ଘରୋଇ ଟିକାକେନ୍ଦ୍ରରେ ଟିକା ମହଜୁଦ ନେଇ କେନ୍ଦ୍ର ଜାରି କଲା ନୂଆ ଫର୍ମୁଲା ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ଘରୋଇ ଟିକାକେନ୍ଦ୍ରରେ ଟିକା ମହଜୁଦ ନେଇ କେନ୍ଦ୍ର ଜାରି କଲା ନୂଆ ଫର୍ମୁଲା !

ନୂଆଦିଲ୍ଲୀ: ମୋଟ୍ ଟିକା ଉତ୍ପାଦନର ୨୫ ପ୍ରତିଶତ ଟିକା ଘରୋଇ ହସ୍ପିଟାଲ ବା ଟିକାକେନ୍ଦ୍ର କିଣୁଥିଲେ। ଏବେ ଏହି ଟିକା କିଣିବା ପ୍ରକ୍ରିୟା ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏବେ ଘରୋଇ ଟିକା କେନ୍ଦ୍ର ଗୁଡ଼ିକ ଟିକା କମ୍ପାନୀ ପାଖକୁ ଡାଇରେକ୍ଟ ଟିକା ଆଣିପାରେବି ନାହିଁ। ଟିକା କିଣିବାକୁ ହେଲେ ଏଣିକି କୋଓ୍ୱିନ ପୋର୍ଟାଲରେ ଯାଇ ବୁକ କରିବାକୁ ହେବ। ଏଥିସହ ଗୋଟିଏ ଘରୋଇ ଟିକା କେନ୍ଦ୍ର କେତେ ପରିମାଣର ଟିକା ମାସିକ ମହଜୁଦ ରଖିପାରିବ ସେ ନେଇ ମଧ୍ୟ କେନ୍ଦ୍ର ସରକାର ଏକ ଫର୍ମୁଲା ବାହାର କରିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ମୁମ୍ୱାଇରେ ଯେଉଁ ଘରୋଇ ହସ୍ପିଟାଲରେ ଟିକାକରଣ ହେଉଛି ସେଠାକୁ ଏକ ଏସଓପି ଯାଇଛି। ଏସଓପି ଅନୁଯାୟୀ ଯଦି ଏକ ଘରୋଇ ଟିକାକରଣ କେନ୍ଦ୍ର ଜୁଲାଇ ପାଇଁ ଅର୍ଡର କରିବ ତାହେଲେ ପୂର୍ବ ମାସର କୌଣସି ସାପ୍ତାହିକ ଟିକାକରଣକୁ ଚୟନ କରିବେ।

ଧରାଯାଉ ଜୁନ ୧୦-୧୬ ସପ୍ତାହକୁ ଚୟନ କଲା ଏହି ଘରୋଇ ହସ୍ପିଟାଲ। ଯେଉଁଥିରେ ୬୩୦ ଡୋଜ ଦିଆଯାଇଥିଲା, ତାହେଲେ ସେହି ସପ୍ତାହରେ ହସ୍ପିଟାଲରେ ଦୈନିକ ହାରାହାରି ୯୦ (୬୩୦/୭ =୯୦) ଜଣ ଟିକା ନେଇଛନ୍ତି। ଏହିପରି ଏକ ଘରୋଇ ହସ୍ପିଟାଲ ଜୁଲାଇ ପାଇଁ ସର୍ବାଧିକ ୫୪୦୦ ଡୋଜ (୯୦ x ୩୦ x ୨ = ୫,୪୦୦) ଅର୍ଡର କରିପାରିବ।

ଏଥିସହ, ଟିକାକରଣ ଅଭିଯାନରେ ଭାଗ ନେବାକୁ ଯୋଜନା କରୁଥିବା ଏବଂ ଟିକା ବ୍ୟବହାରରେ କୌଣସି ପୂର୍ବ ରେକର୍ଡ ନଥିବା ହସ୍ପିଟାଲ ଗୁଡ଼ିକ ହସ୍ପିଟାଲର ବେଡ୍ ଅନୁଯାୟୀ ଟିକା ପାଇବେ। ଧରାଯାଉ ଗୋଟିଏ ୫୦ ବେଡ୍ ବିଶିଷ୍ଟ ହସ୍ପିଟାଲ ସର୍ବାଧିକ ୩୦୦୦ ଡୋଜ ଅର୍ଡର କରିପାରିବ। ୫୦ ରୁ ୩୦୦ ବେଡ୍ ଥିବା ହସ୍ପିଟାଲ ୬,୦୦୦ ଡୋଜ ଏବଂ ୩୦୦ରୁ ଅଧିକ ବେଡ୍ ଥିବା ହସ୍ପିଟାଲ ୧୦,୦୦୦ ଡୋଜ ପର୍ଯ୍ୟନ୍ତ ଅର୍ଡର କରିପାରିବେ। ଏହି ଘରୋଇ ଟିକାକରଣ କେନ୍ଦ୍ରଗୁଡ଼ିକ ମାସକରେ ଚାରୋଟି କିସ୍ତିରେ ଟିକା ଅର୍ଡର କରିପାରିବେ। ଟିକାକରଣ ପାଇଁ କୌଣସି ସରକାରୀ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଆବଶ୍ୟକ ହେବ ନାହିଁ ବୋଲି ଡକ୍ୟୁମେଣ୍ଟରେ ଦର୍ଶାଯାଇଛି।

କାହିଁକି ସରକାର ଏଭଳି ଫର୍ମୁଲା ତିଆରି କଲେ?

ଏବେ ମୋଟ୍ ଟିକା ଉତ୍ପାଦନର ୨୫ ପ୍ରତିଶତ ଟିକା ଘରୋଇ ଟିକାକରଣ କମ୍ପାନୀ କିଣୁଛନ୍ତି। ହେଲେ ଅଧିକାଂଶ ଲୋକ ସରକାରୀ ଟିକାକରଣରେ ସାମିଲ ହେବାକୁ ଆଗ୍ରହ ରଖୁଛନ୍ତି। କାରଣ ଏବେ ଦେୟମୁକ୍ତ। ଏଭଳି ସ୍ଥିତିରେ ଘରୋଇ ଟିକାକେନ୍ଦ୍ର ଖାଲି ପଡ଼ୁଛି। ତେଣୁ ସରକାରୀ ଟିକାକରଣ କେନ୍ଦ୍ରରେ ଟିକା ଶେଷ ହୋଇଯାଉଥିବା ବେଳେ ଘରୋଇ ହସ୍ପିଟାଲରେ ଟିକା ମହଜୁଦ ରହୁଛି। ତେଣୁ ଟିକାକରଣ ପ୍ରକ୍ରିୟାକୁ ଅଧିକକୁ ଅଧିକ କରିବା ପାଇଁ କେନ୍ଦ୍ର ସରକାର ଏପରି ଫର୍ମୁଲା ବାହର କରିଥିବା ଆକଳନ କରାଯାଉଛି।

The post ଘରୋଇ ଟିକାକେନ୍ଦ୍ରରେ ଟିକା ମହଜୁଦ ନେଇ କେନ୍ଦ୍ର ଜାରି କଲା ନୂଆ ଫର୍ମୁଲା ! appeared first on Odisha Reporter.



from Odisha Reporter https://ift.tt/35Z2siR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages