କୋଲକାତା: ବିବାହ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଏବେ ପୁଣି ଚର୍ଚ୍ଚାରେ। ସେ ପୁଲ୍ ଭିତରେ ନିଆଁ ଲଗାଇଦେଇଛନ୍ତି। ତାଙ୍କ ବୋଲ୍ଡ ଅନ୍ଦାଜ ଦେଖି ସମସ୍ତଙ୍କ ହୋସ୍ ଉଡିଯାଇଛି। ସେ ସୋଶଲ ମିଡିଆରେ ସୃଷ୍ଟି କରିଛନ୍ତି ହଇଚଇ।
ନୁସରତ ନିଜ ଇନଷ୍ଟାଗ୍ରାମକୁ ନେଇ ଏବେ ହେଡ୍ଲାଇନ୍ ପାଲଟିଛନ୍ତି। ନିକଟରେ ନିଜ ଇନ୍ଷ୍ଟାଗ୍ରାମରେ ଫଟୋସୁଟ୍ର ଏକ ଭିଡିଓ ସେଆର କରିଛନ୍ତି ଏହି ସୁନ୍ଦରୀ ସାଂସଦ। ଏଥିରେ ସେ ସୁଇମିଂ ପୁଲ୍ ଭିତରେ ପାଣି ସହ ଖେଳୁଥିବା ଦେଖିବାକୁ ମିଳିଛି। ବ୍ଲାକ୍ ଏବଂ ବ୍ଲୁ ଆଉଟ୍ ଫିଟ୍ରେ ନଜର ଆସିଛନ୍ତି ନୁସ୍ରତ। ଏହି ଭିଡିଓକୁ ସେଆର କରି ନୁସରତ ଲେଖିଛନ୍ତି, ‘ନୋ ରିସ୍କ, ନୋ ଷ୍ଟୋରୀ’। ସେପଟେ ପ୍ରଶଂସକଙ୍କୁ ନୁସରତଙ୍କ ଏହି ଗ୍ଲାମରସ୍ ଫଟୋସୁଟ୍ ବେଶ୍ ପସନ୍ଦ ଆସିଛି।
ସୂଚନା ମୁତାବକ ଗତ କିଛି ଦିନ ହେବ ସାଂସଦ ତଥା ଅଭିନେତ୍ରୀ ନୁସରତ ଜାହାଁ ନିଜ ବିବାହ ବିବାଦ ଏବଂ ଗର୍ଭାବସ୍ଥାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ନିକଟରେ ନିଜ ବିବାହକୁ ନେଇ ମଧ୍ୟ ନୁସରତ ଏକ ସମ୍ବେଦନଶୀଳ ବୟାନ ଦେଇଥିଲେ। ଏଥିରେ ସେ କହିଥିଲେ, ନିଖିଲଙ୍କ ସହ ତାଙ୍କର ବିବାହ ବେଆଇନ୍ ଅଟେ। ଏହି ବୟାନ ପରେ ପରେ ହିଁ ତାଙ୍କର ଗର୍ଭାବସ୍ଥା ଫଟୋ ସାମ୍ନାକୁ ଆସିଥିଲା। ସେପଟେ ନିଖିଲ କହିଛନ୍ତି, ସେ ନୁସରତଙ୍କ ସନ୍ତାନର ବାପା ନୁହନ୍ତି।
୨୦୧୯ ରେ ତୁର୍କୀରେ ବ୍ୟବସାୟୀ ନିଖିଲ ଜୈନଙ୍କ ସହ ବିବାହ ହୋଇଥିଲା। ଭାରତୀୟ ବିବାହ ଅନୁଯାୟୀ ଏହି ବିବାହ ବୈଧ ନୁହେଁ ବୋଲି ନୁସରତ କହିଛନ୍ତି। ସେ କହିଛନ୍ତି ଯେ ତୁର୍କୀ ବିବାହ ନିୟମାବଳୀ ଅନୁଯାୟୀ ସେମାନେ ବିବାହ କରିଥିଲେ ତେଣୁ ଭାରତରେ ଏହା ବେଆଇନ। ଏହା ଅନ୍ୟ ଧର୍ମରେ ବିବାହର ମାମଲା ସେଥିପାଇଁ ସ୍ପେଶାଲ ମ୍ୟାରେଜ ଆକ୍ଟ ଅନୁଯାୟୀ ପଞ୍ଜିକରଣ ହୋଇଥାନ୍ତା ଯାହା ହୋଇନଥିଲା। ସେହି ଦୃଷ୍ଟିକୋଣରୁ ଏହା ବିବାହ ନୁହେଁ ଲିଭ-ଇନ-ରିଲେସନସିପ ବୋଲି ଏହି ଟିଏମ୍ସି ସାଂସଦ ଜଣକ କହିଛନ୍ତି।
View this post on Instagram
The post ପୁଲ୍ ଭିତରେ ନିଆଁ ଲଗାଇଲେ ଟିଏମ୍ସି ସାଂସଦ appeared first on Odisha Reporter.
from Odisha Reporter https://ift.tt/3vMNR4x
No comments:
Post a Comment