ବେଜିଂ: କରୋନା କେଉଁଠୁ ଆସିଛି ଏହାର ଉତ୍ପତ୍ତି ବାବଦରେ ୯୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହାକୁ ନେଇ ଚାଇନା ଏବେ ଅସୁରକ୍ଷିତ। ପୂର୍ବ ଦାବିକୁ ଢ଼ାଲ କରି ଚାଇନା କହିଛି ଆମେରିକା ଏଭଳି କରି ରାଜନୀତି କରିବାକୁ ଚେଷ୍ଟା କରୁଛି। ପୂର୍ବରୁ ଅନେକ ବିଶେଷଜ୍ଞ ଏବଂ ତଦନ୍ତକାରୀ ଟିମ୍ ଯାହା କହିଛନ୍ତି ଆମେରିକା ସେଥିରେ କାହଁକି ସହମତି ପ୍ରକାଶ କରୁନି ବୋଲି ଚାଇନାର ବୈଦେଶିକ ମନ୍ତ୍ରାଳୟ ଗୁରୁବାର ପ୍ରେସ କନଫରେନସ ପ୍ରଶ୍ନ କରିଛି।
ଚାଇନାର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜାଓ ଲିଜିଆନ୍ କହିଛନ୍ତି ଯେ ରାଷ୍ଟ୍ରପତି ଜୋ ବାଇଡେନ କରୋନାର ଉତ୍ପତ୍ତିକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ସେଥିରୁ ସ୍ପଷ୍ଟ ଯେ ଆମେରିକା ତଥ୍ୟ ଏବଂ ସତ୍ୟ ପ୍ରତି ଧ୍ୟାନ ଦେଉ ନାହିଁ। ନିଜର ପସନ୍ଦ ଯୋଗ୍ୟ ବୈଜ୍ଞାନିକଙ୍କ ଜରିଆରେ ଭାଇରସର ଚିହ୍ନଟ କରିବାକୁ ଆଗ୍ରହୀ ଦେଖାଉଛି।
ଜାଓ କହିଛନ୍ତି ଯେ ଆମେରିକା ନିଜର ଜୈବ ପରୀକ୍ଷାଗାରକୁ ଖୋଲି ତଦନ୍ତ କରିବା ଦରକାର। ସେ କହିଛନ୍ତି ଯେ ଆମେରିକା ଦାବି କରୁଛି ଯେ ଚାଇନା ସ୍ୱଚ୍ଛ ଏବଂ ପ୍ରମାଣ ପାଇଁ ଅନ୍ତର୍ଜାତୀୟ ତଦନ୍ତକାରୀ ସଂସ୍ଥା ସହ ଜଡ଼ିତ ହେବା ଦରକାର। ତାହେଲେ ଆମେରିକା ବିଶ୍ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା କରୋନା ଉତ୍ପତ୍ତିର ରିପୋର୍ଟକୁ କାହିଁକି ଗ୍ରହଣ କରୁନି ବୋଲି ସେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ, ନିକଟରେ ଆମେରିକାର ଗୁପ୍ତଚର ଟିମ୍ ଏକ ରିପୋର୍ଟ ପ୍ରକାଶ କରିଛି। ଏହି ଗୁପ୍ତଚର ରିପୋର୍ଟରେ କୁହାଯାଇଛି ନଭେମ୍ବର ୨୦୧୯ ରେ ଚାଇନାର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଅନେକ ଗବେଷକ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଗବେଷକଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଯାହାକୁ ବେଜିଂ ଏଯାବତ ଲୁଚାଇଛି।
ସିଏନ୍ଏନର ରିପୋର୍ଟ ଅନୁଯାୟୀ, ଚାଇନା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)କୁ ୮ ଡିସେମ୍ବର ୨୦୧୯ରେ କହିଛି ଯେ କୋଭିଡ ଲକ୍ଷଣର ପ୍ରଥମ ରୋଗୀ ଉହାନରୁ ମିଳିଥିଲା। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଚାଇନାର ଗବେଷକଙ୍କ ବାବଦରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ଗୁପ୍ତଚର ରିପୋର୍ଟ କହିଛି ଯେ ଏବେ ଏହି ଗବେଷକମାନେ କେଉଁ ରୋଗରେ ପୀଡିତ ଥିଲେ ତାହା ତାହା ଜଣାପଡ଼ିନି। ଯାହାକୁ ବେଜିଂ ଲୁଚାଇବାରେ ଏକ ପ୍ରକାର ସଫଳ ହୋଇଛି। ତେଣୁ କରୋନାର ଉତ୍ପତ୍ତି ବାବଦରେ ଜଣାପଡିନି। ଏହାପରେ ବାଇଡେନ କରୋନାର ଉତ୍ପତି ବାବଦରେ ଜାଣିବା ପାଇଁ ତଦନ୍ତ ସମୟକୁ ସୀମିତ କରିବା ସହିତ ଜୋରଦାର କରିବାକୁ କହିଛନ୍ତି।
The post ବାଇଡେନଙ୍କ ନିର୍ଦ୍ଦେଶ ପରେ ବିଚଳିତ ଚାଇନା ! appeared first on Odisha Reporter.
from Odisha Reporter https://ift.tt/3bXo4iI
No comments:
Post a Comment