ମୁମ୍ବାଇ: ଋଷ ସଡକରେ ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଶାଢି ଲୁକ୍ ଫଟୋ ଭାଇରାଲ ହେବା ପରେ ଏହାକୁ ବହୁ ପ୍ରଶଂସା ମିଳିଛି। ହେଲେ ତାପସୀଙ୍କ ଏହି ଲୁକ୍କୁ ହଜମ କରି ପାରୁ ନାହାନ୍ତି ବଲିଉଡ଼ର ପଙ୍ଗା କୁଇନ୍ କଙ୍ଗନା ରଣାୱତଙ୍କ ଭଉଣୀ ରଙ୍ଗୋଲି। ନିଜ ଭଉଣୀଙ୍କ ପରି ସବୁବେଳେ କଣ୍ଟ୍ରୋଭର୍ସି ଭିତରେ ରହିବାକୁ ଭଲ ପାଉଥିବା ରଙ୍ଗୋଲି ଚନ୍ଦେଲ ଏଥର ତାପସୀଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ତାପସୀଙ୍କ ମଜାକ ଉଡ଼ାଇ ତାଙ୍କୁ କଙ୍ଗନାଙ୍କ ‘କ୍ରିପି ଫ୍ୟାନ୍’ କହିବାକୁ ପଛାଇ ନାହାନ୍ତି।
କେବଳ ସେତିକି ନୁହେଁ, ତାପସୀଙ୍କୁ ‘ବିନା ଟ୍ୟାଲେଣ୍ଟ’ ଓ ଅନ୍ୟ ଲୁକ୍କୁ କପି କରୁଥିବା ମହିଳା ବୋଲି କହିବାକୁ ପଛାଇ ନାହାନ୍ତି। ରଙ୍ଗୋଲିଙ୍କ ଏହି ପୋଷ୍ଟ ସୋସାଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।
ନିଜ ଇନ୍ଷ୍ଟାଗ୍ରାମ୍ ପୋଷ୍ଟରେ ଭଉଣୀ କଙ୍ଗନାଙ୍କ ଗୁଣଗାନ କରିବା ସହ ସେ ଜଣେ ଗ୍ରେଟ ଷ୍ଟାଇଲ ଆଇକନ୍ ବୋଲି କହିଛନ୍ତି। ଶାଢି ପ୍ରତି ଆଜିର ଭାରତୀୟ ମହିଳାଙ୍କୁ ଆକର୍ଷିତ କରିବା ସହ ହ୍ୟାଣ୍ଡଲୁମ୍ ଶିଳ୍ପକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କଙ୍ଗନା ଶାଢି ପିନ୍ଧା ଫଟୋ ପୋଷ୍ଟ କରୁଥିବା ସେ କହିଛନ୍ତି।
ତାପସୀଙ୍କ ଫଟୋକୁ ଇଙ୍ଗିତ କରି ରଙ୍ଗୋଲି କମେଣ୍ଟ କରିଛନ୍ତି, ଏବେକାର ମହିଳାମାନେ କଙ୍ଗନାଙ୍କ ଦ୍ୱାରା ପ୍ରେରିତ ହେବା ସହ ତାଙ୍କୁ ଫଲୋ କରୁଥିବା ଜାଣି ଖୁବ୍ ଖୁସି ଲାଗୁଛି। କିନ୍ତୁ ଏପରି କିଛି ପାଗଳ ଫ୍ୟାନ୍ ଅଛନ୍ତି, ଯେଉଁମାନେ କଙ୍ଗନାଙ୍କ ସବୁ ହାବଭାବ, ଷ୍ଟାଇଲକୁ ରିସର୍ଚ୍ଚ କରି ତାହାକୁ ଫଲୋ କରୁଛନ୍ତି, ଯେପରି ତାଙ୍କର ନିଜର କିଛି ଟ୍ୟାଲେଣ୍ଟ ନାହିଁ । ଏଥିସହ ସେ ନିଜ ଆକାଉଣ୍ଟରେ ତାପସୀଙ୍କ ଏକ ଫଟୋ ପୋଷ୍ଟ କରିଥିଲେ ବି କିଛି ସମୟ ପରେ ତାହାକୁ ଡିଲିଟ କରିଦେଇଥିଲେ। ହେଲେ ରଙ୍ଗୋଲିଙ୍କ ପୋଷ୍ଟକୁ ନେଇ ତାପସୀଙ୍କ ରିଆକ୍ସନ ମିଳିପାରି ନାହିଁ।
ସୂଚନାଯୋଗ୍ୟ, ନିଜର ଦମଦାର ଅଭିନୟ ବଳରେ ବି-ଟାଉନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଏକ ନୂଆ ଅବତାର ଏବେ ଲୋକଙ୍କୁ ଘାଇଲା କରିଛି।
ବିଜି ସୁଟିଂ ସିଡ୍ୟୁଲ ଭିତରୁ କିଛି ସମୟ ବାହାର କରି ସେ ଏବେ ଋଷରେ ଛୁଟି ବିତାଉଛନ୍ତି। ନିଜ ଭଉଣୀଙ୍କ ସହ ସେ ସେଠାରେ ହଲିଡେ’ରେ ଯାଇଛନ୍ତି। ଏହି ସମୟରେ ଋଷ ସଡକରେ ତାପସୀଙ୍କୁ ଏକ ନୂଆ ଲୁକ୍ ସାମ୍ନାକୁ ଆସିଛି। ଋଷର ସେଣ୍ଟ ପିଟର୍ସବର୍ଗ ରାସ୍ତାରେ ତାପସୀ ନୀଳ ବ୍ଲାଉଜ ସାଙ୍ଗକୁ ହଳଦିଆ ଶାଢ଼ୀ ପିନ୍ଧି ପାଦରେ ସ୍ନିକର ପିନ୍ଧିଛନ୍ତି। କେବଳ ସେତିକି ନୁହେଁ କଲା ଚଷମା ପିନ୍ଧି ଜୁଡା ମଧ୍ୟ ବାନ୍ଧିଛନ୍ତି, ଯାହା ତାଙ୍କ ସ୍ୱାଗ୍କୁ ଆହୁରି ବଢ଼ାଇ ଦେଇଛି। ତାଙ୍କୁ ପୁରାପୁରି ସ୍ୱାଗ୍ ଅବତରରେ ଦେଖିବାକୁ ମିଳିଛି। ତାପସୀଙ୍କ ଏହି ଷ୍ଟାଇଲିସ୍ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
The post ତାପସୀଙ୍କ ମଜାକ ଉଡ଼ାଇଲେ ରଙ୍ଗୋଲି appeared first on Odisha Reporter.
from Odisha Reporter https://ift.tt/3zWlBiX
No comments:
Post a Comment