ମୁମ୍ୱାଇ: ମହାରାଷ୍ଟ୍ରରେ ୧ ଜୁନ୍ ପର୍ଯ୍ୟନ୍ତ ଲକଡାଉନ ବଢ଼ାଇଛନ୍ତି ସରକାର। କିଛି ନୂଆ ନିୟମ ସହିତ ପୂର୍ବ ନିୟମ ଏହି ଲକଡାଉନ ବେଳେ ବଳବତ୍ତର ରହିବ। ସରକାରଙ୍କ ନୂଆ ନିୟମ ଅନୁଯାୟୀ ଏବେ ରାଜ୍ୟକୁ ଆସୁଥିବା ସମସ୍ତ ଲୋକ RT-PCR ରିପୋର୍ଟ ଦେଖାଇବାକୁ ବାଧ୍ୟ। ରିପୋର୍ଟ ନେଗେଟିଭ୍ ଥିଲେ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ ବୋଲି ମହାରାଷ୍ଟ୍ର ସରକାର କହିଛନ୍ତି। ଆଉ ଏହି ରିପୋର୍ଟ ମହାରାଷ୍ଟ୍ରରେ ପ୍ରବେଶ କରିବାର ୪୮ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଦରକାର।
ପୂର୍ବରୁ ଏହି ନିୟମ ମଧ୍ୟ ଥିଲା। କିନ୍ତୁ ଯେଉଁଠି ଅଧିକ ସଂକ୍ରମିତ ଥିଲେ ସେହି ସ୍ଥାନରେ ଏହି ନିୟମ ଲାଗୁ କରାଯାଉଥିଲା। କିନ୍ତୁ ଏବେ ସଂକ୍ରମିତ ସଂଖ୍ୟା ନକମିବାରୁ ଏପରି ନୂଆ ନିୟମ ଜାରି କରିଛନ୍ତି।
ରାଜ୍ୟର ଅନେକ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ତେଣୁ ଲକଡାଉନ ଲାଗୁ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି। ତେଣୁ ଶନିବାର ଲକଡାଉନ ଅବଧି ଶେଷ ହେବାକୁ ଯିବା ପୂର୍ବରୁ ଆସନ୍ତା ୧୫ ଦିନ ପାଇଁ ପୁଣିଥରେ ଲକଡାଉନ୍ କରିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏବେ ରାଜ୍ୟରେ ବଢ଼ୁଥିବା ମତ୍ୟୁ ହାର ସରକାରଙ୍କ ପାଇଁ ଚିନ୍ତାଜନକ ପାଲଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬,୭୮୧ ଜଣ ନୂଆ ସଂକ୍ରମିତ ହୋଇଥିବାବେଳେ ୮୧୬ ଜଣ ପ୍ରାଣ ହରାଇଛନ୍ତି।
The post ଏହି ରାଜ୍ୟ ବଢ଼ାଇଲା ଲକଡାଉନ ଅବଧି, RT-PCR ରିପୋର୍ଟ ନଥିଲେ ନୋ ଏଣ୍ଟ୍ରି appeared first on Odisha Reporter.
from Odisha Reporter https://ift.tt/3oeLvJC
No comments:
Post a Comment