ନୂଆଦିଲ୍ଲୀ: ସାରା ଜୀବନ ପରିବେଶର ସୁରକ୍ଷା ଦିଗରେ କାର୍ଯ୍ୟ କରି ଆସୁଥିବା ବିଶିଷ୍ଟ ପରିବେଶବିତ୍ ସୁନ୍ଦରଲାଲ ବହୁଗୁଣା ଆଉ ନାହାନ୍ତି। ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ସେ ଆଜି ଆଖି ବୁଜିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା।
କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଋଶିକେଶ ସ୍ଥିତି ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ୧୦ ଦିନ କାଳ କରୋନା ସହ ଲଢ଼େଇ କରିବା ପରେ ସେ ଆଜି ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମଧୁମେହ ରୋଗ ରହିଥିଲା। ତାଙ୍କ ଅକ୍ସିଜେନ ସ୍ତର ମଧ୍ୟ କ୍ରମାଗତ ହ୍ରାସ ପାଉଥିଲା। ତାଙ୍କ ଜୀବନ ରକ୍ଷା କରିବାକୁ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ହେଁ ଏହା ସଫଳ ହୋଇ ପାରିନି।
ଘରୱାଲି ପରିବେଶବିତ ଓ ଚିପକୋ ମୁଭମେଣ୍ଟର ଅନ୍ୟତମ ନେତା ସୁନ୍ଦରଲାଲ ହିମାଳୟରେ ଥିବା ଜଙ୍ଗଲଗୁଡ଼ିକର ସଂରକ୍ଷଣ ପାଇଁ ଦୀର୍ଘ ବର୍ଷ ହେଲା ଲଢ଼େଇ କରୁଥିଲେ। ୧୯୭୦ ମସିହା ଚିପକୋ ମୁଭମେଣ୍ଟ ଓ ୧୯୮୦ର ତେହରି ଡ୍ୟାମ ବିରୋଧୀ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ଚିପକୋ ଆନ୍ଦୋଳ ଜରିଆରେ ସେ ଘରୱାଲ ଅଞ୍ଚଳରେ ଥିବା ଗାଁ ଲୋକଙ୍କୁ ଏକାଠି କରିଥିଲେ। ଏଠାରେ ଥିବା ଗଛ ଗୁଡ଼ିକୁ ସମସ୍ତଙ୍କୁ କୁଣ୍ଢାଇବାକୁ ସେ ଉତ୍ସାହିତ କରିଥିଲେ। ସମସ୍ତେ ମଧ୍ୟ ଗଛ କଟାକୁ ବିରୋଧ କରି ଏହାକୁ କୁଣ୍ଢାଇ ଥିଲେ। ତେଣୁ ଏହା ଚିପକୋ ଆନ୍ଦୋଳନ ଭାବେ ପରିଚୟ ହାସଲ କରିଥିଲା।
ପରିବେଶ ସୁରକ୍ଷା ପାଇଁ ସେ ତାଙ୍କ ଜୀବନକୁ ଉର୍ତ୍ସଗ କରିଥିବାରୁ ତାଙ୍କୁ ଭାରତ ସରକାର ୧୯୮୧ରେ ପଦ୍ମଶ୍ରୀ ଓ ୨୦୦୯ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ।
The post କରୋନାରେ ଚାଲିଗଲେ ପଦ୍ମବିଭୂଷଣ ସୁନ୍ଦରଲାଲ ବହୁଗୁଣା appeared first on Odisha Reporter.
from Odisha Reporter https://ift.tt/3u5dEnG
No comments:
Post a Comment