ଦେଶରେ ସାମାନ୍ୟ କମିଲା ସଂକ୍ରମଣ, କିନ୍ତୁ ଦିନକରେ ୩୮୯୦ ଜଣଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ଦେଶରେ ସାମାନ୍ୟ କମିଲା ସଂକ୍ରମଣ, କିନ୍ତୁ ଦିନକରେ ୩୮୯୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଉପର ମୁହାଁ ହୋଇଥିବା ମହାମାରୀ କରୋନା ସଂକ୍ରମଣ ଆଜି ସାମାନ୍ୟ ହ୍ରାସ ପାଇଛି। ତଥାପି ଦୈନିକ ସଂକ୍ରମଣ ୩ ଲକ୍ଷ ଉପରେ ରହିଛି। ଗତକାଲି ୩ ଲକ୍ଷ ୬୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୩ ଲକ୍ଷ ୨୬ ହଜାରକୁ ଖସି ଆସିଛି।

କିନ୍ତୁ ମୃତ୍ୟୁସଂଖ୍ୟା ପୂର୍ବଭଳି ୪ ହଜାର ପାଖରେ ରହିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ଦିନକରେ କରୋନା ସାରା ଦେଶରେ ୩୮୯୦ ଜଣଙ୍କ ମୁଣ୍ଡ ନେଇଛି। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।

ଏହି କାରଣରୁ ଦେଶରେ ଦୈନିକ ସଂକ୍ରମଣ କମୁଥିବା ଜଣାପଡ଼ିଛି। ଏହି ସବୁ ରାଜ୍ୟରେ ସଂକ୍ରମଣ କମୁଥିଲେ ହେଁ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଆଜି ସଂକ୍ରମିତଙ୍କ ଅପେକ୍ଷେ ଅଧିକ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩,୨୬,୦୯୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩,୫୩,୨୯୯ ଜଣ ସୁସ୍ଥ ହୋଇ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୪୩,୭୨,୯୦୭ରେ ପହଞ୍ଚି ଥିବା ବେଳେ ଆରୋଗ୍ୟଙ୍କ ସଂଖ୍ୟା ୨,୦୪,୩୨,୮୯୮ ରହିଛି। ଏହାର ଅର୍ଥ ବର୍ତ୍ତମାନ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ୩୬,୭୩,୮୦୨ ହୋଇଯାଇଛି। ଗତକାଲି ଏହି ସଂଖ୍ୟା ୩୭,୦୪,୮୯୩ ଥିଲା।

ଗୋଟିଏ ଦିନରେ କରୋନା ୩୮୯୦ ଜଣଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୨,୬୬,୨୦୭କୁ ବୃଦ୍ଧି ପାଇଛି। ଏଯାଏ ୧୮,୦୪,୫୭,୫୭୯ ଜଣଙ୍କୁ କରୋନାର ରକ୍ଷାକବଚ କୁହାଯାଉଥିବା ଟିକା ଦିଆଗଲାଣି।


ଗତ ୨୪ ଘଣ୍ଟାରେ କର୍ଣ୍ଣାଟକାରେ ସର୍ବାଧିକ ୪୧,୭୭୯ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏହା ପଛକୁ ମହାରାଷ୍ଟ୍ରରେ ୩୯,୯୨୩, କେରଳରେ ୩୪,୬୯୪, ତାମିଲନାଡୁରେ ୩୧,୮୯୨ ଓ ଆନ୍ଧ୍ର ପ୍ରଦେଶରେ ୨୨,୦୧୮ ଜଣଙ୍କ ଟେଷ୍ଟ ରିପୋଟଆ ପଜିଟିଭ ଆସିଛି। ଦେଶର ମୋଟ ସଂକ୍ରମଣ ୧୨.୮୧% କେବଳ ମହାରାଷ୍ଟ୍ରରେ ରେକର୍ଡ କରାଯାଇଛି। ସେହିପରି ସର୍ବାଧିକ ମୃତ୍ୟୁ ମହାରାଷ୍ଟ୍ରରୁ ଆସିଛି।

The post ଦେଶରେ ସାମାନ୍ୟ କମିଲା ସଂକ୍ରମଣ, କିନ୍ତୁ ଦିନକରେ ୩୮୯୦ ଜଣଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/3ogdhW2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages