ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ

ନୂଆଦିଲ୍ଲୀ: ଗୋଟିଏ ପଟେ କେନ୍ଦ୍ରର ମୋଦି ସରକାର ଦ୍ୱିତୀୟ ପାଳିର ଦୁଇ ବର୍ଷ ପୂରଣ କରିଛି।  ଦୀର୍ଘ ୭ ବର୍ଷରେ ଅନେକ ସଫଳତା ହାସଲ କରିଛି ବୋଲି କେନ୍ଦ୍ରର ମୋଦି ସରକାର କହିଛନ୍ତି। ହେଲେ ବିରୋଧୀ କଂଗ୍ରେସ କିନ୍ତୁ ଅନେକ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରକୁ ଦୀର୍ଘ ୭୩ ବର୍ଷରେ ସବୁଠୁ ଦୁର୍ବଳ ସରକାର ବୋଲି କହିବା ସହିତ ଦେଶ ପାଇଁ କ୍ଷତିକାରକ ବୋଲି ଦେଶର ଏହି ସର୍ବପୁରାତନ ଦଳ କହିଛି।

କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ପ୍ରେସ କନଫରେନସ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ଭାବରେ ୭ ବର୍ଷ କାର୍ଯ୍ୟକାଳ ଅବସରରେ ଏ ସରକାର ସମ୍ପୂର୍ଣ୍ଣ ଭାବରେ ବିଫଳ, ଅଯୋଗ୍ୟ ସରକାର। ୭ ବର୍ଷରେ ବେକାରୀ ୧୧.୩ ପ୍ରତିଶତକୁ ବୃଦ୍ଧି ପାଇଥିବାରୁ ଦେଶ ଯନ୍ତ୍ରଣା ଭୋଗୁଛି। ପେଟ୍ରୋଲ ଦର ଅନେକ ରାଜ୍ୟରେ ୧୦୦ ଟଙ୍କା ଏବଂ ସୋରିଷ ତେଲ ୨୦୦ ଟଙ୍କା ପାର ହୋଇଛି। ୭୩ ବର୍ଷ ମଧ୍ୟରେ ଏହା ଦେଶର ସବୁଠାରୁ ଦୁର୍ବଳ ସରକାର ବୋଲି ଏଥିରୁ ପ୍ରମାଣିତ ହୋଇଛି ବୋଲି ସେ କହିଛନ୍ତି।

ମୋଦି ସରକାର ନେତୃତ୍ୱରେ ଦେଶର ଜିଡିପି ହ୍ରାସ ପାଇଛି, କରୋନା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କିନ୍ତୁ ସରକାର ଏଥିପ୍ରତି ଧ୍ୟାନ ଦେବା ପରିବର୍ତ୍ତେ ଚୁପ୍ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ସାଧାରଣ ଲୋକ ମଧ୍ୟ କେନ୍ଦ୍ରର ବିଫଳତକୁ ହୃଦବୋଧ କରିଛନ୍ତି ବୋଲି ସେ କହିଛନ୍ତି।

କରୋନାର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ଭୟ, ଶୋକ, ଭୟ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଭାରତରେ କରୋନା ସଂକ୍ରମଣ ବଢୁଥିବା ଦେଖି ସମଗ୍ର ବିଶ୍ୱରେ ଆଲୋଚନା ହେଉଛି। ଦେଶ ଏବେ ଉଭୟ ଅର୍ଥନୀତି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ସଙ୍କଟ ଦେଇ ଗତି କରୁଛି। ଆଗାମୀ ଦିନରେ ପରିସ୍ଥିତି ଅତ୍ୟନ୍ତ ଭୟଭୀତ ହେବ। ଏ ନେଇ ସମସ୍ତ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ସେହିପରି ଏହି ସରକାର ସମୟରେ ବେକାରୀ ଚରମ ସୀମାରେ ପହଞ୍ଚିଛି। ଦେଶ ପାଇଁ ଏହି ସରକାର କ୍ଷତିକାରକ ବୋଲି ସୁରଜେଓ୍ୱାଲା କହିଛନ୍ତି।

ସୂଚନାଯୋଗ୍ୟ, କରୋନା ମହାମାରୀ ବେଳେ ବିରୋଧୀ କଂଗ୍ରେସ କ୍ରମାଗତ ଭାବେ ମୋଦି ସରକାର ଉପରେ ଆକ୍ରମଣ କରୁଛି। ପ୍ରଥମେ ଟିକାକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଥିବା ବେଳେ ଦ୍ୱିତୀୟରେ ଟିକାର ଅଭାବକୁ ନେଇ ପ୍ରଶ୍ନ ଉଠାଇଛି।

୭୦ ବର୍ଷ ବନାମ ୭ ବର୍ଷ: ସାଟେଲାଇଟରୁ ସଡକ, ସବୁଥିରେ ବଢ଼ିଛି ଦକ୍ଷତା

The post ସବୁଠୁ ଦୁର୍ବଳ, ଦେଶ ପାଇଁ କ୍ଷତିକାରକ ମୋଦି ସରକାର: କଂଗ୍ରେସ appeared first on Odisha Reporter.



from Odisha Reporter https://ift.tt/3i3hn2B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages