ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଏବେ ଲଗାତର ଭାବରେ ବଢ଼ି ଚାଲିଛି। ହେଲେ ମେ ୨୩ ପରେ ଏହି ସଂଖ୍ୟା କମିବ ସାରା ଦେଶରେ। କିନ୍ତୁ ଓଡ଼ିଶାର ଏହାର ପ୍ରଭାବ ପଡ଼ିବନି। ଏଭଳି ଆକଳନ କରିଛି କେମ୍ୱ୍ରିଜ ଜଜ ବିଜନେସ ସ୍କୁଲ୍।
କେମ୍ୱ୍ରିଜ ଜଜ ବିଜନେସ ସ୍କୁଲ୍ ଦେଶରେ କୋଭିଡ ସଂକ୍ରମଣର ଡାଟା ପ୍ରତିଦିନ ଟ୍ରାକ କରୁଛି। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଇକୋନୋମିକ୍ ଆଣ୍ଡ ସୋସିଆଲ୍ ରିସର୍ଚ୍ଚ ଭାରତରେ ସ୍ୱାସ୍ଥ୍ୟାବସ୍ଥା ଉପରେ ଏବେ ସମୀକ୍ଷା କରି କୋଭିଡର ପୂର୍ବାନୁମାନ କରୁଛି ଏହି ସଂସ୍ଥା।
କେମ୍ବ୍ରିଜ ଜଜ୍ ବିଜନେସ୍ ସ୍କୁଲର ଟ୍ରାକର ପୂର୍ବାନୁମାନ କରିଛି ଯେ ଭାରତରେ କୋଭିଡ୍ ମାମଲା ବଢ଼ୁଛି। ଦୁଇ ସପ୍ତାହ ପରେ ଅର୍ଥାତ୍ ମେ ୨୩ ବେଳକୁ ଏହା କମିପାରେ। ଟ୍ରାକର କିନ୍ତୁ କହିଛି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା କୋଭିଡ ସଂକ୍ରମିତର ତଥ୍ୟ ମଧ୍ୟରେ ଅନେକ ଫରକ ରହିଛି।
ଆସାମ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡିଶା, ପୁଡୁଚେରୀ, ପଞ୍ଜାବ, ତାମିଲନାଡୁ ଏବଂ ତ୍ରିପୁରାରେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏହି ସଂସ୍ଥା କହିଛି। ତେବେ କୋଭିଡ ଡାଟାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ଅନେକ ଫରକ ରହିଛି ବୋଲି ଏହି କେମ୍ୱ୍ରିଜ ଜଜ ବିଜନେସ ସ୍କୁଲ୍ କହିଛି।
ସୂଚନାଯୋଗ୍ୟ, ଆସନ୍ତାକାଲି ରାଜ୍ୟରେ ଲକ ଡାଉନ୍ ଅବଧି ଶେଷ ହେଉଛି। ଆଉ ଆଗକୁ ୧୫ ଦିନ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତେଣୁ ତୃଣମୂଳ ସ୍ତରରେ କୋଭିଡ୍ ମୁକାବିଲାରେ ପାଇଁ ‘କୋଭିଡ୍ କ୍ରାଇସିସ ମ୍ୟାନେଜମେଣ୍ଟ୍ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ତେଣୁ ଏପରି ସ୍ଥିତିରେ ଲକଡାଉନ୍ ଅବଧି ବୃଦ୍ଧି ହୋଇପାରେ।
The post ଦେଶରେ କମିବ, ରାଜ୍ୟରେ ବଢ଼ିପାରେ କରୋନା ସଂକ୍ରମଣ appeared first on Odisha Reporter.
from Odisha Reporter https://ift.tt/3uIJ843
No comments:
Post a Comment