୀ ଦିନରେ ଯେମିତି ସମସ୍ତଙ୍କୁ ଟିକା ମିଳିବ, ସେନେଇ ଜିଲ୍ଲା ପ୍ରଶାସନ ପ୍ରୟାସ କରୁଥିବା ସେ କହିଛନ୍ତି। ଆଉ ଏହି କାମରେ ଅଧିକରୁ ଅଧିକ ମେନ ପାୱାର ଆବଶ୍ୟକ ଥିବାରୁ କିନ୍ନରମାନଙ୍କୁ ମଧ୍ୟ ଏଥିରେ ନିୟୋଜିତ କରାଯିବ ବୋଲି ଅବୋଲି ସୁନିଲ ନରୱଣେ କହିଛନ୍ତି।
The post ଟିକା କେନ୍ଦ୍ରରେ ମନ କିଣୁଛନ୍ତି କିନ୍ନର ପ୍ରିନ୍ସେସ୍ appeared first on Odisha Reporter.
from Odisha Reporter https://ift.tt/3pfeMEx
No comments:
Post a Comment