ଧାରା ୩୭୦ ପ୍ରସଙ୍ଗରେ ଛେପ ଢୋକିଲା ପାକିସ୍ତାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 7, 2021

ଧାରା ୩୭୦ ପ୍ରସଙ୍ଗରେ ଛେପ ଢୋକିଲା ପାକିସ୍ତାନ

ଇସଲାମାବାଦ: ୨୦୧୯ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ର ସରକାର। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ତେଣୁ ଭାରତ ପାଖରେ ଏହି ଆଇନ ପ୍ରତ୍ୟାହାର କରିପାରିବାର କ୍ଷମତା ରହିଛି ବୋଲି କେନ୍ଦ୍ର ସରକାର କହିଥିଲେ। ହେଲେ ଏହାକୁ ବିରୋଧ କରି ତମ୍ୱି ତୋଫାନ କରୁଥିଲା ପାକିସ୍ତାନ। ଭାରତ ଧାରା ୩୭୦ ପ୍ରତ୍ୟାହାର କରିପାରିବ ନାହିଁ, ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଆଦି କେତେ କଣ କହି ଜାତିସଂଘ ପାଖରୁ ଆରମ୍ଭ କରି ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ କୁମ୍ଭୀର କାନ୍ଦଣା କାନ୍ଦୁଥିଲା ପାକିସ୍ତାନ। ଆଉ ସବୁଠି ଲୋକହସା ହୋଇଥିଲା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶ। ଏବେ କିନ୍ତୁ ପାକିସ୍ତାନର ସ୍ୱର ନରମିଛି। ଆଉ ଧାରା ୩୭୦ ପ୍ରସଙ୍ଗରେ ନିଜ ଛେପ ନିଜେ ଢୋକିଛି।

ପାକିସ୍ତାନର ସାମ୍ୱାଦିକ ନୈଇଲା ଇନାୟତ ଟ୍ୱିଟ୍ କରି ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେଶୀ ସାମ୍ମା ଟିଭିକୁ ସାକ୍ଷାତକାର ଦେବା ବେଳେ କହିଛନ୍ତି, ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିଛି। ଏହା ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ। ତେବେ ଜମ୍ମୁ କଶ୍ମୀରରୁ ଏହି ସ୍ୱତନ୍ତ୍ର ମାନ୍ୟତା ପ୍ରତ୍ୟାହାର କରିବା ପ୍ରସଙ୍ଗକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ବୋଲି କୁରେଶୀ ସାକ୍ଷାତକାରରେ କହୁଥିବା ଦେଖିବାକୁ ମିଳିଛି।

ସେ କହିଛନ୍ତି, ଭାରତ ଜମ୍ମୁ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର କରିବା ପରେ ସେମିତି କିଛି ଲାଭ ପାଇବ ନାହିଁ। ଦୁଇ ଦେଶ ମଧ୍ୟରେ ଯେଉଁ ସମସ୍ୟା ରହିଛି ତାହା ପରସ୍ପର ମଧ୍ୟରେ ଆଲୋଚନା ଜରିଆରେ ହିଁ ସମାଧାନ ହୋଇପାରିବ। ଆଉ ଯୁଦ୍ଧ କଲେ ଏହା ଆତ୍ମଘାତୀ ହେବ ବୋଲି କୁରେଶୀ ସାକ୍ଷାତକାର ବେଳେ କହିଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନ ନିକଟରେ ପରମାଣୁ ବୋମା ରଖିଛି କହି ଭାରତକୁ ନାଲି ଆଖି ଦେଖାଇଥିଲା। ଆଉ ଭାରତ ସହିତ ଯୁଦ୍ଧ କରିବାକୁ ଉସକାଉଥିଲା। ହେଲେ ପରେ ନିଜେ ଥଣ୍ଡା ପଡ଼ିଯାଇଥିଲା। ସେହିପରି ଭାରତର ସର୍ଜିକାଲ ଷ୍ଟ୍ରାଇକ ଏବଂ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନର ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ। ଏହାପରେ ଭାରତ ସହିତ ପାକିସ୍ତାନର ସମସ୍ତ ପ୍ରକାର ସମ୍ପର୍କ ବିଛିନ୍ନ ରହିଛି। ହେଲେ ଭାରତର ଏୟାର ଷ୍ଟ୍ରାଇକକୁ ପାକିସ୍ତାନ ଖଣ୍ଡନ କରିଥିଲା। ଯାହାକୁ ସମର୍ଥନ କରି ଦେଶର ବିରୋଧୀ କଂଗ୍ରେସ ସମେତ ଅନେକ ରାଜନୀତିକ ଦଳ କେନ୍ଦ୍ରର ମୋଦି ସରକାର ଉପରେ ପ୍ରଶ୍ନ ଉଠାଇଥିଲେ। ହେଲେ କିଛି ଦିନ ପରେ ପାକିସ୍ତାନ ସରକାର ତାଙ୍କ ଦେଶର ସଂସଦରେ ଭାରତ ଏୟାର ଷ୍ଟ୍ରାଇକ କରିଥିବା କଥାକୁ ସ୍ୱୀକାର କରିଥିଲେ।

The post ଧାରା ୩୭୦ ପ୍ରସଙ୍ଗରେ ଛେପ ଢୋକିଲା ପାକିସ୍ତାନ appeared first on Odisha Reporter.



from Odisha Reporter https://ift.tt/3eu15gV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages