ମୁଁ ମୂଳରୁ କହୁଥିଲି ଏହା ଚୀନା ଭୂତାଣୁ: ଟ୍ରମ୍ପ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, June 4, 2021

ମୁଁ ମୂଳରୁ କହୁଥିଲି ଏହା ଚୀନା ଭୂତାଣୁ: ଟ୍ରମ୍ପ

ଓ୍ୱାଶିଂଟନ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ ସରକାର ଯାଇ ଏବେ ବାଇଡେନ ସରକାର ଚାଲିଛି। ଟ୍ରମ୍ପଙ୍କ ଘୋର ବିରୋଧୀ ହେଉଛନ୍ତି ବାଇଡେନ। କରୋନା ମହାମାରୀ ନେଇ ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବା ବେଳେ ଆରମ୍ଭରୁ ବେଜିଂ ବିରୋଧରେ ଜୋରଦାର ଆଭିମୁଖ୍ୟ ରଖି ଆସୁଛନ୍ତି। କରୋନାକୁ ଚାଇନିଜ ଭାଇରସ କହିବାଠାରୁ ଆରମ୍ଭ କରି ଚାଇନିଜ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଥିଲେ ଟ୍ରମ୍ପ। ଏହାକୁ ନେଇ ଚାଇନା ଯଦିଓ ଚେତାବନୀ ଦେଉଥିଲା ହେଲେ ଟ୍ରମ୍ପ ଆଉ ପାଦେ ଆଗକୁ ଯାଇ ସ୍ଥଳ, ଜଳ ଓ ବାୟୁ ସୀମାରେ ଯୁଦ୍ଧ ଜାହାଜ ଛିଡ଼ା କରି ବେଜିଂକୁ ନାଲି ଆଖି ଦେଖାଉଥିଲେ।

ତେବେ ବାଇଡେନ ସରକାର ଆସିବା ପରେ ଚାଇନା ସହିତ ସମ୍ପର୍କ ଓ ଆଭିମୁଖ୍ୟରେ ପରିବର୍ତ୍ତନ ହେବ ବୋଲି ଆକଳନ କରାଯାଉଥିଲା। କିନ୍ତୁ ନିକଟରେ ଆମେରିକାର ଗୁଇନ୍ଦା ସଂସ୍ଥା ଏକ ରିପୋର୍ଟ ଦେଇଥିଲା କରୋନାର ଉତ୍ପତ୍ତି ପଛରେ ଉହାନ ଲ୍ୟାବ। ଏହାକୁ ନେଇ ଏବେର ରାଷ୍ଟ୍ରପତି ବାଇଡେନ୍ ମଧ୍ୟ ବେଜିଂ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ଚାଇନାକୁ ଘେରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନକୁ ମଧ୍ୟ ଆଉ ଥରେ ତଦନ୍ତ କରିବାକୁ ଆମେରିକା ଚାପ ପକାଉଛି।

ଏହି ସମୟରେ ଫେସବୁକ, ଟ୍ୱିଟର, ଇନଷ୍ଟ୍ରାଗ୍ରାମ ଆଦିରୁ ବ୍ୟାନ ହୋଇଥିବା ଡୋନାଲ୍ଟ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ ଆସିଛି। ପ୍ରେସ ରିଲିଜ ଜରିଆରେ ଟ୍ରମ୍ପ ଚାଇନା ବାବଦରେ ନିଜର ମତ ରଖିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଦୋହରାଇଛନ୍ତି ଯେ କରୋନା ହେଉଛି ଚାଇନାର ଭାଇରସ। ଯାହା ଉହାନର ଲ୍ୟାବରୁ ଆସିଛି। ମୋର ‘ଶତ୍ରୁ’ ମଧ୍ୟ ସମାନ କଥା କହିଲେଣି। ଆମେରିକା ଏବଂ କରୋନା ଦ୍ୱାରା ପ୍ରଭାବିତ ହୋଇଛି। ଏଥିପାଇଁ ଚାଇନା ୧୦ ଟ୍ରିଲିୟନ ଆମେରିକୀୟ ଡଲାର ଦେବା ଉଚିତ। ଡିସେମ୍ୱର ୨୦୧୯ରେ ଉହାନରୁ ପ୍ରଥମେ କିନ୍ତୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ସମଗ୍ର ବିଶ୍ୱକୁ ଏହି ଭାଇରସ ବ୍ୟାପିଛି।

ବିଶ୍ୱର ଅଧିକାଂଶ ବିଶେଷଜ୍ଞ କରୋନା ମହାମାରୀର ଉତ୍ପତ୍ତିକୁ ନେଇ ବେଜିଂ ଉପରେ ସନ୍ଦେହ କରୁଛନ୍ତି। କେବଳ ଏତିକି ନୁହେଁ, ବର୍ତ୍ତମାନ ବାଇଡେନ ପ୍ରଶାସନ ଏବଂ ବ୍ରିଟେନ ସମେତ ଭାରତ ମଧ୍ୟ କରୋନା ଭାଇରସର ଅନୁସନ୍ଧାନ କରିବାକୁ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଉପରେ ଚାପ ପକାଇଛି।

The post ମୁଁ ମୂଳରୁ କହୁଥିଲି ଏହା ଚୀନା ଭୂତାଣୁ: ଟ୍ରମ୍ପ appeared first on Odisha Reporter.



from Odisha Reporter https://ift.tt/34OjPlD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages