ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ୍ର ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତି। କରୋନା କଟକଣାକୁ ଫୁ ସହ ସାମାଜିକ ଦୂରତା ନିୟମର ଖୋଲାଖୋଲି ହୋଇଛି ଉଲ୍ଲଘଂନ । ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲ୍ରୁ ହୋଇଥିବା ଏହି ଭାଇରାଲ ଏବେ ଭିଡିଓ ହେବାରେ ଲାଗିଛି ।
କେଉଁଠି ସଂଗୀତ ଆସର ଚାଲିଛି ତ ପୁଣି କେଉଁଠି ଆଧୁନିକ ଆଲବମ୍ର ତାଳେ ତାଳେ ଝୁମୁଛନ୍ତି ଅନ୍ତେବାସୀ । ତେବେ ଏହି ଭିଡିଓ କେବେକାର ତାହା ସ୍ପଷ୍ଚ ହୋଇନାହିଁ ବୋଲି କହିଛନ୍ତି ଜେଲ୍ ବିଭାଗ ଡିଆଇଜି । ଅନୁସନ୍ଧାନ ଜାରି ରହିଛି , ଭିଡିଓଟି ବୋଧେ କରୋନା ପୂର୍ବବର୍ତ୍ତୀ ସମୟର ବୋଲି କହିଛନ୍ତି ଡିଆଇଜି । ଏହା ପଛରେ ଯେଉଁ କର୍ମଚାରୀ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଅପରେସନ୍ କ୍ଲିନ୍କୁ ଡାଇଭର୍ଟ କରିବା ପାଇଁ ଏହା ଚକ୍ରାନ୍ତ ହୋଇଥାଇପାରେ ବୋଲି ସେ କହିଛନ୍ତି । ଏହା ସହ ରେଡ୍ ବେଳେ ମାଟିତଳୁ ୯ଟି ମୋବାଇଲ ମିଳିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜେଲ୍ ବିଭାଗ ଜିଆଇଜି । କେବଳ ଝାରପଡ଼ା ନୁହେଁ ରାଜ୍ୟର ସବୁ ଜେଲ୍ ସର୍ଚ୍ଚ କରାଯିବ ଏନେଇ ଏକ ସ୍କ୍ୱାର୍ଡ ଗଠନ କରାଯାଇଛି । ତେବେ ଜେଲ୍ ସୁରକ୍ଷା କର୍ମୀଙ୍କ ବିନା ସହଯୋଗରେ ତଥା ଜାଣତରେ ମାଦକ ଦ୍ରବ୍ୟ, ମୋବାଇଲ ଫୋନ୍ ଆଦି ଭିତରକୁ ଯିବା, ଜେଲ୍ରେ ଆସର ଜମିବା ଆଦି ଅସମ୍ଭବ ମନେ ହେଉଛି।
ସୂଚନାଯୋଗ୍ୟ, ଆଜି ୩ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ ହୋଇଛି।
ଭୁବନେଶ୍ୱର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ବଦଳି ହୋଇଥିବା ବେଳେ ପୁରୀ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍ଙ୍କୁ ପୁରୀ ଜେଲ୍ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।
The post କରୋନା କଟକଣାକୁ ଫୁ; ଜେଲ୍ ଭିତରେ ଚାଲିଛି ଫୁଲ୍ ମସ୍ତି appeared first on Odisha Reporter.
from Odisha Reporter https://ift.tt/2Qda9xs
No comments:
Post a Comment