ଡାକ୍ତର ସାଜିଲେ ୫ମ ପାସ୍‌ ବିଜେପି ବିଧାୟକ, କରୋନା ରୋଗୀଙ୍କୁ ଦେଲେ ଇଞ୍ଜେକସନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 24, 2021

ଡାକ୍ତର ସାଜିଲେ ୫ମ ପାସ୍‌ ବିଜେପି ବିଧାୟକ, କରୋନା ରୋଗୀଙ୍କୁ ଦେଲେ ଇଞ୍ଜେକସନ!

ସୁରତ: ୫ମ ଶ୍ରେଣୀ ଯାଏ ପାଠ ପଢ଼ିଥିବା ଗୁଜରାଟର ଜଣେ ବିଜେପି ବିଧାୟକ କରୋନା ସଂକ୍ରମଣ ବେଳେ ଡାକ୍ତର ସାଜିଛନ୍ତି। ସେ ଗୁଜରାଟର ସୁରତରେ ଥିବା ସରଥାନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେମଡେସିଭିର ଇଞ୍ଜେକସନକୁ ଭିଆଲରୁ ସିରିଞ୍ଜରେ ଭର୍ତ୍ତି କରି ଏହାକୁ କରୋନା ରୋଗୀଙ୍କ ଶରୀରରେ ଲାଗିଥିବା ସାଲାଇନ୍‌ରେ ଭର୍ତ୍ତି କରିଛନ୍ତି।

ସାଲାଇନ୍‌ରେ ଇଞ୍ଜେକସନ ଭର୍ତ୍ତି କରିବା ବେଳେ ଏହା ଥରେ ମୋଡ଼ି ମଧ୍ୟ ହୋଇଯାଇଥିଲା। ତଥାପି ସେ ଇଞ୍ଜେକସନ ଦେଇଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିଧାୟକ ଜଣଙ୍କ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି।

ଭାଇରାଲ ଭିଡିଓରେ ସୁରତର କାମରେଜ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭିଡି ଝାଲାଭାଡିୟା ରହିଛନ୍ତି। ତାଙ୍କ ୪ ପାଖରେ କିଛି ଲୋକ ଓ ସ୍ୱାସ୍ଥ୍ୟକେନ୍ଦ୍ରର କର୍ତ୍ତୃପକ୍ଷ ରହିଥିଲେ। ତଥାପି ୫ମ ପାସ୍‌ ବିଧାୟକ ଜଣଙ୍କ ନିଜେ ରେମଡେସିଭିର ଭିଆଲରୁ ଇଞ୍ଜେକସନ ସିରିଞ୍ଜରେ ଭର୍ତ୍ତି କରିଥିଲେ। ଏହାପରେ ଏହାକୁ କରୋନା ରୋଗୀଙ୍କ ଶରୀରରେ ଲାଗିଥିବା ସାଲାଇନ୍‌ରେ ଭର୍ତ୍ତି କରିଥିଲେ।

ଏହି କୋଭିଡ କେୟାର ସେଣ୍ଟରଟି ବିଧାୟକଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାର ଭିଡିଓ ଭାଇରାଲ ହେବା ପରେ ସମସ୍ତେ ବିଧାୟକଙ୍କ କାର୍ଯ୍ୟକୁ ନାପସନ୍ଦ କରିଛନ୍ତି। କଂଗ୍ରେସ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛି। ବିଧାୟକ ଝାଲାଭାଡିୟା କିନ୍ତୁ ନିଜ କାର୍ଯ୍ୟକୁ ଠିକ୍‌ ବୋଲି କହିଛନ୍ତି।
ସେ କହିଛନ୍ତି, “ମୁଁ କୌଣସି କରୋନା ରୋଗୀଙ୍କୁ ଇଞ୍ଜେକସନ ଦେଇନାହିଁ। କେବଳ ସାଲାଇନ୍‌ରେ ରେମଡେସିଭିର ଇଞ୍ଜେକସନ ଭର୍ତ୍ତି କରିଛି। କଂଗ୍ରେସ କିଛି ବି ଭଲ କାମ କରିବ ନାହିଁ। କେବଲ ଭଲ କାମ ଗୁଡ଼ିକରେ ଉପରେ ପ୍ରଶ୍ନ ଉଠାଇ ବିବାଦ ସୃଷ୍ଟି କରିବ। ମୋ ସହ ୧୦ରୁ ୧୫ ଜଣ ଡାକ୍ତର ସେଠାରେ ଥିଲେ।

ବିଗତ ୪୦ ଦିନ ମଧ୍ୟରେ ଆମେ ୨୦୦ରୁ ଅଧିକ କରୋନା ରୋଗୀଙ୍କୁ ସୁସ୍ଥ କରି ଘରକୁ ପଠାଇଛୁ। ମୁଁ କୋଟିକୋଟି ଲୋକଙ୍କ ଜୀବନ ବଞ୍ଚାଇଛି। ଆମ ଦଳର କର୍ମୀମାନେ ରୋଗୀଙ୍କୁ ସହଯୋଗ କରୁଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଛୁ।”

The post ଡାକ୍ତର ସାଜିଲେ ୫ମ ପାସ୍‌ ବିଜେପି ବିଧାୟକ, କରୋନା ରୋଗୀଙ୍କୁ ଦେଲେ ଇଞ୍ଜେକସନ! appeared first on Odisha Reporter.



from Odisha Reporter https://ift.tt/3yx4ALJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages