ଜୁଲାଇରୁ ସେପ୍ଟେମ୍ୱର ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି, ସୁଧହାର ଅପରିବର୍ତ୍ତିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 30, 2021

ଜୁଲାଇରୁ ସେପ୍ଟେମ୍ୱର ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି, ସୁଧହାର ଅପରିବର୍ତ୍ତିତ

ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଖରାପ ରହିଥିବାବେଳେ କେନ୍ଦ୍ର ସରକାରଙ୍କ ଅର୍ଥମନ୍ତ୍ରାଳୟର ନିଷ୍ପତ୍ତି କୋଟି କୋଟି ଲୋକଙ୍କୁ ଆଶ୍ୱସ୍ତି ଦେଇଛି। ସରକାର ଦ୍ୱିତୀୟ ତ୍ରୟମାସରେ ଋଣ ହାର ଓ ସୁଧ ହାରକୁ ଅପରିବର୍ତ୍ତିତ ରଖିଛନ୍ତି। ଅର୍ଥାତ୍ ପୂର୍ବ ମାସ ଭଳି ଏବେ ଦ୍ୱିତୀୟ ତ୍ରୟମାସରେ ମଧ୍ୟ ସମାନ ପରିମାଣରେ ସୁଧ ଓ ଋଣ ହାର ରହିବ। ଏହାଦ୍ୱାରା ସ୍ପଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିଛି।

ଆଜି (ଜୁଲାଇ ୧)ରୁ ଦ୍ୱିତୀୟ ତ୍ରୟମାସ ଆରମ୍ଭ ହେଉଛି। ଦେଶରେ ଆର୍ଥିକ ସ୍ଥିତି ଖରାପ ରହିଥିବାରୁ ଦ୍ୱିତୀୟ ଆର୍ଥିକ ମାସରେ ସରକାର ଋଣ ହାର ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବିଗତ ବର୍ଷେ ହେବ ସରକାର ଋଣ ହାରକୁ ଅଧିକ ବଢ଼ାଇ ଲୋକଙ୍କୁ ଆର୍ଥିକ ବୋଝ ଲଦି ଦେବାକୁ ଚେଷ୍ଟା କରୁନଥିବା ଦେଖିବାକୁ ମିଳିଛି। ଗତକାଲି କୋଭିଡ ମହାମାରୀ ବେଳେ କେନ୍ଦ୍ର ସରକାର ନ୍ୟାସନାଲ ସେଭିଂସ ସାର୍ଟିଫିକେଟ (ଏନଏସସି) ଓ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ) ସହିତ ସ୍ୱଳ୍ପ ସେଭିଂସ କରୁଥିବା ଯୋଜନା ଉପରେ ବୈଠକ କରିଥିଲେ। ଏଥିରେ ୨୦୨୧-୨୨ର ଦ୍ୱିତୀୟ ତ୍ରୟମାସରେ ଋଣ ହାରରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ସରକାର ପିପିଏଫ ଏବଂ ଏନଏସସି ଉପରେ ବାର୍ଷିକ ସୁଧ ହାର ଦ୍ୱିତୀୟ ତ୍ରୟ ମାସରେ ଯଥାକ୍ରମେ ୭.୧ ପ୍ରତିଶତ ଏବଂ ୬.୮ ପ୍ରତିଶତ ରହିବ। ଜୁଲାଇ ୧ରୁ ୨୦୨୧-୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ରେ ଶେଷ ହେବ। ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ଏପ୍ରିଲ୍ ୧, ୨୦୨୧ ରୁ ଜୁନ୍ ୩୦, ୨୦୨୧ ପର୍ଯ୍ୟନ୍ତ ସୁଧ ହାର ମଧ୍ୟ ସମାନ ଥିଲା। ସେହିପରି ପୋଷ୍ଟ ଅଫିସ ମାସିକ ଆୟ ଯୋଜନା ଆକାଉଣ୍ଟରେ ୬.୬ ପ୍ରତିଶତ ଋଣ ହାର ମିଳିବ। ସୁକନ୍ୟା ସମୃଦ୍ଧି ଯୋଜନାରେ ବାର୍ଷିକ ଋଣ ହାର ୭.୬ ପ୍ରତିଶତ ରହିବ।

ସୂଚନାଯୋଗ୍ୟ, ଚଳିତ ଆର୍ଥିକ ବର୍ଷ ଏପ୍ରିଲରୁ ଆରମ୍ଭ ହେବା ବେଳେ ପ୍ରଥମ ତ୍ରୟମାସରେ ୧.୧ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ହ୍ରାସ ହୋଇଥିବା କହିଥିଲେ ସରକାର। ପରେ ଏହା ଭୁଲରେ ହୋଇଥିବା କହିଥିଲେ।

The post ଜୁଲାଇରୁ ସେପ୍ଟେମ୍ୱର ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି, ସୁଧହାର ଅପରିବର୍ତ୍ତିତ appeared first on Odisha Reporter.



from Odisha Reporter https://ift.tt/3jC1UaJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages