ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଇଗଣ ରସା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, June 6, 2021

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଇଗଣ ରସା

ଆବଶ୍ୟକ ସାମଗ୍ରୀ : ବାଇଗଣ, ଲୁଣ, ହଳଦୀ, ଲଙ୍କା ଗୁଣ୍ଡ, ଜିରା ପାଉଡର, ଧନିଆ ପାଉଡର, ଦହି, ପିଆଜ, ରସୁଣ, ଅଦା, ଟମାଟୋ, ତେଜପତ୍ର, ଗୁଜରାତି, ଡାଲଚିନି, କଞ୍ଚା ଲଙ୍କା, ଫୁଟଣ, ରିଫାଇନ ତେଲ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବାଇଗଣକୁ ବଡ ବଡ଼ ପିସ୍‌ରେ କାଟି ସେଥିରେ ଲୁଣ ଓ ହଳଦୀ ଗୋଳାଇ ଦିଅନ୍ତୁ। ଏହାପରେ ପ୍ୟାନରେ ତେଲ ଗରମ କରି ବାଇଗଣ ଭାଜି ଦିଅନ୍ତୁ। ମନେ ରଖିବେ ବାଇଗଣ ପିସ୍‌ ଗୁଡ଼ିକୁ ଗୋଲଡେନ ଫ୍ରାଏ କରିବେ।

ଏହାପରେ କଡ଼େଇରେ ତେଲ ଗରମ କରି ସେଥିରେ ତେଜପତ୍ର, ଗୁଜରାତି, ଡାଲଚିନି ପକାନ୍ତୁ। ଏହାପରେ ଫୁଟଣ ପକାନ୍ତୁ। ସେଥିରେ ପିଆଜ, ଅଦା ଓ ରସୁଣ ପେଷ୍ଟ ପକାନ୍ତୁ। ଏହାପରେ ମସଲାରେ ଲୁଣ, ହଳଦୀ, ଲଙ୍କାଗୁଣ୍ଡ, ଜିରା ଓ ଧନିଆ ପାଉଡର ପକାଇ କିଛି ସମୟ କଷାନ୍ତୁ  ଏବଂ ସେଥିରେ ଟମାଟୋ କଟା ପକାଇ ଘୋଡ଼ାଇ ଦିଅନ୍ତୁ।

ଏହା କଷି ହେବା ପରେ ଗ୍ୟାସ ବନ୍ଦ କରି ଦିଅନ୍ତୁ।  ମସଲା ଥଣ୍ଡା ହେବା ପରେ ସେଥିରେ କିଛି ଦହି ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହାପରେ ଝୋଳ ପାଇଁ ପାଣି ଦେଇ ଗ୍ୟାସ ଅନ କରନ୍ତୁ। ପାଣି ଫୁଟିଲେ ସେଥିରେ ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ ବାଇଗଣ ଫ୍ରାଏକୁ ପକାଇ କିଛି ସମୟ ଫୁଟିବାକୁ ଛାଡ଼ନ୍ତୁ। ଏବେ ଗ୍ୟାସ ବନ୍ଦ କରି କଡ଼େଇ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ରସା। ଏହାକୁ ଗରମ ଗରମ ଭାତ କିମ୍ବା ରୋଟି ସହ ପରଷନ୍ତୁ।

The post ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ବାଇଗଣ ରସା appeared first on Odisha Reporter.



from Odisha Reporter https://ift.tt/3fZ6GwM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages