ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଆକାଶ ମାର୍ଗରେ ଉଡିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, June 29, 2021

ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଆକାଶ ମାର୍ଗରେ ଉଡିଲା

ନୂଆଦିଲ୍ଲୀ: ଡ୍ରୋନ ଜରିଆରେ ସୀମାରେ ଭାରତର ଟିକିନିଖି ଖବର ରଖିବାକୁ ଆତଙ୍କବାଦୀ ଉଦ୍ୟମ ଜାରି ରଖିଛନ୍ତି। ସପ୍ତାହକ ମଧ୍ୟରେ ତିନି ଥର ଡ୍ରୋନ ଜରିଆରେ ପାକିସ୍ତାନ ପଟୁ ଗତିବିଧି ନଜର ରଖାଯାଉଥିବା ଦେଖିବାକୁ ମିଳିବା ପରେ ଆଜି ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଦେଖିବାକୁ ମିଳିଛି।

ଗୋଟିଏ କୁଞ୍ଜଓ୍ୱନିର ଏୟାର ଫୋର୍ସ ଷ୍ଟେସନ ସିଗନାଲ୍ ପାଖରେ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ସକାଳେ କାଲୁଚକର ମିରନ ସାହିବ ଓ କୁଞ୍ଜଓ୍ୱନି ଆକାଶରେ ଉଡୁଥିବା ଦେଖିବାକୁ ମିଳିଥିଲା। ସବୁଠୁ ବଡ଼ କଥା ହେଲା ଏହି ଦୁଇଟି ଡ୍ରୋନ୍ ୮୦୦ ମିଟର ଉଚ୍ଚରେ ଉଡୁଥିଲେ ଏବଂ ଏୟାରଫୋର୍ସ ଷ୍ଟେସନରୁ ୭ ରୁ ୧୦ କିଲୋମିଟର ଦୂରରେ ଉଡୁଥିଲା।

ତେବେ ସେନା ପକ୍ଷରୁ ଟାର୍ଗେଟ କରାଯିବାରୁ ଡ୍ରୋନ୍ ୨ଟି ଫେରି ଯାଇଛନ୍ତି। ଗତ ୪ ଦିନ ଭିତରେ ଜମ୍ମୁ ଆକାଶରେ ୭ଟି ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି ଗତ ୨୭ ତାରିଖରେ ଜମ୍ମୁର ବିମାନବନ୍ଦର ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ ହୋଇଥିଲା ଏହାପୂର୍ବରୁ ସୋମବାର ରାତିରେ ମଧ୍ୟ  କୁଞ୍ଜଓ୍ୱନି ଅଞ୍ଚଳରେ ଏକ ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ସୀମା ସାଶସ୍ତ୍ର ବଳ (ଏସସିବି) ଭାରତ-ନେପାଳ ସୀମା ଦେଇ ଚାଇନାରୁ ଚାଲାଣ ହେଉଥିବା ଆଠଟି ଡ୍ରୋନ କ୍ୟାମେରା ଜବତ କରିଛି। ନେପାଳରୁ ଚୋରା ଚାଲାଣ ହୋଇ ବିହାରକୁ ଡ୍ରୋନ କ୍ୟାମେରା ଅଣାଯାଉଛି ବୋଲି ଏସଏସବି ସୂଚନା ଦେଇଛି। ଜୁନ୍ ୨୬ରେ ସର୍ଚ୍ଚ ଅପରେସନ କରାଯାଉଥିବା ବେଳେ ପୂର୍ବ ଚମ୍ପରନ ଅଞ୍ଚଳର ଏକ କାରରୁ ଆଠଟି ଡ୍ରୋନ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।

The post ପୁଣି ଜମ୍ମୁ ସୀମାରେ ଦୁଇଟି ଡ୍ରୋନ ଆକାଶ ମାର୍ଗରେ ଉଡିଲା appeared first on Odisha Reporter.



from Odisha Reporter https://ift.tt/3y8W9Fc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages