ମୁମ୍ୱାଇ: କରୋନାରେ ଆକ୍ରାନ୍ତ ହୋଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ। ଆଜି ସେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି।
କଙ୍ଗନା ଲେଖିଛନ୍ତି ଯେ କିଛି ଦିନ ହେଲା ତାଙ୍କୁ ଦୁର୍ବଳ ଲାଗୁଥିଲା। ଥକା ବି ଲାଗୁଥିଲା। ତା’ସହିତ ଆଖି ପୋଡ଼ିଲା ଭଳି ଅନୁଭବ ହେଉଥିଲା। ତାଙ୍କର ହିମାଚଳ ପ୍ରଦେଶ ଯିବାର ଥିଲା। ତେଣୁ ଗତକାଲି କରୋନା ଟେଷ୍ଟ କରାଇଥିଲେ। ଆଉ ଆଜି ରିପୋର୍ଟ ପଜିଟିଭ୍ ଆସିଛି।
କଙ୍ଗନା ଆହୁରି ଲେଖିଛନ୍ତି ଯେ ସେ ଏବେ କ୍ୱାରେଣ୍ଟାଇନରେ ଅଛନ୍ତି। ସେ ଜାଣି ନଥିଲେ ଯେ କରୋନା ଭାଇରସ ତାଙ୍କ ଶରୀରେ ପାର୍ଟି କରୁଥିଲା। ବର୍ତ୍ତମାନ ସେ ଜାଣିଯାଇଛନ୍ତି। ଏଣୁ ସେ ଭୂତାଣୁକୁ ଧ୍ୱଂସ କରିଦେବେ।
ଏହା ସହିତ ସେ ଲୋକମାନଙ୍କୁ କରୋନାକୁ ନଡରିବାକୁ ଅନୁରୋଧ କରିଛନ୍ତି। ଏହାକୁ ଡରିଲେ ଏହା ବେଶି ଡରାଇବ। କୌଣସି ଶକ୍ତିକୁ ନିଜ ଉପରେ ଭାରି ହେବାକୁ ଦିଅନ୍ତୁ ନାହିଁ। ତା’ସହିତ କୋଭିଡ-୧୯ ଏକ ସ୍ୱଳ୍ପ ସ୍ଥାୟୀ ଫ୍ଲୁ ବୋଲି ସେ ଲେଖିଛନ୍ତି।
ନିକଟରେ କଙ୍ଗନା ତାଙ୍କ ଟ୍ୱିଟର ଆକାଉଣ୍ଟ ପାଇଁ ଚର୍ଚ୍ଚାରେ ରହିଥିଲେ। ଟ୍ୱିଟ ପକ୍ଷରୁ ତାଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ସସପେଣ୍ଡ କରି ଦିଆଯାଇଛି। ବାରମ୍ୱାର ଟ୍ୱିଟରର ନିୟମ ଭଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅନ୍ୟପକ୍ଷରେ ସେ ଅନ୍ୟବାଟରେ ତାଙ୍କ ଭାବନା ପ୍ରକାଶ କରିବେ ବୋଲି କଙ୍ଗନା କହିଛନ୍ତି। ଟ୍ୱିଟର ବନ୍ଦ ହେବା ପରଠାରୁ ସେ ଇନଷ୍ଟାଗ୍ରାମକୁ ତାଙ୍କ ମୁଖପତ୍ର କରି ଦେଇଛନ୍ତି।
View this post on Instagram
The post କଙ୍ଗନାଙ୍କୁ କରୋନା, କହିଲେ- ଧ୍ୱଂସ କରି ଦେବି appeared first on Odisha Reporter.
from Odisha Reporter https://ift.tt/3twdbdE
No comments:
Post a Comment