ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଦେଖାଇଲେ ଆବ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଦେଖାଇଲେ ଆବ୍ସ

ଲସ୍‌ଏଞ୍ଜଲିସ: ମହିଳାରୁ ପାଲଟିଗଲେ ପୁରୁଷ । ହଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏଲନ୍ ପେଜ୍ ଏବେ ଏଲଟ୍ ପେଜ୍ ନାଁରେ ଜଣାଶୁଣା । ସର୍ଜରୀ କରି ପୁରୁଷ ପାଲଟିବା ପରେ ଏବେ ସେ ନିଜର ୬ ପ୍ୟାକ୍ ଆବ୍ସ ଦେଖାଇଛନ୍ତି । ଯାହାର ଫଟୋକୁ ଏଲଟ୍ ସେଆର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଜୁନୋ ଏବଂ ଇଂସେପ୍ସନ ଭଳି ପ୍ରସିଦ୍ଧ ହଲିଉଡ ଫିଲ୍ମରେ କାମ କରିଥିବା ଏଲଟ ଡିସେମ୍ବର ୨୦୨୦ରେ ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ସୂଚନା ଦେଇଥିଲେ । ଏବେ ତାଙ୍କର ୬ ପ୍ୟାକ୍ ଆବ୍ସର ଫଟୋ ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି ।

ସର୍ଜରୀ କରି ପୁରୁଷ ପାଲଟିବା ପରେ ନିଜର ୬ ପ୍ୟାକ୍ ଆବ୍ସ ଦେଖାଇଛନ୍ତି ଏଲନ୍ ପେଜ୍

ନିକଟରେ ଓପେରା ୱିନ୍‌ଫ୍ରେଙ୍କ ସହ ଇଣ୍ଟରଭ୍ୟୁରେ ଏଲଟ୍ କହିଥିଲେ, ତାଙ୍କ ପିଲା ଦିନ ସାଧାରଣ ଥିଲା । କିନ୍ତୁ ଯେତେବେଳେ ସେ କିଶୋର ଅବସ୍ଥାକୁ ଆସିଥିଲେ ସେତେବେଳେ ତାଙ୍କ ଶରୀରରେ ପରିବର୍ତ୍ତନ ହେବା ଦେଖିଥିଲେ । କିନ୍ତୁ ଧୀରେ ଧୀରେ ହଲିଉଡରେ ପାଦ ଦେବା ପରେ ସେ ପୁରାପୁରି ବଦଳି ଯାଇଥିଲେ ।

୨୦୦୭ରେ ଫିଲ୍ମ ‘ଜୁନୋ’ର ପ୍ରମୋସନ ବେଳେ ଏଲଟ ଓସ୍କାରର ରେଡ୍ କାର୍‌ପେଟ୍ ପାଇଁ ଏକ ଡ୍ରେସ ପିନ୍ଧିଥିଲେ । କିନ୍ତୁ ପରେ ଯେତେବେଳେ ସେ ନିଜର ଫଟୋ ଦେଖିଥିଲେ ସେତେବେଳେ ତାଙ୍କୁ ବେଶ୍ ଅଡୁଆ ଲାଗିଥିଲା ବୋଲି କହିଛନ୍ତି ।

ପେଜ୍ ଆହୁରି କହିଛନ୍ତି, ମହିଳାଙ୍କ ଡ୍ରେସ୍ ପିନ୍ଧିବା ତାଙ୍କୁ ଭଲ ଲାଗୁନଥିଲା । ଏହା ପରେ ସେ ସର୍ଜରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସର୍ଜରୀ ପରେ ସେ ପୁଣି ନିଜକୁ ଫେରି ପାଇଥିବା କହିଛନ୍ତି । କେବଳ ସେତିକି ନୁହେଁ ଟ୍ରାନ୍ସଜେଣ୍ଡର ଲୋକଙ୍କ ସଙ୍ଘର୍ଷ କ’ଣ ତାହା ମୁଁ ବୁଝିପାରୁଛି ତେଣୁ ତାଙ୍କ ପ୍ରତି ମୋର ସମର୍ଥନ ସର୍ବଦା ରହିବ ବୋଲି ସେ କହିଛନ୍ତି ।

ସୂଚନା ମୁତାବକ ଏହି ହଲିଉଡ ଷ୍ଟାର ଜଣକ ୨୦୧୪ରେ ନିଜକୁ ଲେସ୍‌ବିଆନ ଘୋଷଣା କରିଥିଲେ । ପରେ ୨୦୧୮ରେ କାନାଡାର ଡ୍ୟାନ୍ସର ଏମ୍ମା ପୋର୍ଟରଙ୍କ ସହ ବିବାହ କରିଥିଲେ । ତେବେ ଚଳିତ ବର୍ଷରେ ଦୁହିଁଙ୍କ ବିଛେଦ ହୋଇଛି ।

The post ମହିଳାରୁ ପୁରୁଷ ପାଲଟିଲେ ହଲିଉଡ ଷ୍ଟାର, ଦେଖାଇଲେ ଆବ୍ସ appeared first on Odisha Reporter.



from Odisha Reporter https://ift.tt/3bZB7jY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages