ରାତି ହେଲେ ବଢ଼ୁଛି ହାତୀଙ୍କ ଉତ୍ପାତ, ପ୍ରମାଦ ଗଣୁଛନ୍ତି ଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ରାତି ହେଲେ ବଢ଼ୁଛି ହାତୀଙ୍କ ଉତ୍ପାତ, ପ୍ରମାଦ ଗଣୁଛନ୍ତି ଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାଁ ମୁହାଁ ହେଉଛନ୍ତି ହାତୀ ପଲ। କେଉଁଠି ଗାଁରେ ପଶି ଘରଦ୍ୱାର ଭାଙ୍ଗୁଛନ୍ତି ତ କେଉଁଠି ଧାନ, ଚାଉଳ ଖାଇ‍ ସହ ବାଡ଼ିରେ ପଶି ଫସଲ ନଷ୍ଟ କରୁଛନ୍ତି। ହାତୀଙ୍କ ଉତ୍ପାତ ଯୋଗୁ ଗାଁ ଲୋକେ ଭୟଭୀତ ରହୁଥିବା ବେଳେ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛି ବନ ବିଭାଗ। ଏପରି ସମସ୍ୟା ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ବାଲେଶ୍ୱର ଜିଲ୍ଲାରେ ଦେଖାଦେଇଛି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ଛାତନା ଗାଁ ମୁଣ୍ଡ ଜଙ୍ଗଲରେ ଗତ କିଛି ଦିନ ଧରି ଏକ ୧୮ ଟିକିଆ ହାତୀ ପଲ ରହୁଛନ୍ତି।  ରାତି ହେଲେ ଏହି ହାତୀ ପଲ ଗାଁ ମୁହାଁ ହୋଇ ବ୍ୟାପକ ଫସଲ ନଷ୍ଟ କରୁଛନ୍ତି । ଗତ ରାତିରେ ହାତୀ ପଲ ଛାତନା ଗାଁରେ ପଶି ୫ ଜଣଙ୍କ ଘର ଭାଙ୍ଗି ଦେଇଥିବା ବେଳେ ଘରୁ ଧାନ, ଚାଉଳ ବସ୍ତାକୁ ଟାଣି ନେଇ ଖାଇ ଦେଇଛନ୍ତି ।

ଗତ ସପ୍ତାହକ ମଧ୍ୟରେ ହାତୀ ପଲ ଛାତନା ପଞ୍ଚାୟତର ୭ରୁ ଅଧିକ ଗାଁରେ ବ୍ୟାପକ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଲୋକେ ଅଭିଯୋଗ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ପଲକୁ  ଘଉଡାଇବାକୁ ପଦକ୍ଷେପ ନିଆଯାଉ ନ ଥିବାରୁ ଅସନ୍ତୋଷ ଦେଖା ଦେଇଛି।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜର ବଡପୋଷି ଗ୍ରାମ ନିକଟରେ ଏକ ମାଈ ହାତୀକୁ ଦେଖି ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି।  ହାତୀପଲ ନଦୀ ପାର ହୋଇ ଆସିଥିଲେ। ହେଲେ ଅନ୍ୟ ହାତୀମାନେ ପଳାଇ ଥିବା ବେଳେ ଏହି ହାତୀଟି ରହି ଯାଇଥିବା ଅନୁମାନ କରାଯାଉଛି। ବନ କର୍ମଚାରୀ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି।

ଏହାବ୍ୟତୀତ ବାଲେଶ୍ୱର ଜିଲ୍ଲା ନୀଳଗିରିର ଗୋପାଳପୁର ଅଞ୍ଚଳରେ ଖୁଲମଖୁଲା ବୁଲୁଛି ଝାଡ଼ଖଣ୍ଡି ଦନ୍ତା। ଝାଡାଖଣ୍ଡର ଦଲମା ଅଭୟାରଣ୍ୟରୁ ଆସି ଏହି ଦନ୍ତାଟି ବୁଧବାର ବିଳମ୍ବିତ ରାତିରେ ନୀଳଗିରି କାଂଶ ଦେଇ ଗୋପାଳପୁର ଗାଁରେ ଦେଇ  ଜଙ୍ଗଲରେ ପଶିଛି। ସାଧାରଣତଃ ଧାନ ଫସଲ ଖାଇବାକୁ ଝାଡଖଣ୍ଡ ହାତୀପଲ ପ୍ରତ୍ୟେକ ବର୍ଷ ନୀଳଗିରିକୁ ଆସନ୍ତି। ହାତୀ ଉପରେ ନଜର ରଖାଯାଇଛି ବୋଲି ନୀଳଗିରି ବନ ବିଭାଗ ପକ୍ଷରୁ କୁହାଯାଇଛି।

The post ରାତି ହେଲେ ବଢ଼ୁଛି ହାତୀଙ୍କ ଉତ୍ପାତ, ପ୍ରମାଦ ଗଣୁଛନ୍ତି ଲୋକ appeared first on Odisha Reporter.



from Odisha Reporter https://ift.tt/3qL9S2M

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages