ଯାଜପୁର (ଅଭୟ ପତି): ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲିବା ମହଙ୍ଗା ପଡ଼ିଲା। ଗୋଦାମ ସିଲ୍ ହୋଇଗଲା। ଖାଲି ସେତିକି ନୁହେଁ, ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକ ମଧ୍ୟ ତଣ୍ଡ ଗଣିଲେ। ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ୍ ଅଞ୍ଚଳରେ।
ଯାଜପୁର ରୋଡ୍ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଗୋଦାମକୁ ସିଲ୍ କରିଛି ପୁଲିସ୍। ଲକ୍ଡାଉନ୍ ନିୟମ ଉଲ୍ଲଙ୍ଘନ କରି ଲୁଗା ଗୋଦାମ ଖୋଲିଥିବା ବେଳେ ପୁଲିସ୍ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଗୋଦାମ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ଏହା ଦେଖି ପୁଲିସ୍ ଓ ପୌର କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଲକ୍ଡାଉନ୍ ନିୟମ ଉଲ୍ଲଂଘନରେ ଗୋଦାମରେ ଜମା ହୋଇଥିବା ସମସ୍ତ ଗ୍ରାହକଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଥିଲା ପୁଲିସ୍।
The post ଲକ୍ଡାଉନ୍ରେ ଲୁଗା ଗୋଦାମ ଖୋଲି ଫସିଗଲେ, ଗ୍ରାହକ ବି କ୍ଷତିରେ ପଡ଼ିଲେ appeared first on Odisha Reporter.
from Odisha Reporter https://ift.tt/34C9Qjk
No comments:
Post a Comment