ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନାରେ ୩୯ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼ରୁ ୪ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡିରୁ ୩ ଲେଖାଏଁ; ବୌଦ୍ଧ ଓ ସମ୍ବଲପୁର ଜିଲ୍ଲାରୁ ୨ ଲେଖାଏଁ; ବରଗଡ଼, ଢେଙ୍କାନାଳ, ନବରଙ୍ଗପୁର, ନୂଆପଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ୩,୪୭୧ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ୱେବସାଇଟ୍ରେ ପ୍ରକାଶ ପାଇଛି।
ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୫୪କୁ ବୃଦ୍ଧି ପାଇଛି। ସେହିପରି ପୁରୀରେ ୧୮୭, ସୁନ୍ଦରଗଡ଼ରେ ୩୧୯, ଝାରସୁଗୁଡ଼ାରେ ୯୮, କଟକରେ ୨୨୪, ଗଞ୍ଜାମରେ ୩୦୯, ଜଗତସିଂହପୁରରେ ୬୪, କଳାହାଣ୍ଡିରେ ୧୫୯, ସୁବର୍ଣ୍ଣପୁରରେ ୩୭, ନୂଆପଡ଼ାରେ ୬୬, ନବରଙ୍ଗପୁରରେ ୪୩, ଢେଙ୍କାନାଳରେ ୫୫, ବରଗଡ଼ରେ ୮୨, ବୌଦ୍ଧରେ ୭୫, ସମ୍ୱଲପୁର ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୧ କୁ ବୃଦ୍ଧି ପାଇଛି।
ସେପଟେ ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୩୬୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୨୦୬୯ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୧୫୬୨ ଲୋକାଲ୍ କେସ୍ ରହିଛି। ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୨୬୨ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨୦୪, ବରଗଡ଼ରୁ ୫୦, ଭଦ୍ରକରୁ ୧୭୮, ବଲାଙ୍ଗିରରୁ ୩୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ମୟୂରଭଞ୍ଜରୁ ୧୧୨, ନବରଙ୍ଗପୁରରୁ ୧୦୮, ନୟାଗଡ଼ରୁ ୧୦୬, ନୂଆପଡ଼ାରୁ ୧୯, ପୁରୀରୁ ୧୯୯, ରାୟଗଡ଼ାରୁ ୭୯, ସମ୍ୱଲପୁରରୁ ୩୭, ସୋନପୁରରୁ ୫୦, ସୁନ୍ଦରଗଡ଼ରୁ ୮୩ ଓ ଷ୍ଟେଟ୍ ପୁଲରୁ ୬୪ ଜଣ ମହାମାରୀ କରୋନା ଆକ୍ରାନ୍ତ ହୋଇଛନ୍ତି।
The post କରୋନାରେ ଗଲା ୩୯ ଜୀବନ appeared first on Odisha Reporter.
from Odisha Reporter https://ift.tt/3q36kbR
No comments:
Post a Comment