ଲୋକଙ୍କ ସହଯୋଗ ଲୋଡିଲେ ବିବେକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ଲୋକଙ୍କ ସହଯୋଗ ଲୋଡିଲେ ବିବେକ

ମୁମ୍ବାଇ: ମହାମାରୀ କରୋନା କାଳରେ ଲୋକଙ୍କ ସହାୟତା ମାଗିଛନ୍ତି ବଲିଉଡ ଅଭିନେତା ବିବେକ ଓବରୟ । ହେଲେ ସେ ନିଜ ପାଇଁ ନୁହେଁ କ୍ୟାନ୍‌ସର ପୀଡିତ ଛୁଆଙ୍କ ପାଇଁ ଏହି ସହାୟତା ଲୋଡିଛନ୍ତି ।

କରୋନା ମହାମାରୀ ଭିତରେ ପୂର୍ବରୁ ଅନେକ ଲୋକ ଗମ୍ଭୀର ରୋଗରେ ପୀଡିତ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଲା କ୍ୟାନ୍‌ସର । ଏବେ ଏହି ରୋଗ ସହ ଳଢ଼ୁଥିବା ଛୋଟ ଛୋଟ ଛୁଆଙ୍କ ସହାୟତା ପାଇଁ ଆଗେଇ ଆସିଛନ୍ତି ଅଭିନେତା ବିବେକ ଓବରୟ ।

ନିକଟରେ ସୋଶାଲ ମଡିଆରେ ବିବେକ ଏକ ଭିଡିଓ ସେଆର କରିଛନ୍ତି । ଏଥିରେ ସେ କହିଛନ୍ତି, ‘କ୍ୟାନ୍‌ସର ସହ ଲଢ଼ୁଥିବା ୩୦୦୦ ଆବଶ୍ୟକୀୟ ପିଲାଙ୍କ ପାଇଁ ସେ ଖାଦ୍ୟ ପହଁଚାଇବାକୁ ଚାହୁଁଛନ୍ତି । ଏହି ସମୟରେ ସେ ଫଣ୍ଡରେଜ ଜରିଆରେ ଲୋକଙ୍କ ସହାୟତା ମଧ୍ୟ ମାଗିଛନ୍ତି । ଯଦି ଜଣେ ଲୋକ ୧ ହଜାର ଟଙ୍କା ବି ଦାନ କରନ୍ତି ତେବେ ସେଥିରୁ ଜଣେ କ୍ୟାନ୍‌ସର ପୀଡିତ ଶିଶୁର ମାସକର ଖାଦ୍ୟ ଯୋଗାଡ ହୋଇପାରିବ ।’

ବିବେକ ଆହୁରି କହିଛନ୍ତି, କ୍ୟାନ୍‌ସର ପେସେଣ୍ଟ ଆଡ୍ ଆସୋସିଏସନ୍ ଗତ ୫୨ ବର୍ଷ ଧରି କ୍ୟାନ୍‌ସର ଚିକିତ୍ସା ପ୍ରତି ନିଜ ଧ୍ୟାନ କେନ୍ଦ୍ରିତ କରିଆସୁଛି । ଚିକିତ୍ସା ବ୍ୟତୀତ ଏହା ସର୍ବଦା ରୋଗୀଙ୍କ ବିଷୟରେ ଚିନ୍ତା କରିଥାଏ । ଯେଉଁମାନେ କ୍ୟାନସର ରୋଗର ଚିକିତ୍ସା କରିବାରେ ଅସମର୍ଥ ସେମାନଙ୍କୁ ସହାୟତା ଯୋଗାଇବା ଏହି ସଙ୍ଗଠନର ମୂଳ ଲକ୍ଷ୍ୟ । ତେଣୁ ଆସନ୍ତା ୩ ମାସ ପାଇଁ ଆମେ କ୍ୟାନ୍‌ସର ରୋଗୀଙ୍କ ଲାଗି ଖାଦ୍ୟପେୟ ଯୋଗାଡ କରିବା ପାଇଁ ଚେଷ୍ଟା ଚାଳାଇଛୁ । କିନ୍ତୁ ଏହି କାମକୁ ଆମ ଏକା କରିପାରିବୁ ନାହିଁ । ତେଣୁ ଏଥିରେ ଆପଣଙ୍କ ସହଯୋଗ ଦରକାର ବୋଲି ବିବେକ ଲୋକଙ୍କୁ ନିବେଦନ କରିଛନ୍ତି।

କରୋନା ମହାମାରୀ ମଧ୍ୟରେ ଅଭିନେତା ବିବେକଙ୍କ ଏଭଳି ଚିନ୍ତାଧାରା ଓ ସହାୟତା ପାଇଁ ଲୋକେ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Vivek Oberoi (@vivekoberoi)

The post ଲୋକଙ୍କ ସହଯୋଗ ଲୋଡିଲେ ବିବେକ appeared first on Odisha Reporter.



from Odisha Reporter https://ift.tt/34wf5B2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages