ଅନୁଗୋଲ(ଓଡ଼ିଶା ରିପୋର୍ଟର): ଖାଦ୍ୟ ପାର୍ସଲ ଦେବାକୁ ଆସିଥିବା ହୋଟେଲ ମାଲିକଙ୍କ ପୁଅ ଦ୍ୱାରା ବଳାତ୍କାରର ଶିକାର ହେଲେ ମହିଳା ଡାକ୍ତର । ଏପରି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଂଚଳରେ ସୋମବାର ରାତିରେ ଘଟିଛି।
ଘଟଣାରୁ ପ୍ରକାଶ, ଛେଣ୍ଡିପଦା ଥାନା ଅଂଚଳର ଜନୈକା ଡାକ୍ତରାଣୀ ମେଡିକାଲ କ୍ୱାଟର୍ସରେ ନିଜ ୨ ଭାଇଙ୍କ ସହ ରହୁଥିଲେ।
ସୋମବାର ରାତି ପ୍ରାୟ ୧୨ଟା ସମୟରେ ଛେଣ୍ଡିପଦା ଅଞ୍ଚଳର ଏକ ହୋଟେଲ ମାଲିକଙ୍କ ପୁଅ ମହିଳା ଡାକ୍ତରଙ୍କ ସରକାରୀ ବାସଭବନକୁ ଖାଇବା ପାର୍ସଲ ଦେବାକୁ ଯାଇଥିଲେ। ସେତେବେଳେ ମହିଳା ଡାକ୍ତରଜଣକ ଏକୁଟିଆ ଥିଲେ। ଏହାଦେଖି ଯୁବକଜଣକ ଅଶାଳୀନ ବ୍ୟବହାର କରିଥିଲେ ।
ଡାକ୍ତରଜଣକ ଏହାର ପ୍ରତିବାଦ କରିବାରୁ ଯୁବକଜଣକ ଘର ଭିତରକୁ ନେଇ ଯାଇ ତାଙ୍କୁ ଜବରଦସ୍ତି ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମହିଳା ଡାକ୍ତର । ପରେ ମହିଳା ଡାକ୍ତରଙ୍କ ୨ ଭାଇ ପହଂଚିବାରୁ ସେଠାରୁ ଚମ୍ପଟ ମାରିଥିଲେ ସମ୍ପୃକ୍ତ ହୋଟେଲ ମାଲିକ ପୁଅ । ଏନେଇ ମହିଳା ଡାକ୍ତରଜଣକ ଗତକାଲି ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ୍ ସମ୍ପୃକ୍ତ ହୋଟେଲ ମାଲିକଙ୍କ ପୁଅକୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଅନୁଗୋଳ ଏସ୍ପି ସୂଚନା ଦେଇଛନ୍ତି।
The post ଖାଦ୍ୟ ପାର୍ସଲ ଦେବାକୁ ଯାଇ ମହିଳା ଡାକ୍ତରଙ୍କୁ ବଳାତ୍କାର appeared first on Odisha Reporter.
from Odisha Reporter https://ift.tt/3qyiz0e
No comments:
Post a Comment