ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବଢ଼ିଲା ନଦୀର ଜଳସ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବଢ଼ିଲା ନଦୀର ଜଳସ୍ତର

ବାରିପଦା/କରଞ୍ଜିଆ (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ପ୍ରଭାବରେ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ବିଶେଷ କରି ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳରେ ରେକର୍ଡ ପରିମାଣର ବର୍ଷା ହୋଇଛି।

ଶିମିଳିପାଳ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭଞ୍ଜବସାରେ ୩୮୨ ମି.ମି ବର୍ଷା ହୋଇଥିବା ବେଳେ ରାମତୀର୍ଥରେ ୩୫୭ ମି.ମି, ବରେହିପାଣିରେ ୩୩୧ ମି.ମି, କବାଟ ଘାଇରେ ୩୦୬ ମି.ମି ଓ ନଅଣାରେ ୨୭୮ ମି.ମି ବର୍ଷା ରେକର୍ଡ କରାଯାଇଛି।

ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳରୁ ବାହାରିଥିବା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। କଣ୍ଟାଖଇରି, ଭଣ୍ଡନ, ଦେଓ ଓ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇଛି।

ଭଣ୍ଡନ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ଅସନପୁର ଗାଁ ଜଳମଗ୍ନ ହୋଇଯାଇଥିଲା। ଗାଁର ୮ଟି ପରିବାର ଜଳବନ୍ଦୀ ହୋଇଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଯଶୀପୁର ପୁଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଥିଲେ । ସେମାନଙ୍କୁ ଏବେ ଏକ ସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି।

The post ଶିମିଳିପାଳରେ ରେକର୍ଡ ପରିମାଣର ବର୍ଷା, ବଢ଼ିଲା ନଦୀର ଜଳସ୍ତର appeared first on Odisha Reporter.



from Odisha Reporter https://ift.tt/3wCv1hb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages