ନୁସରତଙ୍କ ପ୍ରେମରେ ଥିଲା ଛଳନା: ନିଖିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 10, 2021

ନୁସରତଙ୍କ ପ୍ରେମରେ ଥିଲା ଛଳନା: ନିଖିଲ

କୋଲକାତା: ବୁଧବାର ଟିଏମସି ସାଂସଦ ତଥା ବେଙ୍ଗଲୀ କୁଇନ୍ ନୁସରତ କହିଛନ୍ତି ଯେ ନିଖିଲଙ୍କ ସହ ବିବାହ ତୁର୍କୀ ନିୟମ ଅନୁଯାୟୀ ହୋଇଛି, ତେଣୁ ଏହା ଭାରତରେ ଆଇନଗତ ନୁହେଁ। ତେଣୁ ଛାଡପତ୍ର ମାମଲା ଉଠିବ କେମିତି। ସେ କହିଛନ୍ତି, ଆମେ ବହୁ ପୂର୍ବରୁ ଅଲଗା ହୋଇଥିଲୁ, କିନ୍ତୁ ମୁଁ ମାମଲା ବ୍ୟକ୍ତିଗତ ଥିବାରୁ କହିବାକୁ ଚାହୁଁନଥିଲି। ସେମାନେ କେବଳ ଏକ ଲିଭ୍ ଇନ୍ ରିଲେସନରେ ଥିଲେ। ତେବେ କୋଲକାତାରେ ଏକ ରିସେପ୍ସନ୍ ମଧ୍ୟ ହୋଇଥିଲା ଯେଉଁଥିରେ ସେଲିବ୍ରିଟି ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଶୀର୍ବାଦ ଦେବାକୁ ଯାଇ ଉପସ୍ଥିତ ଥିଲେ।

ଏବେ ନୁସରତଙ୍କ ସ୍ୱାମୀ ନିଖିଲ କହିଛନ୍ତି ଯେ ନୁସରତଙ୍କ ସହ ତାଙ୍କର ସମ୍ପର୍କ ସ୍ୱାମୀ-ସ୍ତ୍ରୀ ଭଳି ଥିଲା। ଦୁହେଁ ବିବାହିତ ଦମ୍ପତିଙ୍କ ପରି ଜୀବନ ବିତାଉଥିଲେ। ନୁସରତ ତାଙ୍କୁ ଧୋକ୍କା ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନୁସରତଙ୍କ ସହ ସବୁକିଛି ଠିକଠାକ ଚାଲିଥିଲା ହେଲେ ୨୦୨୦ରେ ନୁସରତ ଏକ ଫିଲ୍ମ ସୁଟିଂକୁ ଯାଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ କିଛି ଠିକଠାକ୍ ନାହିଁ। କାହିଁକି ନୁସରତ ଏଭଳି ହେଲେ ତାହା ସେ ଭଲକରି ଜାଣିଥିବେ ବୋନି ନୁସରତ କହିଛନ୍ତି। ଏହି ସୁଟିଂ ପରଠୁ ନୁସରତ ତାଙ୍କୁ ଅଣଦେଖା କରୁଛନ୍ତି ବୋଲି ନିଖିଲ କହିଛନ୍ତି। ଉଭୟ ସ୍ୱାମୀ-ସ୍ତ୍ରୀ ଭଳି ରହୁଥିଲୁ। କିନ୍ତୁ ଭାରତରେ ବିବାହ ପଞ୍ଜିକରଣ କରିବାକୁ କହିଲେ ନୁସରତ ଅନ୍ୟ କିଛି ବାହାନ ଦେଖାଇ ଏହି ପ୍ରକ୍ରିୟାକୁ ବିଳମ୍ୱ କରାଇଥିଲେ ବୋଲି ନିଖିଲ କହିଛନ୍ତି।

ଏହାପରେ ନଭେମ୍ୱର ୫, ୨୦୨୦ରେ ନୁସରତ ତାଙ୍କ ଘରୁ ତାଙ୍କର ଜିନିଷପତ୍ର ଧରି ପଳାଇ ଆସିଥିଲେ ବୋଲି ନିଖିଲ କହିଛନ୍ତି। ଏହାପରରେ ବିଭିନ୍ନ ମିଡିଆରେ ନୁସରତଙ୍କୁ ନେଇ ବିଭିନ୍ନ ଖବର ଦେଖିବାପରେ ନିଖିଲ ଡିପ୍ରେସନକୁ ଚାଲିଯାଇଥିଲେ ବୋଲି କହିଛନ୍ତି। ଏହା ସମ୍ପୂର୍ଣ୍ଣ ଭାବରେ ତାଙ୍କ ସହିତ ଧୋକ୍କା ଥିଲା। ନୁସରତ ପ୍ରେମ କରିବା ଆଳରେ ଯାହା ବି କରିଛନ୍ତି ତାହା ଛଳନା ଥିଲା ବୋଲି ନିଖିଲ କହିଛନ୍ତି।

ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ବେଳେ ନୁସରତ ବିବାହିତ ବୋଲି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଉଲ୍ଲେଖ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ଆଗାମୀ ଦିନରେ ନୁସରତ କୋର୍ଟ କଚେରୀ ଦୌଡ଼ିପାରନ୍ତି।

The post ନୁସରତଙ୍କ ପ୍ରେମରେ ଥିଲା ଛଳନା: ନିଖିଲ appeared first on Odisha Reporter.



from Odisha Reporter https://ift.tt/2Ss5FEb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages