ସାଙ୍ଗ ପାଇଁ ପାଣିକୁ ଡେଇଁ ନିଜେ ଫସିଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 22, 2021

ସାଙ୍ଗ ପାଇଁ ପାଣିକୁ ଡେଇଁ ନିଜେ ଫସିଗଲେ

ଆନନ୍ଦପୁର(ମୁନା ସିଂ): ଗାଧୋଉ ଗାଧୋଉ ଆଖି ଆଗରେ ଭାସିଗଲେ ୨ ସାଙ୍ଗ। ସେମାନେ ପହଁରା ଜାଣି ନ ଥିବା ବେଳେ ତାଙ୍କୁ ବଞ୍ଚାଇବାକୁ କିଛି ନ ଭାବି ଉଛୁଳା ନଦୀକୁ ଡେଇଁ ପଡିଲେ ଆଉ ୨ ସାଙ୍ଗ। ଜଣକ ପରେ ଜଣେ ଯାଇ ସମସ୍ତେ ଏକ ଟାପୁରେ ଲାଗିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ଏପରି ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ଲକ ଘାଟ ନିକଟରେ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ,  ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ଲକ ଘାଟ ନିକଟରେ ୪ଜଣ ନାବାଳକ ଆଜି ସକାଳେ  ଗାଧୋଉଥିଲେ। ଅଚାନକ ନଦୀରେ ପାଣି ଆସିଯିବାରୁ ଦୁଇଜଣ ଭାସିଯାଇଥିଲେ। ସେମାନଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଦୁଇ ସାଙ୍ଗ ଯାଇଥିବା ବେଳେ ସେମାନେ ଦୁଇଜଣ ମଧ୍ୟ ଭାସି ଯାଇଥିଲେ।

କିଛି ବାଟ ପରେ ନଦୀ ମଧ୍ୟରେ ଥିବା ଏକ ଚଟାଣରେ ଚାରି ଜଣ ଲାଗିବା ପରେ ସେଠାରେ ରହିଯାଇଥିଲେ। ପ୍ରାୟ ଦେଢ ଘଣ୍ଟା ଚଟାଣ ଉପରେ ରହିବା ପରେ ସ୍ଥାନୀୟ ଲୋକଙ୍କୁ ଖବର ପାଇ ଆନନ୍ଦପୁର ଦମକଳ ବାହିନୀ କର୍ମଚାରୀ  ସେଠାରେ ପହଞ୍ଚିଲେ। ଏହାପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଏହି ନାବାଳକମାନେ ଆନନ୍ଦପୁର ପୌରପରିଷଦ ୧୨ନମ୍ବର ୱାର୍ଡ  ନୂଆକଲୋନୀର ବାସିନ୍ଦା ବୋଲି ସୂଚନା ମିଳିଛି। ଉଦ୍ଧାର ହୋଇଥିବା ସମସ୍ତ ନାବାଳକଙ୍କ ବୟସ ୧୬ରୁ ଅଧିକ ବୋଲି ଜଣାଯାଇଛି।

ନାବାଳକମାନେ  ସୁଅରେ ଭାସିଯାଇଯାଇ ଏକ ଟାପୁରେ ଲାଗିଲେ । ଏହାପରେ ସେଠାରେ ପହଞ୍ଚି ସୁରକ୍ଷିତ ଭାବେ ଉଦ୍ଧାର କରି କୂଳକୁ ଆଣିଲୁ ବୋଲି କହିଛନ୍ତି ଅଗ୍ନିଶମ ଅଧିକାରୀ।

The post ସାଙ୍ଗ ପାଇଁ ପାଣିକୁ ଡେଇଁ ନିଜେ ଫସିଗଲେ appeared first on Odisha Reporter.



from Odisha Reporter https://ift.tt/3j6LOp8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages