ମେ’ ୫ରୁ ରାଜ୍ୟରେ ଲକ୍‌ ଡାଉନ୍‌: କ’ଣ ବନ୍ଦ ରହିବ ଓ କ’ଣ ଖୋଲା ରହିବ, ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 1, 2021

ମେ’ ୫ରୁ ରାଜ୍ୟରେ ଲକ୍‌ ଡାଉନ୍‌: କ’ଣ ବନ୍ଦ ରହିବ ଓ କ’ଣ ଖୋଲା ରହିବ, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ବେଶ୍ କିଛି ଦିନ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଉପରେ ରହୁଛି। ଗତକାଲି ଏହା ୧୦ ହଜାର ଅତିକ୍ରମ କରି ଯାଇଥିଲା। ତେଣୁ କରୋନା ସଂକ୍ରମଣ ଚେନ୍‌ରେ ବ୍ରେକ୍ ଲଗାଇବା ପାଇଁ ରାଜ୍ୟ ସରକାର ରାଜ୍ୟରେ ୧୪ ଦିନିଆ ଲକ୍‌ ଡାଉନ୍ ଘୋଷଣା କରିଛନ୍ତି। ମେ’ ୫ ତାରିଖ ସକାଳୁ ଲକ୍‌ ଡାଉନ୍‌ କଟକଣା ଆରମ୍ଭ ହେବ ଓ ଏହା ମେ’ ୧୯ ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଉ ଏହା ମଧ୍ୟରେ ଶନିବାର ଓ ରବିବାର ହେଉଥିବା ସପ୍ତାହାନ୍ତ ଶଟ୍‌ଡାଉନ୍ ବଳବତ୍ତର ରହିବ।

ଲକ୍‌ ଡାଉନ୍‌ ପାଇଁ ସରକାର ବିଭିନ୍ନ ପ୍ରକାର କଟକଣା ଜାରି କରିଛନ୍ତି। ଏହି ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ ସେ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିସ୍ତୁତ ସୂଚନା ଦିଆଯାଇଛି। ସେ ସଂପର୍କରେ ଜାଣି ନିଅନ୍ତୁ।

କ’ଣ ବନ୍ଦ ରହିବ

  • ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ବସ୍ ଚାଲିବନି।
  • ଟ୍ୟାକ୍ସି, ଅଟୋ, ସାଇକେଲ ଓ ରିକ୍ସା ଚଳାଚଳ
  • ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଟ୍ରେନିଂ ସେଣ୍ଟର
  • ପ୍ରଦର୍ଶନୀ, ମେଳା ଓ ବ୍ୟବସାୟ ଭିତ୍ତିକ ମିଟିଂ
  • ସିନେମା ହଲ୍, ମଲ୍, ମାର୍କେଟ କଂପ୍ଲେକ୍ସ ଓ ଜିମ୍
  • ଯାତ୍ରା, ଅପେରା ଓ ଖୋଲାମଞ୍ଚ
  • ସେଲୁନ, ପାର୍ଲର ଓ ସ୍ପା
  • ସାମାଜିକ, ଧାର୍ମିକ, କ୍ରୀଡ଼ା ଓ ରାଜନୈତିକ ସମାବେଶ
  • ସାପ୍ତାହିକ ଏବଂ ଦୈନିକ ହାଟ ଚାଲି ପାରିବ ନାହିଁ
  • ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ, କେବଳ ନୀତି ଚାଲିବ

କ’ଣ ଖୋଲା ରହିବ

  • ହସ୍ପିଟାଲ, ନର୍ସିଂହୋମ ଓ ଔଷଧ ଦୋକାନ ଖୋଲା ରହିବ।
  • ପରିବା, ରାସନ ଦୋକାନ, ଗ୍ରୋସରୀ, ଫଳ ଦୋକାନ ଖୋଲା ରହିବ। ମାଛ, ମାଂସ, ଅଣ୍ଡା ଓ କ୍ଷୀର ଦୋକାନ ଖୋଲା ରହିବ। ସୋମବାରରୁ ଶୁକ୍ରବାର ସକାଳ ୬ରୁ ୧୨ ଯାଏ ଏସବୁ ଖୋଲା ରହିବ। ଲୋକେ ସକାଳ ୬ଟାରୁ ୧୨ ପର୍ଯ୍ୟନ୍ତ ଚାଲି ଚାଲି ଯାଇ ଏସବୁ ଜିନିଷ କିଣି ପାରିବେ।
  • ରେଷ୍ଟୁରାଣ୍ଟ ଓ ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ଫ୍ଲିପକାର୍ଟ, ଆମାଜନ, ଜୋମାଟୋ ଆଦିର ଡେଲିଭରି ବୟଙ୍କୁ ଯା’ଆସ କରିବାକୁ ଅନୁମତି ଦିଆଯାଇଛି।
  • ପେଟ୍ରୋଲ ପମ୍ପ ଖୋଲା ରହିବ। ରନ୍ଧନ ଗ୍ୟାସ୍ ଯୋଗାଣକୁ ବି ଅନୁମତି ମିଳିଛି। ସେହିପରି ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲା ରହିବ।
  • ଛାପା, ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍‌ ମିଡିଆର କର୍ମଚାରୀମାନେ ଅଫିସ୍ ଯା’ଆସ କରିପାରିବେ।
  • କୃଷି କାର୍ଯ୍ୟ ଚାଲି ପାରିବ।

ନିର୍ବାଚନ କାର୍ଯ୍ୟକୁ ଅନୁମତି

ଲକଡାଉନ ବେଳେ ନିର୍ବାଚନ ସଂପର୍କିତ କାର୍ଯ୍ୟକୁ ଅନୁମତି ମିଳିବ। ନିର୍ବାଚନ ସଂପର୍କିତ କାର୍ଯ୍ୟରେ ଶଟ୍‌ ଡାଉନ ଓ ଲକ୍‌ ଡାଉନ୍‌ ଲାଗୁ ହେବ ନାହିଁ। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଲୋକେ ଯା’ଆସ କରିପାରିବେ। ଟ୍ରେନିଂ ଓ ପୋଲିଂ ସେଣ୍ଟର ଯିବାକୁ ଅଧିକାରୀଙ୍କୁ ଅନୁମତି ମିଳିବ। ପ୍ରାର୍ଥୀ, ଅଫିସର, ପୋଲିଂ ଓ କାଉଣ୍ଟିଂ ଏଜେଣ୍ଟଙ୍କୁ ଯା’ଆସ ଅନୁମତି ମିଳିବ।

ଟିକାକରଣ ଚାଲିବ
ଲକଡାଉନ ବେଳେ ଟିକା ଓ ଟେଷ୍ଟିଂକୁ ଅନୁମତି ମିଳିବ। ଟିକା ପାଇଁ ଅନୁମତିପ୍ରାପ୍ତ ବ୍ୟକ୍ତି ଟିକା କେନ୍ଦ୍ରକୁ ଯାଇପାରିବେ। ଟେଷ୍ଟିଂ ପାଇଁ ବି ନିକଟସ୍ଥ ଟେଷ୍ଟିଂ କେନ୍ଦ୍ରକୁ ଯାଇପାରିବେ ଲୋକେ।

ବିବାହ କାର୍ଯ୍ୟ ପାଇଁ ଅନୁମତି ଲୋଡ଼ା
ବିବାହ ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ଆଣିବାକୁ ହେବ। ବିବାହରେ ସର୍ବାଧିକ ୫୦ ଜଣ ଉପସ୍ଥିତ ରହିପାରିବେ। ସେହିଭଳି ଶୁଦ୍ଧି କାର୍ଯ୍ୟରେ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।

ନିଘା ରଖିବେ ସରପଞ୍ଚ

ବାହାରୁ ଆସୁଥିବା ଲୋକଙ୍କୁ ଜଗିବାକୁ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ବାହାରୁ ଆସୁଥିବା ଲୋକଙ୍କୁ ହୋମ୍ କ୍ୱାରେଣ୍ଟିନରେ ରଖିବାକୁ କହିଛନ୍ତି। ଯାହାର ଘରେ ବ୍ୟବସ୍ଥା ନଥିବ, ତାଙ୍କୁ ସରକାରୀ କ୍ୱାରେଣ୍ଟିନରେ ରଖିବାକୁ ସେ କହିଛନ୍ତି।

The post ମେ’ ୫ରୁ ରାଜ୍ୟରେ ଲକ୍‌ ଡାଉନ୍‌: କ’ଣ ବନ୍ଦ ରହିବ ଓ କ’ଣ ଖୋଲା ରହିବ, ଜାଣନ୍ତୁ appeared first on Odisha Reporter.



from Odisha Reporter https://ift.tt/3eapl7J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages