ଅତି ଭୀଷଣ ରୂପ ଧାରଣ କରିବ ବାତ୍ୟା ‘ତଉକତେ’, ୧୮ରେ ଲ୍ୟାଣ୍ଡଫଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ଅତି ଭୀଷଣ ରୂପ ଧାରଣ କରିବ ବାତ୍ୟା ‘ତଉକତେ’, ୧୮ରେ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ: ଦକ୍ଷିଣପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ବାତ୍ୟା ତଉକତେରେ ପରିଣତ ହୋଇଛି। ଆସନ୍ତା ୧୨ ଘଣ୍ଟା ଭିତରେ ତଉକତେ ଅଧିକ ଘନୀଭୂତ ହୋଇ ଭୀଷଣ ଓ ପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ବର୍ତ୍ତମାନ ତଉକତେ ଘଣ୍ଟାପ୍ରତି ୯ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ୧୮ ତାରିଖରେ ଅତି ଭୀଷଣ ରୂପ ଧାରଣ କରି ସ୍ଥଳଭାଗ ଛୁଇଁବାକୁ ଥିବା ବାତ୍ୟା ତାଉକତେ ଏବେ ଅମୀନ ଦେବୀ ଠାରୁ ୧୬୦ କିମି, ପନଞ୍ଜିମ-ଗୋଆ ଠାରୁ ୩୫୦ କିମି, ଗୁଜରାଟର ଭେରଭଲା ଠାରୁ ୯୬୦ କିମି ଓ ପାକିସ୍ତାନର କରାଚି ଠାରୁ ୧୦୫୦ କିମି ଦୂରରେ ରହିଛି।

ତଉକତେ ଆଉ କିଛି ଘଣ୍ଟା ମଧ୍ୟରେ ପ୍ରଥମେ ଭୀଷଣ ବାତ୍ୟା ଓ ଏହାର ୧୨ ଘଣ୍ଟା ପରେ ଅତି ଭୀଷଣ ବାତ୍ୟାର ରୂପ ନେବ। ଅତି ଭୀଷଣ ରୂପ ଧାରଣ କରିବା ପରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୧୮ ତାରିଖ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ଅତି ଭୀଷଣ ବାତ୍ୟା ଗୁଜରାଟର ପୋରବନ୍ଦର ଓ ନଲିୟାରେ ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

ସ୍ଥଳଭାଗ ଅତିକ୍ରମ କରିବା ବେଳେ ପବନର ଘଣ୍ଟାପ୍ରତି ବେଗ ୧୫୦ରୁ ୧୬୦ କିମି ଓ ବେଳେ ବେଳେ ଏହା ୧୭୫ କିମି ଛୁଇଁବାର ଆଶଙ୍କା ରହିଛି। ଏବେ ସମୁଦ୍ର ଉପରେ ଥିବା ତଉକତେ ପ୍ରଭାବରେ ଘଣ୍ଟାପ୍ରତି ପବର ବେଗ ୭୫ରୁ ୮୫ କିମି ରହିଛି। ଧୀରେଧୀରେ ଏହା ବୃଦ୍ଧି ପାଇବ। ସେହିପରି ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ରହିଛି।


ତଉକତେ ଭୀଷଣ ବାତ୍ୟାର ରୂପ ନେଇଥିବାରୁ କେରଳ ଓ ଏହାର ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଯାଇଛି। କିଛି ତଳିଆ ଅଞ୍ଚଳରେ ଅଚାନକ ଲଗାଣ ବର୍ଷାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ମାଟିର ଘର ଭାଙ୍ଗି ଯାଇଥିବା ବେଳେ ଏନଡିଆରଏଫ ଟିମ୍‌ ଜଳବନ୍ଦୀ ହୋଇଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। କୋଚି ଠାରୁ ଆରମ୍ଭ କରି ଥିରୁବନନ୍ତପୁରମ ସବୁଠି ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି।

ଗୁଜରାଟ, ଲାକ୍ଷାଦ୍ୱୀପ ଓ କେରଳ ବ୍ୟତୀତ ବାତ୍ୟା ତଉକତେର ପ୍ରଭାବ କର୍ଣ୍ଣାଟକା, ଗୋଆ ଓ ମହାରାଷ୍ଟ୍ରରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ମହାରାଷ୍ଟ୍ର ଓ ଗୋଆରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ କିମି ରହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗୁଜରାଟ, କେରଳ, ଗୋଆ ଓ ମହାରାଷ୍ଟ୍ରରେ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ସ୍ଥିତିକୁ ଦେଖି କେରଳ, କର୍ଣ୍ଣାଟକା, ତାମିଲନାଡୁ, ଗୁଜରାଟ ଓ ମହାରାଷ୍ଟ୍ରରେ ୫୦ଟି ଏନଡିଆରଏଫ ଟିମ୍‌ ମୁତୟନ କରାଯାଇଛି। ଓଡ଼ିଶାରୁ ମଧ୍ୟ ୫ଟି ଟିମ୍‌ରେ ୧୨୫ ଜଣ ଯବାନ ଗୁଜରାଟକୁ ଯାଇଛନ୍ତି। ଗୁଜରାଟର ସବୁ ବନ୍ଦରରେ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ବାତ୍ୟା ଆସୁଥିବାରୁ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ପ୍ରଭାବିତ ହେବାର ଆଶଙ୍କା ଥିବା ରାଜ୍ୟମାନଙ୍କ ସହ ସମୀକ୍ଷା ବୈଠକ କରିବେ।

ବାତ୍ୟାର ମୁକାବିଲା ପାଇଁ ଭାରତୀୟ ନୌସେନା ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି। ନୌସେନାର ବିମାନ, ହେଲିକପ୍ଟର, ଜାହାଜ ଗୁଡ଼ିକରେ ରିଲିଫ ଓ ଉଦ୍ଧାର ସାମଗ୍ରୀ ମହୁଜଦ କରି ରଖାଯାଇଛି।

The post ଅତି ଭୀଷଣ ରୂପ ଧାରଣ କରିବ ବାତ୍ୟା ‘ତଉକତେ’, ୧୮ରେ ଲ୍ୟାଣ୍ଡଫଲ appeared first on Odisha Reporter.



from Odisha Reporter https://ift.tt/3tPf6uj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages