ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଫୁଲବାଣୀ (ତ୍ରିନାଥ ସାହୁ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ୍‌। ଅଭିଯୁକ୍ତର ନାଁ ବାବୁଲା ନାୟକ।

ଫିରିଙ୍ଗିଆ ଥାନା ପୁଲିସ୍‌ ବାବୁଲାକୁ ଲାଇନପଡ଼ା ଅଞ୍ଚଳରୁ ଗିରଫ କରିଛି। ତା’ସହିତ ତା’ଠାରୁ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଛି।

ଫିରିଙ୍ଗିଆ ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ବାପା ଗତ ମାସ ୨୮ ତାରିଖ ଝିଅ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ନାବାଳିକାଙ୍କୁ ଖୋଜାଖୋଜି କରିଥିଲା।

ନାବାଳିକା ଜଣଙ୍କ ଲାଇନପଡ଼ା ଅଞ୍ଚଳରେ ରହିଥିବା ପୁଲିସ୍ କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା। ଏହା ପରେ ପୁଲିସ୍‌ର ସ୍ୱତନ୍ତ୍ର ଟିମ୍‌ ଲାଇନପଡ଼ା ଅଞ୍ଚଳରେ ଚଢ଼ାଉ କରିବା ସହିତ ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ତାଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ପୁଲିସ୍ ବାବୁଲା ନାୟକକୁ ଗିରଫ କରିଛି। ଏହା ସହିତ ପୁଲିସ୍ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

The post ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ appeared first on Odisha Reporter.



from Odisha Reporter https://ift.tt/3h6EfNG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages