ଭାରତ ସମେତ ୧୮୪ ଦେଶ ଆମେରିକା ବିରୋଧରେ ଦେଲେ ଭୋଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 23, 2021

ଭାରତ ସମେତ ୧୮୪ ଦେଶ ଆମେରିକା ବିରୋଧରେ ଦେଲେ ଭୋଟ୍

ଜେନେଭା: କ୍ୟୁବା ଉପରେ ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ନିୟମ ପୂର୍ବ ପରି ଚାଲୁ ରହିବ। ଆମେରିକାର ବାଇଡେନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଏହି ପ୍ରସ୍ତାବକୁ ସାରା ବିଶ୍ୱରେ ନନ୍ଦା କରାଯାଇଛି। ଜାତିସଂଘରେ ଥିବା ୧୯୩ ଦେଶ ମଧ୍ୟରୁ ୧୮୪ ଦେଶ ଏହାକୁ ବିରୋଧ କରିଛନ୍ତି। ଯେଉଁଥିରେ ଭାରତ ମଧ୍ୟ ରହିଛି। ଆମେରିକା ଏବଂ ଇସ୍ରାଏଲ କିନ୍ତୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେହିପରି ବ୍ରାଜିଲ, କୋଲୋମ୍ୱିଆ ଏବଂ ୟୁକ୍ରେନ ଏହି ପ୍ରସଙ୍ଗରେ ସାମିଲ ହୋଇ ନାହାନ୍ତି। ଚାରି ଦେଶ ଭୋଟ୍ ଦେଇ ନାହାନ୍ତି। ଏହି ଚାରି ଦେଶ ହେଲେ ସେଣ୍ଟ୍ରୋଲସ ଆଫ୍ରିକାନ ରିପବ୍ଲିକ, ମିଆଁମାର, ମୋଲଡୋବା ଏବଂ ସୋମାଲିଆ ରହିଛି।

କ୍ୟୁବା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ବାଇଡେନ ସରକାର ନିଷ୍ପତ୍ତି ନେଇଛି। ଜାତିସଂଘରେ ଆମେରିକା ସରକାରଙ୍କ ରାଜଦୂତ ରୋଡନି ହଣ୍ଟର ବାଇଡେନ ପ୍ରଶାସନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କ୍ୟୁବା ବିରୋଧରେ ଆମେରିକା ଯେଉଁ ନିଷ୍ପତ୍ତି ନେଇଛି ତାହା ଗଣତନ୍ତ୍ର ମାନବିକ ଅଧିକାରକୁ ସୁରକ୍ଷା ଦେବା ଦେବ। କ୍ୟୁବାକୁ ନେଇ ଆମେରିକାର ଏହା ପ୍ରମୁଖ ଆଧାର ବୋଲି ସେ କହିଛନ୍ତି।

ଆମେରିକାର ରାଜଦୂତ କହିଛନ୍ତି, କ୍ୟୁବା ବିରୋଧରେ ଆମେରିକା ଯେଉଁ ନିଷ୍ପତ୍ତି ନେଇଛି ତାହା ଆଗାମୀ ଦିନରେ ଜାରି ରହିବ। ବିଗତ ୨୯ ବର୍ଷ ହେବା କ୍ୟୁବାରେ ବିରୋଧରେ ଆମେରିକା ଏପରି ନିଷ୍ପତ୍ତି ନେଇ ଆସୁଛି। ତେବେ ଆମେରିକାର ଏପରି ନିଷ୍ପତ୍ତି ବାବଦରେ କ୍ୟୁବାର ବୈଦେଶିକ ମନ୍ତ୍ରୀ ବ୍ରୁନୋ ରୋଡ୍ରିଗେଜ କହିଛନ୍ତି, ନୂଆ ସରକାରରେ କୌଣସି ନୂଆ ନୀତି ନାହିଁ। ଟ୍ରମ୍ପ ସରକାରକୁ କେବଳ ଅନୁସରଣ କରୁଛନ୍ତି।

ସୂଚନାଯୋଗ୍ୟ, କ୍ୟୁବାର ଅର୍ଥନୀତିକ, ବାଣିଜ୍ୟିକ ଏବଂ ଆର୍ଥିକ ନୀତିକୁ କଡାକଡି କରିବା ସହିତ ପର୍ଯ୍ୟଟନ କ୍ଷେତ୍ରକୁ ଝଟକା ଦେବା ଉଦ୍ଦେଶ୍ୟରେ ଆମେରିକୀୟ ନାଗରିକଙ୍କ ଯାତ୍ରା ଉପରେ ଡୋନାଲ୍ଡ ଟ୍ରମ୍ପ ସରକାର ପ୍ରତିବନ୍ଧକ ଲଗାଇଥିଲେ। ଏହି କାରଣରୁ କ୍ୟୁବାକୁ ପ୍ରାୟ ୫ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି।

କ୍ୟୁବା ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଆମେରିକାର ପ୍ରତିବନ୍ଧକ ଲଗାଇବା ଭୁଲ୍ ନିଷ୍ପତ୍ତି। ଦେଶରେ କରୋନା ସଙ୍କଟ ଦ୍ରୁତ ଗତିରେ ବଢ଼ି ଚାଲିଥିବାରୁ କ୍ୟୁବାର ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଛି। ସେ କହିଛନ୍ତି ଯେ ଆମେରିକାର ଅଧିକାଂଶ ଲୋକ ମଧ୍ୟ ଏହି ପ୍ରତିବନ୍ଧକକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ସେମାନେ ଏହି ନିଷ୍ପତ୍ତି ବିରୋଧରେ ଅଛନ୍ତି, କିନ୍ତୁ ସରକାର ପ୍ରତିବନ୍ଧକ ହଟାଇବାକୁ ଚାହୁଁ ନାହାନ୍ତି।

The post ଭାରତ ସମେତ ୧୮୪ ଦେଶ ଆମେରିକା ବିରୋଧରେ ଦେଲେ ଭୋଟ୍ appeared first on Odisha Reporter.



from Odisha Reporter https://ift.tt/3d6S8sM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages