ଡେଲଟା ଭେରିଆଣ୍ଟ ଦୁର୍ବଳ ହେବା ବେଳକୁ ଡେଲଟା ପ୍ଲସ ବଢ଼ାଇଲା ଚିନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

ଡେଲଟା ଭେରିଆଣ୍ଟ ଦୁର୍ବଳ ହେବା ବେଳକୁ ଡେଲଟା ପ୍ଲସ ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୫୧,୬୬୭ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି। ୬୪,୫୨୭ ଜଣ ଆରୋଗ୍ୟ ହୋଇଛନ୍ତି। ଗୋଟିଏ ପଟେ ସଂକ୍ରମିତ ସଂଖ୍ୟା ହ୍ରାସ ପାଉଛି ଅନ୍ୟପଟେ ଆରୋଗ୍ୟ ହାର ବଢ଼ିବା ସହିତ ଟିକାକରଣର ସଂଖ୍ୟା ବଢ଼ିବା ଦେଶକୁ ଟିକିଏ ଆଶ୍ୱସ୍ତି ଦେଇଛି। ହେଲେ ଏବେ ସାରା ଦେଶରେ ବଢ଼ୁଥିବା ଡେଲଟା ଭେରିଆଣ୍ଟର ନୂଆ ମ୍ୟୁଟାଣ୍ଟ ଡେଲଟା ପ୍ଲସ ଆଗାମୀ ଦିନରେ ଚ୍ୟାଲେଞ୍ଜ ସାବ୍ୟସ୍ତ ହୋଇପାରେ। ଯଦିଓ ଏହାକୁ ନେଇ ଅଧିକ ଗବେଷଣା ଚାଲିଛି ତେଣୁ ଏହା କେତେ ଭୟଙ୍କର ହେବ ତେଣୁ ଜଣାପଡ଼ିନି।

ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଏବେ ଦେଶରେ ସଂକ୍ରମିତ ସଂଖ୍ୟା ୮୩ ଦିନ ତଳେ ରହିଛି। ମୋଟ ୬,୧୨,୮୬୮ ଜଣ ଚିକିତ୍ସାଧୀନ ରହିଛନ୍ତି। ଏହାପୂର୍ବରୁ ଏପ୍ରିଲ ୧ରେ ୬,୧୦,୯୨୯  ଜଣ କୋଭିଡରେ ଚିକିତ୍ସାଧୀନ ଥିଲେ। ସେବେଠାରୁ ଏହି ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇଥିଲା ଏବଂ ମେ ୯ରେ ଏହି ସଂଖ୍ୟା ୩୭ ଲକ୍ଷରୁ ଅଧିକ କୋଭିଡରେ ଚିକିତ୍ସାଧୀନ ଥିଲେ। ଏହାପରେ କିନ୍ତୁ କୋଭିଡର ଗ୍ରାଫ ତଳ ମୁହାଁ ହୋଇଛି ଏବଂ ଏହାର ୪୩ ଦିନ ପରେ ଆରୋଗ୍ୟ ଗ୍ରାଫ ସଂକ୍ରମିତଙ୍କ ଅପେକ୍ଷା ଉପରମୁହାଁ ରହିଛି। ଯଦି ମେ ୯ର ରିପୋର୍ଟକୁ ତୁଳନା କରାଯିବ ତାହେଲେ ଏବେ ୮୦ ପ୍ରତିଶତକୁ ହ୍ରାସ ପାଇଛି କୋଭିଡ ସଂଖ୍ୟା।

ଗୁରୁବାର ସାରା ଦେଶରେ ୬୦.୭୩ ଲକ୍ଷ ଲୋକଙ୍କୁ କରୋନା ଟିକା ଦିଆଯାଇଥିଲା। ଏହା ସହିତ କରୋନା ଟିକାକରଣର ସଂଖ୍ୟା ୩୧ କୋଟି ପାଖାପାଖି ରହିଛି। ଦେଶରେ ଏବେ ଆରୋଗ୍ୟ ହାର ୯୬.୬୬% କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ସାପ୍ତାହିକ ସଂକ୍ରମଣ ହାର ମଧ୍ୟ ୩ ପ୍ରତିଶତକୁ ଖସି ଆସିଛି। କେବଳ ଏତିକି ନୁହେଁ, ଦୈନିକ ସଂକ୍ରମଣ ହାର ୩ ପ୍ରତିଶତରୁ ୨.୯୮% କୁ ହ୍ରାସ ପାଇଛି।

କିନ୍ତୁ ବର୍ତ୍ତମାନ ଡେଲଟା ପ୍ଲସ୍ ଭେରିଆଣ୍ଟ ଚିନ୍ତା ବଢ଼ାଇଛି। ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଏହି ମ୍ୟୁଟାଣ୍ଟ ବଢ଼ିବାରେ ଲାଗିଛି। ଏଭଳି ପରିସ୍ଥିତିରେ ବିପଦ ପୁଣି ଥରେ ବଢ଼ୁଛି ବୋଲି କୁହାଯାଉଛି। ମହାରାଷ୍ଟ୍ରରେ କେବଳ ୨୧ ଜଣ ଡେଲଟା ପ୍ଲସ ସଂକ୍ରମିତ ଏବେ ଚିହ୍ନଟ ହୋଇଥିବା ସୂଚନା ରହିଛି। ଗତକାଲି ମଧ୍ୟପ୍ରଦେଶର ଉଜ୍ଜୈନର ଜଣେ ମହିଳା ଏହି ଡେଲଟା ପ୍ଲସରେ ସଂକ୍ରମିତ ହୋଇ ଆଖି ବୁଜିଛନ୍ତି। ବିଭିନ୍ନ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ଟିକା ପରେ ମଧ୍ୟ ଏହି ମ୍ୟୁଟାଣ୍ଟ ବ୍ୟାପିପାରେ। ତେଣୁ ସମସ୍ତେ କୋଭିଡ ପ୍ରୋଟୋକଲ ଯେମିତିକି ମାସ୍କ ଏବଂ ସାମାଜିକ ଦୂରତା ମାନିବା ଜରୁରୀ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଡେଲଟା ପ୍ଲସ ଭେରିଆଣ୍ଟ ଏବେ ବିଶ୍ୱର ୮୫ଟି ଦେଶରେ ଚିହ୍ନଟ ହୋଇଛି। କୋଭିଡର ଏହି ନୂଆ ମ୍ୟୁଟାଣ୍ଟ ଏବେ ଶୀଘ୍ର ବ୍ୟାପୁଛି ଯାହାକି ଅନ୍ୟ ମ୍ୟୁଟାଣ୍ଟ ଠାରୁ ସର୍ବାଧିକ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ୨୨ ଜୁନରେ କୋଭିଡ ପ୍ରସଙ୍ଗରେ ପ୍ରକାଶିତ ସାପ୍ତାହିକ ରିପୋର୍ଟରେ ଏହା କହିଛି। ବ୍ରିଟନର ଆଲଫା ଭେରିଆଣ୍ଟ ୧୭୦ଟି ଦେଶରେ ଚିହ୍ନଟ ହୋଇଥିବା ବେଳେ ବିଟା ଭେରିଆଣ୍ଟ ୧୧୯ଟି ଦେଶରେ ଏବଂ ଗାମା ଭେରିଆଣ୍ଟ ୭୧ ଦେଶ ଏବଂ ଡେଲଟା ଭାରିଆଣ୍ଟ ୮୫ ଦେଶରେ ବ୍ୟାପିଛି।

The post ଡେଲଟା ଭେରିଆଣ୍ଟ ଦୁର୍ବଳ ହେବା ବେଳକୁ ଡେଲଟା ପ୍ଲସ ବଢ଼ାଇଲା ଚିନ୍ତା appeared first on Odisha Reporter.



from Odisha Reporter https://ift.tt/3gR2hMK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages