ମଝି ଆକାଶରେ ବାନ୍ଧିଲେ ମଙ୍ଗଳସୂତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ମଝି ଆକାଶରେ ବାନ୍ଧିଲେ ମଙ୍ଗଳସୂତ୍ର

ଚେନ୍ନାଇ: ମଝି ଆକାଶରେ ପିନ୍ଧାଇଲେ ଫୁଲ ମାଳ । ବାନ୍ଧିଲେ ମଙ୍ଗଳସୂତ୍ର । ହାତକୁ ଦି ହାତ ହେଲେ ବର-କନ୍ୟା । ବିମାନ ଭିତରେ ହେଲା ବିବାହ । ତାମିଲନାଡୁର ମଦୁରାଇରେ ଦେଖିବାକୁ ମିଳିଛି କିିଛି ଏଭଳି ନିଆରା ବିବାହ । କରୋନା ପ୍ରତିବନ୍ଧକକୁ ଦେଖି ଆକାଶ ବିବାହ କରିଛନ୍ତି ଦମ୍ପତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସାରା ଦେଶ ଏବେ ମହାମାରୀ କରୋନା ସହ ଲଢ଼ୁଛି । ଦେଶର ଅନେକ ରାଜ୍ୟରେ ଲକଡାଉନ୍ ମଧ୍ୟ ଲାଗୁ ହୋଇଛି । ଏଥିପାଇଁ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଲୋକଙ୍କ ସମସ୍ତ ଜରୁରୀ କାର୍ଯ୍ୟ ସ୍ଥଗିତ ହୋଇଯାଇଛି । ବ୍ୟବସାୟ ଠାରୁ ଆରମ୍ଭ କରି ଚାରିକି ଏବଂ ବିବାହ । ଲକଡାଉନକୁ ଦୃଷ୍ଟିରେ ରଖି ପୃଥୀବି ଛାଡି ଆକାଶରେ ବିବାହ କରିବା ପାଇଁ ମନସ୍ଥ କରିଥିଲେ ମଦୁରାଇର ବର-କନ୍ୟା ।
ମଦୁରାଇରେ ବାସ କରୁଥିବା ରାକେଶ ଓ ଦିକ୍ଷା ଚାଟାର୍ଡ ପ୍ଲେନ ଭିତରେ ବିବାହ କରିଛନ୍ତି । ଏ ଦୁହେଁ ଏକ ବିମାନକୁ ଭଡାରେ ନେଇ ୧୩୦ ଜଣ ବନ୍ଧୁ ବାନ୍ଧକ ଓ ନିକଟ ସମ୍ପର୍କିୟଙ୍କ ସହ ମିଶି ବମାନ ଭିତରେ ମଝି ଆକାଶରେ ହିଁ ଗତ ଦୁଇ ଦିନ ତଳେ ବିବାହ କରିଛନ୍ତି । ତେବେ ବିବାହ ପୂର୍ବରୁ ସମସ୍ତଙ୍କ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିବା ଏବଂ ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଏହି ନବ ବିବାହିତ ଦମ୍ପତି ଦାବି କରିଛନ୍ତି ।
ନବ ଦମ୍ପତି ଏଭଳି ନିଆରା ବିବାହର ଭିଡିଓ ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିସହ ସୋଶାଲ ମିଡିଆରେ ମଧ୍ୟ ଏହି ଦମ୍ପତିଙ୍କ ବିବାହର ଭିଡିଓ ଟ୍ରେଣ୍ଡ କରିବାରେ ଲାଗିଛି । ସୂଚନା ମୁତାବକ ତାମିଲନାଡୁରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁଖମନ୍ତ୍ରୀ ଷ୍ଟାଲିନ ୨୪ ମେ୩ରୁ ୩୧ ଯାଏ ୭ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି ।

The post ମଝି ଆକାଶରେ ବାନ୍ଧିଲେ ମଙ୍ଗଳସୂତ୍ର appeared first on Odisha Reporter.



from Odisha Reporter https://ift.tt/3feOej5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages