ନୂଆଦିଲ୍ଲୀ: ସର୍ବାନନ୍ଦ ସୋନୱାଲ ଆଜି ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
ଅନ୍ୟପକ୍ଷରେ ଆଜି ବସିଛି ବିଜେପି ବିଧାୟକ ଦଳ ବୈଠକ। ଏଥିରେ ସ୍ଥିର ହେବ କିଏ ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳୀୟ ସାଧାରଣ ସଂପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି। ଯାହା ସୂଚନା ମିଳିଛି ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।
ଶନିବାର ଉଭୟ ସର୍ବାନନ୍ଦ ସୋନୱାଲ ଓ ହିମନ୍ତ ବିଶ୍ୱଶର୍ମା ଦିଲ୍ଲୀ ଯାଇଥିଲେ। ସେଠାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହିତ ସେମାନଙ୍କର ସରକାର ଗଠନ ନେଇ ଆଲୋଚନା ହୋଇଥିଲା। ହିମନ୍ତ ବିଶ୍ୱଶର୍ମା ଓ ସୋନୱାଲଙ୍କ ସହ ଶାହ, ନଡ୍ଡା ଏବଂ ଦଳର ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ପୃଥକ ପୃଥକ ଭାବେ ଆଲୋଚନା କରିଥିଲେ। ପ୍ରଥମେ ବିଶ୍ୱଶର୍ମାଙ୍କ ସହ ଆଲୋଚନା କରିବା ପରେ ସୋନୱାଲଙ୍କୁ ଡାକରା ମିଳିଥିଲା।
ସୂଚନାଯୋଗ୍ୟ, ସର୍ବାନନ୍ଦ ସୋନୱାଲଙ୍କ ନେତୃତ୍ୱାଧୀନ ସରକାରରେ ହିମନ୍ତ ବିଶ୍ୱଶର୍ମା ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ। ସେ ଆସାମରେ ବିଜେପିର ସଙ୍କଟମୋଚକ ଭାବେ ମଧ୍ୟ ବେଶ ଜଣାଶୁଣା।
The post ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/3y0Rjur
No comments:
Post a Comment