କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ଦାବି ଖାରଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, June 24, 2021

କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ଦାବି ଖାରଜ

କଟକ(ଓଡ଼ିଶା ରିପୋର୍ଟର):ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟାର ସଠିକ ନିରୂପଣ ପାଇଁ ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଖାରଜ କରି ଦେଇଛନ୍ତି ହାଇକୋର୍ଟ  । କିନ୍ତୁ ପ୍ରତି ଜିଲ୍ଲାରେ କୋଭିଡରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେନେଇ ସବିଶେଷ ତଥ୍ୟ ଦାଖଲ କରିବାକୁ  ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କୋଭିଡଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ସବୁବେଳେ ଦ୍ୱନ୍ଦ୍ୱ ଲାଗି ରହୁଥିବା ବେଳେ  ଏହାର ସ୍ୱତନ୍ତ୍ର ଅଡିଟ କରାଇବା ଦାବିରେ  ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ମାତ୍ର ମାମଲାଟି ଆଇନ ଅନୁଯାୟୀ ଦାୟର ହୋଇନଥିବାରୁ ଏହାକୁ ଖାରଜ କରିଛନ୍ତି କୋର୍ଟ  ।

ତେବେ କୋଭିଡ ମୃତ୍ୟୁ ସଂଖ୍ୟାଜନିତ ସରକାରୀ ତଥ୍ୟରେ ତାଳମେଳ ରହୁନଥିବା ଏହି ପ୍ରସଙ୍ଗକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଏହି ମାମଲାଟି ଖାରଜ ହୋଇଥିଲେ ମଧ୍ୟ ଏ ସମ୍ପର୍କିତ ଅନ୍ୟ ଏକ ମାମଲାର ଶୁଣାଣିରେ ସମସ୍ତ ତଥ୍ୟ ଉପସ୍ଥାପନ କରିବାକୁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ମୃତ୍ୟୁ  ସଂଖ୍ୟା ବିବାଦ ପ୍ରସଙ୍ଗରେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ   ତଦନ୍ତ କରିଛନ୍ତି କି ନାହିଁ ତାହା ମଧ୍ୟ ଜଣାଇବାକୁ କୋର୍ଟ  କହିଛନ୍ତି । ଆସନ୍ତା ଜୁଲାଇ ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଏନେଇ ଆଇନଜୀବୀ ନିଶିକାନ୍ତ ମିଶ୍ର କହିଛନ୍ତି, କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ପାଇଁ ଦାଖଲ ହୋଇଥିବା ମାମଲାର ତଦନ୍ତ ହୋଇଛି କି ନାହିଁ ସେ ନେଇ ଉଚ୍ଚ ନ୍ୟାୟଳୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପଚାରିଛନ୍ତି  । ଏଥିସହ ଜିଲ୍ଲାୱାରୀ କୋଭିଡ ମୃତ୍ୟୁର ରିପୋର୍ଟ ମାଗିଛନ୍ତି। ଏଥିରେ ସମ୍ପୃକ୍ତ ସମସ୍ତ ତଥ୍ୟ, ବିବରଣୀ, ଆସନ୍ତା ଜୁଲାଇ ୫ରେ ଶୁଣାଣି କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

The post କୋଭିଡ ମୃତ୍ୟୁର ସ୍ୱତନ୍ତ୍ର ଅଡିଟ ଦାବି ଖାରଜ appeared first on Odisha Reporter.



from Odisha Reporter https://ift.tt/3j8yosR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages