ଟେଷ୍ଟିଂ ଓ ଟିକାକରଣ: ଭୁବନେଶ୍ୱରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜିଠୁ ନୂଆ ବ୍ୟବସ୍ଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

ଟେଷ୍ଟିଂ ଓ ଟିକାକରଣ: ଭୁବନେଶ୍ୱରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜିଠୁ ନୂଆ ବ୍ୟବସ୍ଥା

ଭୁବନେଶ୍ୱର/ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): କରୋନା ଟେଷ୍ଟ ତଥା ଟିକାକରଣ ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳର ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଇଥିବା ସ୍ୱତନ୍ତ୍ର ବ୍ୟବସ୍ଥା ଆଜି ଠାରୁ କାର୍ଯ୍ୟକାରୀ ହେବ।

ବିଏମ୍‌ସି ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ବ୍ୟବସ୍ଥା ଅନୁସାରେ ଯେଉଁ ବରିଷ୍ଠ ନାଗରିକମାନେ ଏକୁଟିଆ ରହୁଛନ୍ତି ବା ବାହାରକୁ ଆସିବାକୁ ଅକ୍ଷମ, ସେମାନେ କରୋନା ଟେଷ୍ଟିଂ ବା ଟିକା ନେବା ପାଇଁ ୧୯୨୯କୁ ଫୋନ୍ କରିପାରିବେ। ଏହି ନମ୍ବରକୁ ଫୋନ କଲେ ବିଏମ୍‌ସିର ଏକ ଟିମ୍ ଯାଇ ସେମାନଙ୍କ ଠାରୁ ନମୂନ ସଂଗ୍ରହ କରିବ।

ସେହିପରି ବରିଷ୍ଠ ନାଗରିକମାନଙ୍କୁ ଟିକାକରଣ କେନ୍ଦ୍ରକୁ ନେବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା ହୋଇଛି। ବିଏମସିର ଏହି ଗାଡ଼ି ବରିଷ୍ଠ ନାଗରିକମାନଙ୍କୁ ଘରୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ନେଇଯିବ ଓ ସେମାନେ ଟିକା ନେବା ପରେ ପୁଣି ଘରେ ଆଣି ଛାଡ଼ିଦେବ।

ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଆଜିଠୁ ଆରମ୍ଭ ହେଉଛି ‘ଭ୍ୟାକସିନେସ୍ ଆଟ୍ ଡୋର୍’ ବ୍ୟବସ୍ଥା। ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ପାଇଁ ଆରମ୍ଭ ହେଉଛି ଏହି ବ୍ୟବସ୍ଥା। ଫୋନ୍ କଲେ ଘର ପାଖରେ ଯାଇ ପହଞ୍ଚିବ ଟିକା ଭ୍ୟାନ୍। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଛି।

ସକାଳ ୮ଟାରୁ ଦିନ ୧୨ଟା ଭିତରେ ୭୩୨୮୦-୯୯୩୨୪ ନମ୍ବରକୁ ଫୋନ୍ କରି ଟିକା ପାଇଁ ବୁକିଂ କରିହେବ। ବୁକିଂ ପାଇଁ ନାଁ, ଘର ଠିକଣା ଓ ବୟସ ସହ ଟିକା ନେବାକୁ ଆବଶ୍ୟକ ଥିବା ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ବୁକିଂର ପରଦିନ ଘର ପାଖରେ ଯାଇ ଟିକା ଭ୍ୟାନ୍ ପହଞ୍ଚିବ। ପ୍ରତିଦିନ ଏହି ବ୍ୟବସ୍ଥାରେ ୧୦୦ ଲୋକଙ୍କୁ ଟିକା ଦିଆଯିବାକୁ ଟାର୍ଗେଟ ରଖାଯାଇଛି। ଟିକାକରଣ କେନ୍ଦ୍ରରେ ଭିଡ଼ ଏଡ଼ାଇବା ସହ ଦିବ୍ୟାଙ୍ଗ ଓ ବୃଦ୍ଧବୃଦ୍ଧାଙ୍କ ପାଇଁ ଟିକାକରଣକୁ ସହଜ କରିବାକୁ ଏପରି ବ୍ୟବସ୍ଥା କରାଯାଇଛି।

The post ଟେଷ୍ଟିଂ ଓ ଟିକାକରଣ: ଭୁବନେଶ୍ୱରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଆଜିଠୁ ନୂଆ ବ୍ୟବସ୍ଥା appeared first on Odisha Reporter.



from Odisha Reporter https://ift.tt/33M0y3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages