ପୁଲିସ୍‌କୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ପୁଲିସ୍‌କୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ପୁଲିସ୍‌କୁ ମିଳିଛି ବଡ଼ ସଫଳତା। ପୁଲିସ୍‌ ଏନ୍‌କାଉଣ୍ଟରରେ ନିହତ ହୋଇଛି ଜଣେ ସିନିୟର କ୍ୟାଡର ମାଓବାଦୀ। ଡିଜିପି ଅଭୟ ଦେଇଛନ୍ତି ଏହି ସୂଚନା।

ଡିଜିପିଙ୍କ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପଦମପୁର ଥାନା ଅନ୍ତର୍ଗତ ଭଞ୍ଜଗୁଣ୍ଡା ନିକଟ ଝାଞ୍ଜ ସଂରକ୍ଷିତ ଜଙ୍ଗଲରେ ରାଜ୍ୟ ପୁଲିସ୍‌ର ଏକ ମିଳିତ ଟିମ୍‌ ଉପରକୁ ମାଓବାଦୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପୁଲିସ୍ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା। ଏଥିରେ ଜଣେ ସିନିୟର କ୍ୟାଡର ମାଓବାଦୀ ନିହତ ହୋଇଛି। ଘଟଣାସ୍ଥଳର ଗୋଟିଏ ଏକେ ୪୭ ବନ୍ଧୁକ ସହିତ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ପୁଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଡିଜିପି ଅଭୟ କହିଛନ୍ତି, ମାଓବାଦୀଙ୍କ ସଂଗଠନରେ ସାଧାରଣତଃ ସିନିୟର କ୍ୟାଡରମାନେ ଏକେ ୨୭ ବନ୍ଧୁକ ବ୍ୟବହାର କରନ୍ତି। ତେଣୁ ମୃତ ମାଓବାଦୀ ଜଣେ ସିନିୟର କ୍ୟାଡର ବୋଲି ଅନୁମାନ କରାଯାଉଛି। ତେବେ ମୃତ ମାଓବାଦୀର ପରିଚୟ ସ୍ପଷ୍ଟ ହୋଇପାରିନି।

ଏହା ସହିତ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେ ମାଓବାଦୀମାନଙ୍କୁ କହିଛନ୍ତି। ଡିଜିପି କହିଛନ୍ତି, ମାଓବାଦୀମାନେ ହିଂସାର ମାର୍ଗ ଛାଡ଼ି ଭାରତୀୟ ଗଣତନ୍ତ୍ରର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ। ସେମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଏକ ଉଦାର ଥଇଥାନ ନୀତି ରହିଛି ଓ ସେମାନେ ଏହାର ଉପଯୋଗ କରନ୍ତୁ।

The post ପୁଲିସ୍‌କୁ ସଫଳତା: ସିନିୟର କ୍ୟାଡର ମାଓବାଦୀ ନିହତ appeared first on Odisha Reporter.



from Odisha Reporter https://ift.tt/3gsgCxK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages