ଦେଶରେ ଧୀରେଧୀରେ ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୨୩୩୦ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 16, 2021

ଦେଶରେ ଧୀରେଧୀରେ ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୨୩୩୦ ମୃତ

ନୂଆଦିଲ୍ଲୀ: କ୍ରମାଗତ ଭାବେ ହ୍ରାସ ପାଉଥିବା ଦେଶର ଦୈନିକ ଏବେ ପୁଣିଥରେ ବଢ଼ିବା ଆରମ୍ଭ ହୋଇଛି। ବୁଧବାର ଭଳି ଆଜି ମଧ୍ୟ କରୋନାର ସଂକ୍ରମଣ ଗ୍ରାଫ ଉପର ମୁହାଁ ହୋଇଯାଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣ ପ୍ରାୟ ୫ ହଜାର ବୃଦ୍ଧି ଘଟିବାରୁ ଲୋକଙ୍କ ମନରେ ପୁଣିଥରେ ଆଶା ଆଶଙ୍କା ସୃଷ୍ଟି ହୋଇଛି।

ତେବେ ଦୈନିକ ମୃତ୍ୟୁ ସଂଖ୍ୟା ସାମାନ୍ୟ ହ୍ରାସ ପାଇବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ଦୀର୍ଘ ଦିନ ପରେ ଦୈନିକ ମୃତ୍ୟୁସଂଖ୍ୟା ୨୫ ଶହ ତଳକୁ ଖସିଛି। ୨୪ ଘଣ୍ଟାରେ ୬୭ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୨୩୩୦ ଜଣଙ୍କ ଜୀବନ ନେଇଛି କିଲର କରୋନା। ଗତକାଲି ଦୈନିକ ସଂକ୍ରମଣ ୬୨ ହଜାର ରହିଥିଲା।

ତେବେ ଆକ୍ଟିଭ କେସ୍‌ ସଂଖ୍ୟା ପୂର୍ବଭଳି କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଆଜି ୭୧ ଦିନ ମଧ୍ୟରେ ସବୁଠାରୁ କମ ଆକ୍ଟିଭ କେସ୍‌ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ଆଉ ୬୭,୨୦୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହି ସଂଖ୍ୟା ୬୨, ୨୨୪ ରହିଥିଲା। ଏହାର ପୂର୍ବଦିନ ୬୦,୪୭୧ ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲେ। ଏହାର ଅର୍ଥ ଦୁଇ ଦିନ ହେଲା ଦେଶରେ ଧୀରେଧୀରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭,୦୦,୩୧୩କୁ ବୃଦ୍ଧି ପାଇଛି। ୨୪ ଘଣ୍ଟା ମଧ୍ୟରେ ୧୯, ୩୧,୨୪୯ଟି ନମୁନା ପରୀକ୍ଷା କରାଯାଇଛି।

ସେହିପରି ମହାମାରୀ କରୋନା ଦେଶରେ ଆଉ ୨୩୩୦ ଜଣଙ୍କ ଜୀବନ ନେଇଛି। ଗତକାଲି ଏହା ୨୫୪୨ ରହିଥିଲା। ସେହିପରି ଗୋଟିଏ ଦିନ ପୂର୍ବରୁ କିଲର କରୋନାରେ ଆକ୍ରାନ୍ତ ହୋଇ ୨୭୨୬ ଜଣ ପ୍ରାଣ ହରାଇଥିଲେ। ନୂଆ ମୃତକଙ୍କୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୧,୯୦୩ରେ ପହଞ୍ଚି ଯାଇଛି।

ଦିନକରେ ୧,୦୩,୫୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଫଳରେ ଦେଶରେ ଏଯାଏ ମୋଟ ୨,୮୪,୯୧,୬୭୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୮,୨୬,୭୪୦ ରହିଛି। ଗତକାଲି ତୁଳନାରେ ଆକ୍ଟିଭ କେସ୍‌ ସଂଖ୍ୟା ଆଜି ୩୮,୬୯୨ ହ୍ରାସ ପାଇଛି। ଏପ୍ରିଲ ୭ ପରେ ଦେଶରେ ଆକ୍ଟିଭ କେସ୍‌ ସଂଖ୍ୟା ଏପରି ସ୍ତରକୁ ଖସିଛି। ଦେଶରେ ଆରୋଗ୍ୟ ହାର ୯୫.୯୩% ଥିବା ବେଳେ ପଜିଟିଭିଟି ରେଟ୍‌ ୩.୪୮% ରହିଛି। ସେହିପରି ସାପ୍ତାହିକ ପଜିଟିଭିଟି ରେଟ୍‌ ପୂର୍ବଭଳି ୩.୯୯% ରହିଛି।


ସେହିପରି ଜାନୁଆରୀ ୧୬ରୁ ଦେଶରେ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମ ଜରିଆରେ ଏଯାଏ ୨୬,୫୫, ୧୯,୨୫୧ ଡୋଜ୍‌ର ଟିକା ଲୋକଙ୍କୁ ଦିଆଯାଇଛି।

The post ଦେଶରେ ଧୀରେଧୀରେ ପୁଣି ବଢ଼ିଲା ସଂକ୍ରମଣ, ଦିନକରେ ୨୩୩୦ ମୃତ appeared first on Odisha Reporter.



from Odisha Reporter https://ift.tt/3cNW4i6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages