ଆପଣ ଏକା ନୁହନ୍ତି: କୋଭିଡ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଦେବ ଓଟିଭି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 3, 2021

ଆପଣ ଏକା ନୁହନ୍ତି: କୋଭିଡ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଦେବ ଓଟିଭି

ଭୁବନେଶ୍ୱର: ଓଡ଼ିଶାର ନମ୍ବର ୧ ନ୍ୟୁଜ ଚ୍ୟାନେଲ ଓଟିଭି କରୋନା ସଂକଟ ଭଳି କଠିନ  ସମୟରେ ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛି। ଆପଣ ଏକା ନୁହନ୍ତି ନାଁରେ କମ୍ପାନୀ ପକ୍ଷରୁ ଏକ ସିଏସଆର କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହି କାର୍ଯ୍ୟକ୍ରମ ଜରିଆରେ କାଲିଠାରୁ ମାସେ ଯାଏ ଭୁବନେଶ୍ୱର ଓ କଟକରେ କୋଭିଡ ଆକ୍ରାନ୍ତଙ୍କୁ ମାଗଣାରେ ସେମାନଙ୍କ ଘର ଦ୍ୱାରରେ ରନ୍ଧା ଖାଦ୍ୟ ଦିଆଯିବ।

ବର୍ତ୍ତମାନ ସମଗ୍ର ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ହଜାର ହଜାର ଲୋକ ହସ୍ପିଟାଲରେ ବେଡ୍‌ ପାଇ ଚିକିତ୍ସିତ ହେବାକୁ ସଂଘର୍ଷ କରୁଛନ୍ତି। ଏହି ସମୟରେ ଖୁବ କମ ଲକ୍ଷଣ ଥିବା ଅନେକ କରୋନା ଆକ୍ରାନ୍ତ ଘରେ ଆଇସୋଲେସନ କିମ୍ବା କ୍ୱାରେଣ୍ଟାଇନରେ ରହିଛନ୍ତି।

ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଭାବିତଙ୍କୁ ସହଯୋଗ କରିବାକୁ ଅନେକ ଲୋକ ଆଗେଇ ଆସୁଛନ୍ତି। ଅନେକ ଲୋକଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେଉଛନ୍ତି। ଯେଉଁମାନେ ଘରେ ରହି ଚିକିତ୍ସିତ ହେଉଛନ୍ତି କିମ୍ବା ହୋମ ଆଇସୋଲେସନରେ ରହୁଛନ୍ତି, ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି। କାରଣ ଚିକିତ୍ସିତ ହେଉଥିବା ଲୋକମାନେ ଏକାକୀ ରାନ୍ଧିବାକୁ ସକ୍ଷମ ହେଉନାହାନ୍ତି।

ଏହାକୁ ନଜରେ ରଖି ଓଡ଼ିଶାର ଅଗ୍ରଣୀ ମିଡିଆ ହାଉସ ଓଟିଭି ଭୁବନେଶ୍ୱର ଓ କଟକରେ ଘରେ ରହି ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କୁ ମାଗଣା ଖାଦ୍ୟ ଯୋଗାଇ ଦେବାକୁ ଆଗେଇ ଆସିଛି। ଆପଣ ଏକା ନୁହନ୍ତି ବୋଲି ପ୍ରମାଣିତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଓଟିଭି ଲୋକଙ୍କୁ ସହଯୋଗ କରିବ।

କମ୍ପାନୀ ପକ୍ଷରୁ ଆସନ୍ତାକାଲି ଠାରୁ ମାସକ ପର୍ଯ୍ୟନ୍ତ ଏଭଳି ରନ୍ଧା ଖାଦ୍ୟ ଆବଶ୍ୟକ କରୁଥିବା ଲୋକଙ୍କୁ ମାଗଣାରେ ଦିଆଯିବ। କାରଣ କାଲିଠାରୁ ରାଜ୍ୟରେ ଲକଡାଉନ ଆରମ୍ଭ ହେଉଛି। କମ୍ପାନୀର ଏହି କାମକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ପାଇଁ କଟକର ସ୍ୱପ୍ନ ଫାଉଣ୍ଡେସନ, ଭୁବନେଶ୍ୱରର କେଜେଡ୍‌ଏସ୍‌ଭିଏସ୍‌ ଓ ଭୁବନେଶ୍ୱରର ଆଶା କିରଣ ଦାୟିତ୍ୱ ନେଇଛନ୍ତି।

ଏଥିସହ ଗ୍ରାଉଣ୍ଡରେ ଥିବା କମ୍ପାନୀର ଟିମ୍‌ ମଧ୍ୟ ଲୋକଙ୍କ କଲ୍‌ ଗ୍ରହଣ କରିବ ଓ ରନ୍ଧା ଖାଦ୍ୟ ସେମାନଙ୍କ ଘର ପାଖରେ ପହଞ୍ଚାଇ ଦେବାକୁ ସମସ୍ତ ବ୍ୟବସ୍ଥା କରିବ।

କୋଭିଡ୍‌ ଆକ୍ରାନ୍ତ ଓ ସେମାନଙ୍କ ପରିବାର ଲୋକ ମାଗଣା ଖାଦ୍ୟ ପାଇଁ ଫୋନ୍‌ ଦ୍ୱାରା ଯୋଗାଯୋଗ କରିପାରିବେ। ଏଥିପାଇଁ କମ୍ପାନୀ ପକ୍ଷରୁ ଫୋନ ନମ୍ବର ମଧ୍ୟ ଜାରି କରାଯାଇଛି।

କଟକର ସ୍ୱପ୍ନ ଫାଉଣ୍ଡେସନ-୮୨୭୦୬୩୧୬୨୮/୭୯୭୮୧୮୬୫୯୫

ଭୁବନେଶ୍ୱରର କେଜେଡ୍‌ଏସ୍‌ଭିଏସ୍‌-୬୩୭୧୭୧୧୬୧/୯୪୩୭୦୯୧୯୪୮

ଭୁବନେଶ୍ୱରର ଆଶା କିରଣ-୭୮୪୭୯୯୧୫୫୮/୯୦୪୦୪୧୦୬୮୮

ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ ଓ ଅନ୍ୟାନ୍ୟ ବିଷୟରେ ଆପଣ କିଛି ମତାମତ ଦେବାକୁ ଚାହୁଁଥିଲେ otvcares@odishatv.com ଇମେଲ୍‌ ଆଇଡିକୁ ପଠାଇପାରିବେ।

The post ଆପଣ ଏକା ନୁହନ୍ତି: କୋଭିଡ ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଦେବ ଓଟିଭି appeared first on Odisha Reporter.



from Odisha Reporter https://ift.tt/3nLpK3x

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages