ଆବଶ୍ୟକ ସାମଗ୍ରୀ: ସୁଜି, ଲୁଣ, ଗୋଲମରିଚ, ଗୁଜରାତି, ଅଦା, ତେଜପତ୍ର, ନଡ଼ିଆ, ଗୁଡ଼, ଛେନା, କିସମିସ, କାଜୁ, ଗାଈଘିଅ।
ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଏକ କଡ଼େଇରେ ପାଣି ଗରମ କରି ସେଥିରେ ଲୁଣ, ଗୋଲମରିଚ, ଗୁଜରାତି, କୋରା ଅଦା, ତେଜପତ୍ର, କଟା ନଡ଼ିଆ, କୋରା ନଡ଼ିଆ, ଗୁଡ, ଛେନା ପକାଇ ଭଲ ଭାବେ ଫୁଟିବାକୁ ଛାଡିଦିଅନ୍ତୁ। ସେଥିରେ କିସମିସ, କାଜୁ, ଗୁଆଘିଅ ଵି ମିଶାନ୍ତୁ।
ପାଣି ଭଲ ଭାବେ ଫୁଟିଲେ ଗ୍ୟାସକୁ ସିମ କରିଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଅଳ୍ପ ସୁଜି ପକାଇ ଜନ୍ତନ୍ତୁ। ସୁଜି ଜନ୍ତି ହେବା ପରେ ଗ୍ୟାସକୁ ୫ ମିନିଟ ପାଇଁ ବନ୍ଦ କରି ଦିଅନ୍ତୁ।
ଏବେ ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତାହା ଉପରେ କଦଳୀ ପତ୍ରକୁ ପୂରା କଭର କରିବା ପରି ରଖନ୍ତୁ। ଏବେ ତାହା ଉପରେ ଭଲ ଭାବେ ଗାଈ ଘିଅ ମାରି କିଛି କାଜୁ, କିସମିସ ଓ ଖଣ୍ଡ ନଡ଼ିଆ ପକାନ୍ତୁ। ଏଥର ତାହା ଉପରେ ସୁଜି ଜନ୍ତଣିକୁ ପକାଇ ଭଲ ଭାବେ ହାତରେ ସାଇଜ଼ କରି ଦିଅନ୍ତୁ। ସୁଜି ଜନ୍ତଣି ଉପରେ ପୁଣି ଥରେ କିଛି ଡ୍ରାଏ ଫ୍ରୁଟ୍ସ, ନଡ଼ିଆ ଓ ଗାଈ ଘିଅ ପକାନ୍ତୁ।
ଏବେ ଜନ୍ତଣି ଉପରେ କଦଳୀ ପତ୍ରକୁ ଭଲ ଭାବେ କଭର କରି କଡ଼େଇ ଉପରେ ଢାଙ୍କୁଣୀ ଦେଇଦିଅନ୍ତୁ l ଏଥର ଗ୍ୟାସକୁ ସିମ କରି ପ୍ରାୟ ୪୫ ମିନିଟ ଛାଡି ଦିଅନ୍ତୁ l ଏହାପରେ ଗ୍ୟାସକୁ ବନ୍ଦ କରି ଦିଅନ୍ତୁ l
ଏହାପରେ ପିଠାକୁ ଓଲଟାଇ ପୁଣି ଥରେ ସିମରେ ୧୫ ମିନିଟ ପାଇଁ ବସାନ୍ତୁ l ଏଥର ପ୍ରସ୍ତୁତ ହୋଇଯିବ ସ୍ୱାଦିଷ୍ଟ ସୁଜି ପୋଡ଼ପିଠା l
ଏଠାରେ ମନେ ରଖନ୍ତୁ ଯେତିକି ସୁଜି ପିଠା ପାଇଁ ଜନ୍ତିବେ ତାହାର ଡବଲ ପାଣି ଦେବେ। ତାହାହେଲେ ପିଠା ନରମ ଓ ସ୍ୱାଦିଷ୍ଟ ହେବ।
The post ଏଥର ରଜରେ ଘରେ କରନ୍ତୁ ସ୍ୱାଦିଷ୍ଟ ସୁଜି ପୋଡ଼ପିଠା appeared first on Odisha Reporter.
from Odisha Reporter https://ift.tt/359zQD1
No comments:
Post a Comment