‘ବଡ଼ ଅପରାଧ କରିଛି ମେହୁଲ ଚୋକସି, ତାକୁ ଆମକୁ ହସ୍ତାନ୍ତର କରିଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

‘ବଡ଼ ଅପରାଧ କରିଛି ମେହୁଲ ଚୋକସି, ତାକୁ ଆମକୁ ହସ୍ତାନ୍ତର କରିଦିଅ’

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ମେହୁଲ ଚୋକସିଙ୍କୁ ଭାରତ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଜୋରଦାର ହୋଇଥିବା ବେଳେ ଏବେ ଏହାକୁ ନେଇ ବଡ଼ ଖବର ଆସିଛି। ଭାରତ ଡୋମିନିକା ସରକାରଙ୍କୁ କହିଛି ଯେ ମେହୁଲ ଚୋକସି ଭାରତର ନାଗରିକ ଏବଂ ସେ ଗୁରୁତର ଅପରାଧ କରିଛନ୍ତି। ଏଥିପାଇଁ ତାଙ୍କୁ ଭାରତକୁ ହସ୍ତାନ୍ତର କରାଯାଉ। ଏହାରି ଭିତରେ ଆଣ୍ଟିଗୁଆର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡୋମିନିକାର ଏୟାରପୋର୍ଟରେ ଭାରତର ପ୍ରାଇଭେଟ୍ ଜେଟ୍ ଉପସ୍ଥିତ ରହିଛି। ଆଣ୍ଟିଗୁଆ ସରକାରଙ୍କଠାରୁ ଅନୁମତି ମିଳିବା ପରେ ମେହୁଲଙ୍କୁ ଭାରତକୁ ହସ୍ତାନ୍ତର କରାଯିବ।

ମେହୁଲଙ୍କୁ ଭାରତ ଆଣିବା ପାଇଁ ଦେଶର କିଛି ଏଜେନ୍ସି ଡୋମିନିକା ସରକାରଙ୍କ ସହ ଯୋଗାଯୋଗ କରୁଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ଖବର ମୁତାବକ, ଡୋମିନିକାର ପଡ଼ୋଶୀ ଦେଶ ଆଣ୍ଟିଗୁଆ ମଧ୍ୟ ଡୋମିନିକାକୁ କହିଛି ଯେ ସେମାନେ ଚୋକସିଙ୍କୁ ଭାରତକୁ ହସ୍ତାନ୍ତର କରିଦିଅନ୍ତୁ, କାରଣ ସେ ଜଣେ ପଳାତକ। ଆଣ୍ଟିଗୁଆରୁ ଫେରାର ହୋଇଥିବା ଚୋକସି ଡୋମିନିକାରେ ଧରା ପଡ଼ିଥିଲେ।

ଆହୁରି ଖବର ମିଳିଛି ଯେ ଚୋକସିଙ୍କୁ ଡୋମିନିକାରୁ ଭାରତକୁ ଆଣିବା ପାଇଁ ଭାରତ ପ୍ରତ୍ୟର୍ପଣ ଡକ୍ୟୁମେଣ୍ଟ ସହ ପ୍ରାଇଭେଟ୍ ବିମାନ ମଧ୍ୟ ଡୋମିନିକାକୁ ପଠାଇଛି । ଆଣ୍ଟିଗୁଆ ଓ ବାରବୁଡ଼ାର ପ୍ରଧାନମନ୍ତ୍ରୀ ଗେଷ୍ଟନ ବ୍ରାଉନ୍ ନିଜ ଦେଶରେ ଏକ ରେଡିଓ ଶୋ’ରେ ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ହେଲେ ଭାରତ ତରଫରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ।

‘ଆଣ୍ଟିଗୁଆ ନ୍ୟୁଜ୍ ରୁମ୍’ ମୁତାବକ, କାତାର ଏୟାରଓ୍ବେଜର ଏକ ପ୍ରାଇଭେଟ୍ ବିମାନ ଡୋମିନିକାରେ ଡଗଲାସ୍-ଚାର୍ଲସ୍ ଏୟାରପୋର୍ଟରେ ଲ୍ୟାଣ୍ଡ କରିସାରିଛି। ଯାହା ପରେ ଚୋକସିଙ୍କ ପ୍ରତ୍ୟର୍ପଣକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଆଣ୍ଟିଗୁଆ ଓ ବାରଗୁଡ଼ାରୁ ଫେରାର୍ ହୋଇଥିବା ଚୋକସିଙ୍କୁ ପଡ଼ୋଶୀ ଡୋମିନିକାରେ ଗିରଫ କରାଯାଇଥିଲା। ବ୍ରାଉନ୍ ରେଡିଓ ଶୋ’ରେ କହିଥିଲେ ଯେ ଚୋକସିଙ୍କ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ନେଇ ଏକ ବିମାନ ଭାରତରୁ ଆସିଛି।

ସୂଚନାଯୋଗ୍ୟ, ରବିବାର ଚୋକସିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥରେ ସେ ଏକ ଲୁହା ଗେଟ୍ ପଛରେ ଛିଡ଼ା ହୋଇଛନ୍ତି। ତାଙ୍କ ଆଖି ଲାଲ ପଡ଼ି ଯାଇଛି। ଏହା ସହିତ ତାଙ୍କ ହାତରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ପୂର୍ବରୁ ଚୋକସିଙ୍କ ଓକିଲ ଅଭିଯୋଗ କରିଥିଲେ ଯେ ତାଙ୍କ ସହିତ ମାରପିଟ କରାଯାଇଥିଲା। ଏପରିକି ଆଣ୍ଟିଗୁଆରୁ ତାଙ୍କୁ ଅପହରଣ କରି ନିଆଯାଇଥିବା ସେ କହିଥିଲେ।

ଚୋକସୀ ଓ ତାଙ୍କ ଭଣଜା ନୀରବ ମୋଦି ପଞ୍ଜାବ ନ୍ୟାଶନାଲ୍ ବ୍ୟାଙ୍କରୁ ୧୩,୫୦୦ କୋଟି ଟଙ୍କାର ହେରଫେର୍ କରିଛନ୍ତି। ନୀରବ ମୋଦି ଲଣ୍ଡନର ଏକ ଜେଲରେ ବନ୍ଦୀ ଅଛନ୍ତି ଏବଂ ଭାରତକୁ ପ୍ରତ୍ୟର୍ପଣ କରିବା ବିରୋଧରେ ମାମଲା ଲଢ଼ୁଛନ୍ତି। ଚୋକସୀ ୨୦୧୭ରେ ଆଣ୍ଟଗୁଆ ଓ ବାରଗୁଡ଼ାର ନାଗରିକତା ହାସଲ କରିଥିଲେ ଏବଂ ୨୦୧୮, ଜାନୁଆରୀ ପ୍ରଥମ ସପ୍ତାହରେ ଭାରତରୁ ଫେରାର୍ ମାରିଥିଲେ । ଏହା ପରେ ଏସବୁ ଦୁର୍ନୀତି ସାମ୍ନାକୁ ଆସିଥିଲା। ଦୁହେଁ ଏବେ ସିବିଆଇ ତଦନ୍ତର ସାମ୍ନା କରୁଛନ୍ତି।

The post ‘ବଡ଼ ଅପରାଧ କରିଛି ମେହୁଲ ଚୋକସି, ତାକୁ ଆମକୁ ହସ୍ତାନ୍ତର କରିଦିଅ’ appeared first on Odisha Reporter.



from Odisha Reporter https://ift.tt/2SGQiYg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages