‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 9, 2021

‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’

ବେଜିଂ: କରୋନା ଭାଇରସର ଉତ୍ପତ୍ତି ସ୍ଥଳକୁ ଚାଇନା ବିଭିନ୍ନ ଦେଶର ଟାର୍ଗେଟରେ ଥିବା ବେଳେ ଏବେ ଆଉ ଏକ ବିବାଦରେ ଫସିଛି। ଅଷ୍ଟ୍ରେଲିଆ ମିଡିଆରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଏବେ ଅନ୍ତର୍ଜାତୀୟ ମିଡିଆରେ ଚାଲବାଜ ଚାଇନା ବିଶେଦଗାରର ଶିକାର ହୋଇଛି। ଏହି ରିପୋର୍ଟରେ କୁହାଯାଇଛି ଚାଇନା ତୃତୀୟ ବିଶ୍ୱଯୁଦ୍ଧ ଭାବରେ କରୋନା ଭାଇରସକୁ ଜୈବିକ ଅସ୍ତ୍ର କରିଛି। ଆଉ ଚାଇନାର ନର ରୂପୀ ରାକ୍ଷସ ବୈଜ୍ଞାନିକ ଏଥିପାଇଁ ୨୦୧୫ରୁ ପ୍ରସ୍ତୁତି ଚଳାଉଥିଲେ। ଯଦିଓ କରୋନା ଭାଇରସକୁ ନେଇ ବିଭିନ୍ନ ଦେଶ ଚାଇନା ସହିତ ସମ୍ପର୍କ ଖରାପ କରିସାରିଲେଣି ହେଲେ ଚାଲବାଜ ଚାଇନା କରୋନାକୁ ସେ ତିଆରି କରିନାହିଁ ବୋଲି କହୁଛି।

news.com.auରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଚାଇନାର ଏକ ଲ୍ୟାବରେ କରୋନା ଊାଇରସ ବିକଶିତ ହୋଇଥିବା ଦାବି କରାଯାଉଥିବା ବେଳେ ଏକ ଦସ୍ତାବିଜ ପ୍ରକାଶିତ ହୋଇଛି ଯାହା ସାରା ବିଶ୍ୱକୁ ଚକିତ କରିଛି। ଚାଇନାର ବୈଜ୍ଞାନିକ ତଥା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଲିଖିତ ଏହି ଡକ୍ୟୁମେଣ୍ଟ ବା ଦସ୍ତାବିଜ ଅନୁଯାୟୀ ୨୦୧୫ରେ କରୋନା ଭାଇରସକୁ ଏକ ଜୈବିକ ଅସ୍ତ୍ର ଭାବରେ ଚାଇନା ତିଆରି କରିଥିଲା। ଏଥିରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ୨୦୧୫ରେ କରୋନାକୁ ଅସ୍ତ୍ର ଭାବରେ ବ୍ୟବହାର ଉପରେ ଆଲୋଚନା କରିଥିଲେ।

ରିପୋର୍ଟ ଅନୁଯାୟୀ SARS-CoV-2 ନାମକ ଭାଇରସରୁ ଆସିଥିବା କରୋନା ନୂଆ ଯୁଗର ଜେନେଟିକ୍ ଅସ୍ତ୍ର ବା ଜୈବିକ ଅସ୍ତ୍ର କରିବାକୁ ଚାଇନା ବୈଜ୍ଞାନିକ ଆଲୋଚନା କରିଥିଲେ। ଯାହାକୁ କୃତ୍ରିମ ଭାବରେ ମଣିଷଙ୍କ ପାଇଁ ଏକ ମାରାତ୍ମକ ରୋଗରେ ପରିଣତ କରିହେବ| ‘SARSର ଅପ୍ରାକୃତିକ ଉତ୍ପତ୍ତି ଏବଂ ମଣିଷ ଦ୍ୱାରା ତିଆରି ଭାଇରସ୍’ ନାମକ ବାୟୋ ଉଇପନ (ଜୈବିକ ଅସ୍ତ୍ର) ରିପୋର୍ଟରେ ଏହା କୁହାଯାଇଛି। ଏହି ଜୈବିକ ଅସ୍ତ୍ର ମାଧ୍ୟମରେ ତୃତୀୟ ବିଶ୍ୱଯୁଦ୍ଧ ହେବ। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଏହି ତଥ୍ୟରୁ ଜଣାପଡିଛି ଯେ ଚାଇନାର ବୈଜ୍ଞାନିକମାନେ କରୋନାକୁ ଏକ ଜୈବିକ ଅସ୍ତ୍ର ଭାବରେ ତିଆରି କରିଛନ୍ତି।

ଅଷ୍ଟ୍ରେଲିୟ ଷ୍ଟ୍ରାଟେଜିକ୍ ପଲିସି ଇନଷ୍ଟିଚ୍ୟୁଟ୍ (ASPI) କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପିଟର ଜେନିଙ୍ଗସ ମିଡିଆକୁ କହିଛନ୍ତି ଯେ ଏହି ରିପୋର୍ଟ ଏକ ପ୍ରମୁଖ ଉତ୍ସ ହୋଇପାରେ ଯାହା ଦୀର୍ଘ ଦିନରୁ ସନ୍ଦେହ କରାଯାଉଥିଲା। ଯେହେତୁ ଜେନିଙ୍ଗସ କହିଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ଚାଇନାର ବୈଜ୍ଞାନିକମାନେ ସାମରିକ ଅସ୍ତ୍ର ଭାବରେ କରୋନାକୁ ତିଆରି କରି ସାରା ବିଶ୍ୱରେ ଏହାକୁ ବିସ୍ତାର କରିଛି।

ସୂଚନାଯୋଗ୍ୟ, କରୋନା ଭାଇସର ପ୍ରଥମେ ୨୦୧୯ ଡିସେମ୍ୱର ଶେଷ ସପ୍ତାହରେ ଚାଇନାର ଉହାନ ସହରରେ ଥିବା ଏକ ଜୈବିକ ପରୀକ୍ଷାଗାର ନିକଟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ହେଲେ ଚାଇନା ଏ ବାବଦରେ ସାରା ବିଶ୍ୱକୁ ବହୁ ବିଳମ୍ୱରେ ସୂଚନା ଦେଇଥିଲା। ଏବେ ଏହି ଭାଇରସ ୧୫୦ରୁ ଅଧିକ ଦେଶକୁ ବିସ୍ତାର କରି ସାରିଛି। କୋଟି କୋଟି ଲୋକ ସାରା ବିଶ୍ୱରେ ଏହି ଭାଇରସର ଶିିକାର ହୋଇ ଆଖି ବୁଜିଛନ୍ତି। ଆମେରିକା, ଭାରତ, ବ୍ରିଟେନ, ଅଷ୍ଟ୍ରେଲିଆ ଆଦି ଅନେକ ଦେଶ କରୋନା ଲଢ଼େଇରେ ବିଜୟୀ ହେବେ ସେ ନେଇ ବର୍ଷେରୁ ଅଧିକ ଦିନ ହେବ ଦିନରାତି ଲଢ଼େଇ କରୁଛନ୍ତି। ସମସ୍ତେ ଏହି ଭାଇରସରୁ ବର୍ତ୍ତିବା ପାଇଁ ପ୍ରାଥମିକ ଭାବରେ ମାସ୍କ ଓ ସାମଜିକ ଦୂରତାକୁ ଅବଲମ୍ୱନ କରୁଛନ୍ତି। ହେଲେ ଚାଇନା ଏବେ କରୋନାକୁ ମାତ ଦେଇ ସ୍ୱାଭାବିକ ଭାବରେ ଜୀବନଯାତ୍ରା କରୁଛି।

The post ‘କରୋନା ଭାଇରସକୁ ତିଆରି କରିବାକୁ ୨୦୧୫ରୁ ଚିନ୍ତା କରିଥିଲା ଚାଲବାଜ ଚାଇନା’ appeared first on Odisha Reporter.



from Odisha Reporter https://ift.tt/3tB12UZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages